1 min read

ନେପାଳର ମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

କିଟ୍‌ ଘଟଣା ନେଇ ମୁଖ୍ୟମନ୍ତ୍ରୀ କହିଲେ- ନେପାଳର ପିଲାମାନେ ହେଉଛନ୍ତି ଆମ ପିଲା ଭୁବନେଶ୍ୱର ୨୨-୦୨-୨୦୨୫(ପିପିଏସ) :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଟ୍ ଘଟଣା ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆର୍‍ଜୁ ରାନା ଦେଉବାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନେପାଳର ପିଲାମାନେ ମଧ୍ୟ ହେଉଛନ୍ତି ଆମ […]

1 min read

ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା: କମିଟି ସାମ୍ନାରେ ହାଜର ହେଲେ ଅଚ୍ୟୁତ ସାମନ୍ତ

କିଟ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳ ଛାତ୍ରଛାତ୍ରୀଙ୍କ ସହ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଆଜି କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଚ୍ଚସ୍ତରୀୟ କମିଟି ସାମ୍ନାରେ ହାଜର ହୋଇଛନ୍ତି | ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) : କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ଆତ୍ମହତ୍ୟା ଓ ପରବର୍ତ୍ତୀ ଛାତ୍ର ଅଶାନ୍ତି ବେଳେ ହଷ୍ଟେଲ ଅନ୍ତେବାସୀଙ୍କୁ ମାଡ଼ ମରାଯିବା ମାମଲା ଦିନକୁ ଦିନ ଜଟିଳ […]

1 min read

ବିମାନବନ୍ଦର ଓ ଆର୍‌ଏସ୍‌ପି ସମ୍ପ୍ରସାରଣ ନେଇ ମୋହନଙ୍କ ସହ କଥା ହେଲେ ଜୁଏଲ

ରାଉରକେଲା ବିମାନବନ୍ଦରର ଉନ୍ନତୀକରଣ ସହ ଆର୍‌ଏସ୍‌ପି ସମ୍ପ୍ରସାରଣ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ରାଉରକେଲା/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ରାଉରକେଲା ବିମାନବନ୍ଦରର ଉନ୍ନତୀକରଣ ସହ ଆର୍‌ଏସ୍‌ପି ସମ୍ପ୍ରସାରଣ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ଉଭୟ ବିମାନବନ୍ଦର […]

1 min read

୩ୟ ଦିନିକିଆରେ ଭାରତର ଦମ୍‌ଦାର ପ୍ରଦର୍ଶନ: ୧୪୨ରନ୍‌ରେ ହାରିଲା ଇଂଲଣ୍ଡ

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଓ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଅହମଦାବାଦ/ଭୁବନେଶ୍ୱର ୧୨-୦୨-୨୦୨୫ (ପିପିଏସ) : ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ […]

1 min read

‘ବନ୍ଦ କର…’: ଛି… ଛି… ଛିରେ ନନୀ

ରାଗିଯାଇ ଡିଜେ ବନ୍ଦ ପାଇଁ ଇସାରା ଦେଇଥିଲେ ରୋହିତ ! ଅନ୍ୟ ଏକ କାରଣ ପାଇଁ ବି ରୋହିତ ପଡିଆରେ ଟିକେ ଚିଡି ଯାଇଥିବା ନଜର ଆସିଥିଲେ । ଆଉ ସେ କାରଣଟି ହେଲା ଡିଜେ ଗୀତ ଶୁଣି ବିରକ୍ତ ହୋଇଥିଲେ କ୍ୟାପଟେନ ରୋହିତ ଶର୍ମା । କଟକ ୧୦-୦୨-୨୦୨୫(ପିପିଏସ ) : ୨ୟ ଇନିଙ୍ଗସ୍, ସାମ୍ନାରେ ୩୦୪ ରନର ଟାର୍ଗେଟ୍ । ଇଂଲଣ୍ଡ ବିପକ୍ଷରେ ଲଢେଇ କରିବାକୁ ମୈଦାନରେ ଥିଲେ ରୋହିତ୍ ଏବଂ ଗିଲ୍ । […]

1 min read

ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା କ୍ରୀଡ଼ା ବିଭାଗ

ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣା ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣାକୁ ନେଇ ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କ୍ରୀଡ଼ା ବିଭାଗ। କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ୧୦ଦିନ ଭିତରେ ଉତ୍ତର ରଖିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। କଟକ ୧୦-୦୨-୨୦୨୫(ପିପିଏସ ) : ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। […]

1 min read

ଭୁବନେଶ୍ୱର ଛାଡିଲେ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଖେଳାଳି

ଫେବ୍ରୁଆରି ୧୨ରେ ଅହମ୍ମଦାବାଦରେ ଶେଷ ମ୍ୟାଚ୍ ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଖେଳାଳିମାନେ ଭୁବନେଶ୍ୱର ଛାଡିଛନ୍ତି। ଫେବ୍ରୁଆରି ୧୨ରେ ଅହମ୍ମଦାବାଦରେ  ସେମାନେ ତୃତୀୟ ଏକଦିବସୀୟ ମ୍ୟାଚ୍ ଖେଳିବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ତୃତୀୟ ତଥା ଶେଷ ଏକଦିବସୀୟ ମ୍ୟାଚ୍ ଖେଳିବା ପାଇଁ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଖେଳାଳିମାନେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଛାଡିଛନ୍ତି। ଗତକାଲି ସନ୍ଧ୍ୟାରେ କଟକର ବାରବାଟୀ ଷ୍ଟାଡିୟମରେ ଏକ ମହା ବିଜୟ ପରେ, ଟିମ୍ […]

1 min read

ବାରବାଟୀରେ ଭାରତ ବିଜୟୀ

ଦିନିକିଆ ଶୃଙ୍ଖଳା କଲା ଅକ୍ତିଆର ଇଂଲଣ୍ଡର ତୃତୀୟ ଶିକାର ହୋଇଥିଲେ ରୋହିତ ଶର୍ମା। ଲିଆମ ଲିଭିଂଷ୍ଟୋନ୍‌ଙ୍କ ବଲ୍ ଆଦିଲ ରସିଦଙ୍କୁ କ୍ୟାଚ୍ ଦେଇ ରୋହିତ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ୯୦ଟି ବଲ୍ ଖେଳି ୧୧୯ ରନ୍ ସଂଗ୍ରହ କରିଥିଲେ। କଟକ ୦୯-୦୨-୨୦୨୫(ପିପିଏସ) : ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ  ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଘରୋଇ ଦଳ ୪ ୱିକେଟ୍‌ରେ […]

1 min read

ଓଡ଼ିଶାରେ ରୋହିତ ବାହିନୀ

ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ୦୭-୦୨–୨୦୨୫(ପିପିଏସ) : ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ […]

1 min read

ନାଗପୁର ଦିନିକିଆ:ଭାରତର ବିଜୟ

ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ୪ ଓ୍ବିକେଟରେ ବିଜୟୀ ହୋଇଛି ଭାରତ । ଏହା ସହିତ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ଟିମ ଇଣ୍ଡିଆ । ନାଗପୁର/ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) : ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ୪ ଓ୍ବିକେଟରେ ବିଜୟୀ ହୋଇଛି ଭାରତ । ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୨୪୯ ରନର ଲକ୍ଷ୍ୟକୁ ୩୮.୪ ଓଭରରେ ୬ ଓ୍ବିକେଟ ହରାଇ ୨୫୧ ରନ କରି […]