ଜୀବନଚର୍ଯ୍ୟା
କଟକରେ ମଶାଙ୍କ ବ୍ୟାପକ ବଂଶବୃଦ୍ଧି ପାଇଁ ବିଜେପି ଯୁବ ମୋର୍ଚ୍ଚାର କମିଶନରଙ୍କୁ ସ୍ମାରକପତ୍ର
କଟକ,୦୪-୧୨-୨୦୨୪(ପିପିଏସ ) : କଟକ ସହରରେ ଏବେ ମଶାଙ୍କ ଉପଦ୍ରବ ଏତେ ମାତ୍ରରେ ବଢିଯାଇଛି ଯେ ଆପଣ ସଖାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମଶାଙ୍କ ଠାରୁ ନିସ୍ତାର ପାଇବେ ନାହଁ ଦିନ ଦ୍ବୀପହରେ ବିନା ମସାରୀ ଟାଙ୍ଗି ଲୋକେ ଘରେ ମଧ୍ୟ ସୋଇପାରୁନାହାନ୍ତି । ଆପଣ ରାଜ ରାସ୍ତାରେ ସନ୍ଧ୍ୟା ବେଳେ କୌଣସି ସ୍ଥାନରେ ଠିଆ ହୋଇ କଥା ମଧ୍ୟ ହୋଇପାରିବେ ନାହିଁ କାରଣ କଥା ହେବା ସମୟରେ ମଶା ପାଟିରେ ପସିଯାଉଛନ୍ତି। କଟକର ପ୍ରତ୍ୟକ ଡ୍ରେନରୁ ଠିକ […]
ଏସ୍ସିବିରେ ସଫଳ ଅସ୍ତ୍ରୋପଚାର ୧୨ଘଣ୍ଟା ପରେ ମୁଣ୍ଡରୁ ବାହାରିଲା କୁରାଢ଼ି
କନ୍ଧମାଳରୁ କଟକ ବଡ଼ଡାକ୍ତରଖାନା। ୧୨ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବିବେକ କହଁର। ଏସ୍ସିବି ଟ୍ରମା ୟୁନିଟ୍ରେ ୪ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ତାଙ୍କ ମୁଣ୍ଡରୁ କୁରାଢ଼ିକୁ ବାହାର କରାଯାଇଛି। କଟକ୦୧-୧୨-୨୦୨୪ (ପିପିଏସ ) : କନ୍ଧମାଳରୁ କଟକ ବଡ଼ଡାକ୍ତରଖାନା। ୧୨ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବିବେକ କହଁର। ଏସ୍ସିବି ଟ୍ରମା ୟୁନିଟ୍ରେ ୪ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ତାଙ୍କ ମୁଣ୍ଡରୁ କୁରାଢ଼ିକୁ ବାହାର କରାଯାଇଛି। କିନ୍ତୁ ବିବେକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଗତକାଲି […]
ଶିକ୍ଷକ ନିଯୁକ୍ତି ନେଇ ଅଭିନବ ପ୍ରତିବାଦ: ରାସ୍ତାରେ ପଢ଼ିଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର ବ୍ଲକ ଅଧୀନ ଲିଙ୍ଗିପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍ରେ ଅନ୍ୟତ୍ର ପଠାଯିବାକୁ କେନ୍ଦ୍ର କରି ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ଭୁବନେଶ୍ୱର ୨୬-୧୧-୨୦୨୪ (ପିପିଏସ) : ଭୁବନେଶ୍ୱର ବ୍ଲକ ଅଧୀନ ଲିଙ୍ଗିପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍ରେ ଅନ୍ୟତ୍ର ପଠାଯିବାକୁ କେନ୍ଦ୍ର କରି ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ଗ୍ରାମବାସୀ […]
ରାଜଧାନୀରେ ‘ଆମ ସମ୍ବିଧାନ, ଆମ ସ୍ବାଭିମାନ’ ପଦଯାତ୍ର: ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୬-୧୧-୨୦୨୪ (ପିପିଏସ) : ଜାତୀୟ ସମ୍ବିଧାନ ଦିବସ ଅବସରରେ ଆଜି ରାଜଧାନୀରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ଏଜି ଛକରେ ଥିବା ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରିଥିଲେ। ଏହାପରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ‘ଆମ ସମ୍ବିଧାନ, ଆମ ସ୍ବାଭିମାନ’ ପଦଯାତ୍ରରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ […]
ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା: ସିଲ୍ ହେଲା ବାର୍
ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ରାଜଧାନୀ ଭୁବନେଶ୍ବରରେ ଅନେକଗୁଡ଼ିଏ ବାର୍ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ପରିଚାଳିତ ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତଥାପି କିଛି ମାଲିକ ସରକାରୀ ଗାଇଡ଼ଡଲାଇନ୍କୁ ଅଣଦେଖା କରୁଥିବା ଦୃଷ୍ଟିଗୋଚର ହେଉଛି। ନିୟମ ଉଲ୍ଲଘଂନକାରୀ ବାର୍ ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି। ରାଜଧାନୀ ଭୁବନେଶ୍ବରର ସହିଦନଗରସ୍ଥିତ ବାର୍ ‘ଭୋକ୍ସପୋପ୍’କୁ ସିଲ କରାଯାଇଛି। ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ୍ ଏହି ବାର୍କୁ ସିଲ୍ କରିଛି। ଅବକାରୀ ବିଭାଗ […]
ଟାଟରାଇ ଗାଁର ଦୁଃଖ: ୩ କିମି ଦୂରରେ ରହିଛି ସ୍କୁଲ, ଅଙ୍ଗନବାଡ଼ି
ମାଲକାନଗିରି/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ମାଲକାନଗିରି ଜିଲ୍ଲାର ବହୁ ଗ୍ରାମ ଆଜି ବି ଅବହେଳିତ ହୋଇ ରହିଛି। ଗୋଟିଏ ପଟେ ନକ୍ସଲ ଗାଁଗୁଡିକର ବିକାଶ ହେବାକୁ ଦେଇନଥିବା ବେଳେ ଅନ୍ୟ ପଟେ ପ୍ରଶାସନ ଏବଂ ସରକାର ଗାଁରେ ମୌଳିକ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛି।ନକ୍ସଲ ଜିଲ୍ଲାକୁ ୨୦ ବର୍ଷ ପଛକୁ ଠେଲି ଦେଇଥିବା ବେଳେ ଗତ ତିନି ଚାରି ବର୍ଷ ହେଲା ଜିଲ୍ଲା ପୁଣି ବିକାଶ ଆଡକୁ ପାଦ ଥାପିଛି।ତେବେ ଗାଁର ବିକାଶ ହେଲେ ହିଁ ଜିଲ୍ଲାର […]
ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ : ମହିଳାଙ୍କୁ ବାଣ୍ଟିଲେ ସୁଭଦ୍ରା ଟଙ୍କା
ସୁନ୍ଦରଗଡ଼/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ ଗସ୍ତରେ ଆସି ସ୍ଥାନୀୟ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେଇଛନ୍ତି। ସମାବେଶସ୍ଥଳକୁ ପହଞ୍ଚି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି। ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନିଜ ହାତରେ ୧୦ ଜଣ ମହିଳାଙ୍କୁ ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତିର ଡମି ଚେକ୍ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟତୀତ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଆଦିବାସୀ ବ୍ଯାପାର ମନ୍ତ୍ରୀ […]
ଏସ୍ସିବିରେ ରୋଗୀଙ୍କ ଜୀବନ ସହ ଖେଳ ୬ରୁ ୪ ଷ୍ଟେରିଲାଇଜେସନ୍ ମେସିନ୍ ଅଚଳ
କଟକ ବଡ଼ଡାକ୍ତରଖାନାରେ ଠିକ୍ରେ କାମ କରୁନି ଷ୍ଟେରିଲାଇଜେସନ୍ ବ୍ୟବସ୍ଥା। ଷ୍ଟିମ୍ରେ ଚାଲୁଥିବା ୬ରୁ ୪ଟି ମେସିନ୍ ଅଚଳ ହୋଇପଡ଼ିଛି। ଯେଉଁ ୨ଟି ମେସିନ୍ ଚାଲିଛି, ସେଥିରେ ୧୮ଟି ବିଭାଗର ୫୦ରୁ ଅଧିକ ଅସ୍ତ୍ରୋପଚାର(ଓଟି) ଉପକରଣ ଷ୍ଟେରିଲାଇଜ୍ କରାଯାଉଛି। କଟକ,୨୪-୧୧-୨୦୨୪ (ପିପିଏସ) : କଟକ ବଡ଼ଡାକ୍ତରଖାନାରେ ଠିକ୍ରେ କାମ କରୁନି ଷ୍ଟେରିଲାଇଜେସନ୍ ବ୍ୟବସ୍ଥା। ଷ୍ଟିମ୍ରେ ଚାଲୁଥିବା ୬ରୁ ୪ଟି ମେସିନ୍ ଅଚଳ ହୋଇପଡ଼ିଛି। ଯେଉଁ ୨ଟି ମେସିନ୍ ଚାଲିଛି, ସେଥିରେ ୧୮ଟି ବିଭାଗର ୫୦ରୁ ଅଧିକ ଅସ୍ତ୍ରୋପଚାର(ଓଟି) ଉପକରଣ […]
ବାଦ୍ ପଡ଼ିଥିବା ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପରେ ଏନେଇ ନିଷ୍ପତ୍ତି ହୋଇଛି। ତେବେ ଏହି ୨ ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା ଦିଆଯିବ। ବାକି ଆବେଦନଗୁଡ଼ିକ ଜମି […]
‘ଓଡ଼ିଶାର ଇତିହାସରେ ହରେକୃଷ୍ଣ ମହତାବଙ୍କ କୃତିତ୍ଵ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ’
ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ, କୂଟନୀତିଜ୍ଞ, ଐତିହାସିକ ଏବଂ ଲୋକପ୍ରିୟ ଜନନେତା ଥିଲେ ଡ଼ଃ ହରେକୃଷ୍ଣ ମହତାବ। ଆଧୁନିକ ଓଡ଼ିଶା ନିର୍ମାଣର ବିଶ୍ଵକର୍ମା ଭାବେ ସେ ସ୍ଵତନ୍ତ୍ର ପରିଚୟର ଅଧିକାରୀ ମଧ୍ୟ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏହା କହିଛନ୍ତି। ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ଓଡ଼ିଶାର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଇତିହାସରେ ଡ଼ଃ ହରେକୃଷ୍ଣ ମହତାବଙ୍କ କୃତିତ୍ଵ, ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ଏକାଧାରାରେ ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ, […]