‘ବନ୍ଦ କର…’: ଛି… ଛି… ଛିରେ ନନୀ
1 min read

‘ବନ୍ଦ କର…’: ଛି… ଛି… ଛିରେ ନନୀ

ରାଗିଯାଇ ଡିଜେ ବନ୍ଦ ପାଇଁ ଇସାରା ଦେଇଥିଲେ ରୋହିତ !

ଅନ୍ୟ ଏକ କାରଣ ପାଇଁ ବି ରୋହିତ ପଡିଆରେ ଟିକେ ଚିଡି ଯାଇଥିବା ନଜର ଆସିଥିଲେ । ଆଉ ସେ କାରଣଟି ହେଲା ଡିଜେ ଗୀତ ଶୁଣି ବିରକ୍ତ ହୋଇଥିଲେ କ୍ୟାପଟେନ ରୋହିତ ଶର୍ମା ।

କଟକ ୧୦-୦୨-୨୦୨୫(ପିପିଏସ ) : ୨ୟ ଇନିଙ୍ଗସ୍, ସାମ୍ନାରେ ୩୦୪ ରନର ଟାର୍ଗେଟ୍ । ଇଂଲଣ୍ଡ ବିପକ୍ଷରେ ଲଢେଇ କରିବାକୁ ମୈଦାନରେ ଥିଲେ ରୋହିତ୍ ଏବଂ ଗିଲ୍ । ଘରୋଇ ମାଟିରେ ଛକା, ଚୌକା ବର୍ଷା କରି ଯେମିତି ବି ହେଲେ ବ୍ରିଟିସ୍ ବାହିନୀଙ୍କୁ ପରାସ୍ତ କରି ବାରବାଟୀରେ ବିଜୟର ବାନା ଉଡାଇବାକୁ ପଡିବ । ଏହି ମିଶନରେ ଧୂଆଁଧାର ମାଡ ମାରୁଥିଲେ ଦୁଇ ଓପନର । ମନରେ ଜୋସ୍ ରନ ବଢାଇବାରେ ମଗ୍ନ ହେବା ସମୟରେ ହିଁ ଫ୍ଲଡ୍ ଲାଇଟ୍ ଲିଭିଗଲା । ଯାହାକୁ ନେଇ ରୋହିତ ଟିକେ ରାଗି ଯାଇଥିଲା । ତାସହ ଅନ୍ୟଏକ କାରଣ ପାଇଁ ବି ରୋହିତ ପଡିଆରେ ଟିକେ ଚିଡି ଯାଇଥିବା ନଜର ଆସିଥିଲେ । ଆଉ ସେ କାରଣଟି ହେଲା ଡିଜେ… ଡିଜେ ଗୀତ ଶୁଣି ବିରକ୍ତ ହୋଇଥିଲେ କ୍ୟାପଟେନ ରୋହିତ ଶର୍ମା । କୌଣସି ବି ୱିକେଟ୍ ନହରାଇ ଟିମ୍ ଇଣ୍ଡିଆର ଦଳୀୟ ସ୍କୋର ୪୮ ଏବଂ ରୋହିତଙ୍କ ବ୍ୟକ୍ତିଗତ ରନ୍ ୨୯ ଥିବା ବେଳେ ଏହି ଡିଜେ ବାଜିଥିଲା । ଗୋଟେ ପଟେ ଫ୍ଲଡ୍ ଲାଇଟ୍ ଲିଭିଯିବା ଏବଂ ଅନ୍ୟପଟେ ଡିଜେର ଶବ୍ଦରେ ବିଚଳିତ ହୋଇଥିଲେ ରୋହିତ ଆଉ ସାଙ୍ଗେ ସାଙ୍ଗେ ପଡିଆ ଭିତରୁ ‘ବନ୍ଦ କର…’ ବୋଲି ଚିଲେଇଥିଲେ । ହାତ ଠାରି, ବ୍ୟାଟ୍ ଦେଖାଇ ନିଜ ଅଙ୍ଗଭଙ୍ଗୀରେ ଡିଜେ ବନ୍ଦ ପାଇଁ ବିରୋଧ କରିଥିଲେ । ନିୟମିତ ବ୍ୟବଧାନରେ ଗୀତ ବାଜୁଥିବାରୁ ବ୍ୟାଟିଂରେ ତାଙ୍କର ଏକାଗ୍ରତା ରହୁନଥିବା କାରଣରୁ ସେ ସାମାନ୍ୟ କ୍ରୋଧିତ ହୋଇ ଡିଜେ ବନ୍ଦ ପାଇଁ ଇସାରା ଦେଇଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲଗାତାର ବ୍ୟବଧାନରେ ପଡିଆରେ ରଙ୍ଗବତୀ ପରି ଓଡିଶାର ଅନେକ ଓଡିଆ ଚର୍ଚ୍ଚିତ ଗୀତ ବାଜୁଥିବା ବେଳେ ରୋହିତ ଯେତେବେଳେ ବିରକ୍ତି ଭାବ ପ୍ରକାଶ କରିଥିଲେ ସେତେବେଳେ ସମ୍ଭବତ ‘ଛି… ଛି… ଛିରେ ନନୀ ଛି’ ଗୀତ ବାଜୁଥିଲା ଯାହା ମ୍ୟାଚ୍ ଦେଖିବାକୁ ଯାଇଥିବା କିଛି ଦର୍ଶକ କହିଛନ୍ତି । କାରଣ ଫ୍ଲଡ୍ ଲାଇଟ୍ କଟିଯିବା ପରେ ହିଁ ‘ଛି… ଛି… ଛିରେ ନନୀ ଛି’ ଗୀତ ବାଜିଥିଲା ଯାହା ଭାଇରାଲ ହେଉଛି । ଆଉ ସେହି ସମୟରେ ହିଁ ରୋହିତ ‘ବନ୍ଦ କର…’ ବୋଲି କହିଥିଲେ

Leave a Reply

Your email address will not be published. Required fields are marked *