ଘଟଣା-ଦୁର୍ଘଟଣା
ସୀମାନ୍ତରେ ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର
ମଙ୍ଗଧରିଛନ୍ତି ଓଡ଼ିଆ ଆଦିବାସୀ ନେତା ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁର ଆଦିବାସୀ ନେତାଙ୍କ ନେତୃତ୍ବରେ ଗଠିତ ବିଭିନ୍ନ ସଙ୍ଗଠନରେ ଉଭୟ ରାଜ୍ୟର ଶତାଧିକ କାର୍ଯ୍ୟକର୍ତ୍ତା ଥିବାରୁ ଏମାନଙ୍କୁ ବିଜେପି ଓ ଜେଏମ୍ଏମ୍ ନେତାମାନେ ନିର୍ବାଚନୀ ଅସ୍ତ୍ର କରିଛନ୍ତି। ଯେଉଁମାନେ ସିମ୍ଡେଗା ଓ ମନୋହରପୁର ବିଧାନସଭା କ୍ଷେତ୍ରରେ ପ୍ରଚାରର ମଙ୍ଗ ଧରିଛନ୍ତି। ରାଉରକେଲା/ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ଆସନ୍ତା ୧୩ ଓ ୨୦ରେ ହେବାକୁ ଯାଉଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ସିମ୍ଡେଗା ଓ ମନୋହରପୁର ଦୁଇ ବିଧାନସଭା ନିର୍ବାଚନର ତାତି […]
ପୁଣି ଟେନ୍ସନ୍ ବଢ଼ାଇଲା ଟିଟିଏସ୍: ଗନ୍ଧେଇଲାଣି ଅଧାସହର
ମାସ କେଇଟା ଯାଇନି। ପୁଣି ଗନ୍ଧେଇଲାଣି ଅଧା ସହର। ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ(ଟିଟିଏସ୍) ରେ ସୃଷ୍ଟି ହୋଇଥିବା ଆବର୍ଜନା ପାହାଡ଼ ଏବେ ସହରବାସୀଙ୍କ ନିଦ ହଜାଇ ଦେଲାଣି। ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ମାସ କେଇଟା ଯାଇନି। ପୁଣି ଗନ୍ଧେଇଲାଣି ଅଧା ସହର। ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ(ଟିଟିଏସ୍) ରେ ସୃଷ୍ଟି ହୋଇଥିବା ଆବର୍ଜନା ପାହାଡ଼ ଏବେ ସହରବାସୀଙ୍କ ନିଦ ହଜାଇ ଦେଲାଣି। ରାତି ହେଉ କି ଦିନ, ସବୁବେଳେ […]
ନୂତନ ଗ୍ରାମପଞ୍ଚାୟତ ଗଠନ ଦାବିରେ ଜନ ଆନ୍ଦୋଳନ
କେ. ନୂଆଗାଁ ବ୍ଲକ ଅଧିନସ୍ଥ ବଣ୍ଡଗୁଡ଼ା ଗ୍ରାମପଞ୍ଚାୟତ ଉପରେ ମଗଡ଼ିଙ୍ଗିଆ ଅଞ୍ଚଳବାସୀ ନିର୍ଭର କରି ରହିଆସୁଥିଲେ। ଅନେକ ଅସୁବିଧାର ସମୁଖୀନ ହେଉଥିଲେ। ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଅଞ୍ଚଳବାସୀ ନିଜ ସୁବିଧା ନିମନ୍ତେ ମଗଡ଼ିଙ୍ଗିଆ ଠାରେ ନୂତନ ଗ୍ରାମପଞ୍ଚାୟତ ଗଠନ ପାଇଁ ଦାବି କରି ଆସୁଛନ୍ତି। ଘୁ.ଉଦୟଗିରି/ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅଧିନସ୍ଥ ବଣ୍ଡଗୁଡ଼ା ଗ୍ରାମପଞ୍ଚାୟତ ଉପରେ ନିର୍ଭର କରି ରହିଆସୁଥିଲେ ମଗଡ଼ିଙ୍ଗିଆ ଅଞ୍ଚଳବାସୀ ଓ ଅନେକ […]
ସତ୍ୟନଗର ମଶାଣିରୁ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ
ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ଏକ ଶବକୁ ଅନ୍ତିମ ସଂସ୍କାର କରାଯାଉଥିବା ହାଇଡ୍ରାମା ଦେଖିବାକୁ ମିଳିଛି। ଶାଶୂଙ୍କ ମୃତଦେହ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ସଂପର୍କୀୟଙ୍କ ଦ୍ବାରା ଅଭିଯୋଗ ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶବକୁ ଜବତ କରିଛି। ଭୁବନେଶ୍ୱର ୦୯-୧୧-୨୦୨୪ (ପିପିଏସ ) : ରାଜଧାନୀ ଭୁବନେଶ୍ବରର ଛାତି ଉପରେ ଆଜି ଅପରାହ୍ଣରେ ଏକ ଅଭାବନୀୟ ପରିସ୍ଥିତି ଦେଖାଯାଇଛି। ସତ୍ୟନଗର ଶ୍ମଶାନରେ ଏକ ଶବକୁ ଅନ୍ତିମ ସଂସ୍କାର କରାଯାଉଥିବା ହାଇଡ୍ରାମା ଦେଖିବାକୁ ମିଳିଛି। […]
ପୁଣି ପଶିଲେ ୧୦ଟିକିଆ ହାତୀପଲ; ସଂଖ୍ୟା ପହଞ୍ଚିଲା ୭୩
ବିଳମ୍ବିତ ରାତିରେ ୟୁଟର୍ନ କରି ରୁପ୍ସା-ବାଙ୍ଗିରିପୋଷି ରେଳପଥ ପାର କରିବା ସହିତ ବଗଲପୁର ଠାରେ ୧୮ନଂ ଜାତୀୟ ରାଜପଥ ପାର କରି ଫୁଲଝରି ଦେଇ ଦଲକି ଜଙ୍ଗଲରେ ପଶିଲେ ହାତୀପଲ। ୫୩ଟିକିଆ ପଲରୁ ୧୦ଟା ପାଖାପାଖି ହାତୀ ତିଳଦା ଆଖପାଖ ଜଙ୍ଗଲରେ ରହିଯାଇଛନ୍ତି। ବୈଶିଙ୍ଗା/ଭୁବନେଶ୍ୱର ୦୯-୧୧-୨୦୨୪ (ପିପିଏସ ) : ପଶ୍ଚିମବଙ୍ଗ ଦେଇ ମୟୂରଭଂଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ଗତ ସପ୍ତାହ ଶନିବାର ପ୍ରବେଶ କରି ବେତନଟୀ ରେଞ୍ଜର ବିଭିନ୍ନ ଜଙ୍ଗଲାଞ୍ଚଳରେ ସପ୍ତାହେରୁ ଊର୍ଦ୍ଧ୍ବ ଧରି ହାତୀପଲ […]
ଓଲଟିଲା ଯାତ୍ରୀବାହୀ ବସ୍
ଚାଳକ ମୃତ, ହେଲପରଙ୍କ ସମେତ ୯ ଗୁରୁତର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଗଛକୁ ପିଟି ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ବସ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲପରଙ୍କ ସମେତ ୯ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଦଶପଲ୍ଲା/ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ […]
ଓଏଚ୍ଆରସିରେ ପହଁଚିଲା ଆମ୍ବଟାକୁଆ ମାମଲା
ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ଓଡିଶା ମାନବାଧିକାର କମିସନ ଅବଗତ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ସ୍ବାସ୍ଥ୍ୟ ବିଭାଗ ସଚିବ ଏବଂ କନ୍ଧମାଳ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି। ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ଓଡିଶା ମାନବାଧିକାର କମିସନ (ଓଏଚ୍ଆରସି) ଅବଗତ ହୋଇଛନ୍ତି। ଆମ୍ବ ଟାକୁଆ […]
ବିମାନ ବାତିଲ: ଧାରଣାରେ ବସିଲେ ଯାତ୍ରୀ
ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର-ହାଇଦ୍ରାବାଦ ବିମାନ ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ): ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର-ହାଇଦ୍ରାବାଦ ବିମାନ ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ ଯାତ୍ରୀମାନେ ବିମାନ ବନ୍ଦରରେ ଧାରଣା ଦେଇଛନ୍ତି। ବିମାନଟି ଗତକାଲି ମଧ୍ୟ ବାତିଲ ହୋଇଥିଲା। ତେବେ ଏହା ଗୁରୁବାର […]
ଅମାନିଆ ଚାଳକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ନିୟନ୍ତ୍ରଣରେ ନରହି ଚଳାଚଳ କରୁଥିବାରୁ ବିଗତ ଦିନରେ ଅନେକ ସ୍ଥାନରେ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କିଛି ଲଗାମ ବିନୀନ ଚାଳକଙ୍କ ଯୋଗୁଁ ସାଧାରଣ ଜନତାଙ୍କର କ୍ଷତି ହୋଇଛି। ଗତ ୨ ତାରିଖ ଦିନ ମୋ ବସ୍ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ଭୁବନେଶ୍ବର: ସହରାଞ୍ଚଳରେ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ଓ ସୁବିଧାଜନକ ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ମୋ ବସ୍’ ସେବା ଆରମ୍ଭ କରିଛନ୍ତି। କିନ୍ତୁ ଏହି ସେବା ଦ୍ବାରା ଅନେକଙ୍କ ଜୀବନକୁ ବିଗତ ଦିନରେ […]
ଅଗ୍ନିକାଣ୍ଡରେ ମା ଓ ଝିଅ ମୃତ, ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗ
ସମ୍ବଲପୁର/ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : ସମ୍ବଲପୁରର ସଦର ଥାନା ଅନ୍ତର୍ଗତ ମାନେଶ୍ୱରର ହାଟପଦା ଠାରେ ମଙ୍ଗଳବାର ରାତ୍ରିରେ ଅଗ୍ନିକାଣ୍ଡ ଘଟି ଜଣେ ବରିଷ୍ଠ ମହିଳା ଓ ତାଙ୍କର ଝିଅ ମୃତ୍ୟୁବରଣ କରିଛନ୍ତି। ଗତକାଲି ରାତ୍ରିରେ ହାଟପଦାରେ ଥିବା ଘରର ଉପର ମହଲାରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୌରେନ୍ଦ୍ରୀ ଦୀକ୍ଷିତ (୬୨) ଓ ତାଙ୍କର ମାଁ ସ୍ନେହଲତା ଦୀକ୍ଷିତ (୯୦) ରହୁଥିବା ବେଳେ ତଳ ମହଲାରେ ତାଙ୍କର ଭାଇ ଜଗନ୍ନାଥ ଦୀକ୍ଷିତ ନିଜର ପରିବାର ସହିତ ରହୁଛନ୍ତି। ସୈରେନ୍ଦ୍ରୀ ଅବିବାହିତା ହୋଇଥିବା […]