ଘଟଣା-ଦୁର୍ଘଟଣା
ସିବିଆଇ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଆଇଏଏସ୍ ଅଧିକାରୀଙ୍କ ଡ୍ରାଇଭର
ଜିଜିଏମ୍ ଏକ ଠିକା ସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଶନିବାର ଦିନ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ନୃସିଂହ ଶତପଥୀଙ୍କୁ ପଚରାଉଚରା କରିଛି। ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍’ ଜିଜିଏମ୍ ଏକ ଠିକା ସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ଦିନ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ […]
ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ମହଙ୍ଗା ପଡ଼ିଲା
ବିଦାହେଲେ ଅଙ୍ଗନବାଡି କର୍ମୀ କୁଆରମୁଣ୍ଡା/ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ମହଙ୍ଗା ପଡ଼ିଛି। ସତ୍ୟ ଜଣାପଡ଼ିବା ପରେ ଅଙ୍ଗନବାଡ଼ି କର୍ମୀ ଚାକିରିରୁ ବିଦା ହୋଇଛନ୍ତି। ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍ର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି। ଚଳିତ ବର୍ଷ ଫେବ୍ରୁଆରି ୯ ତାରିଖରେ କଚାରୁ-୧ ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ଭାବେ ବାହାମନୀ ଲୁଗୁନଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ମିଥ୍ୟା ଯୁକ୍ତ ୨ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗରେ ବିଭାଗ ପକ୍ଷରୁ ତାଙ୍କୁ […]
ପାରାଦୀପରେ ଫସିଲେ ୭୮ ବାଂଲାଦେଶୀ ନାଗରିକ, ମାଛ ଧରିବାକୁ ଆସି ଅଟକ
ପାରାଦୀପ/ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : ବିଗତ କିଛି ମାସ ହେଲା ଭାରତ-ବାଂଲାଦେଶର ସଂପର୍କରେ ମଧୁରତା ନାହିଁ। ବିଭିନ୍ନ କାରଣକୁ ନେଇ ଉଭୟ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ଉଦ୍ୟମ କରାଯାଉଛି। ଏହାରି ମଧ୍ୟରେ ଭାରତୀୟ ସମୁଦ୍ର ସୀମାରୁ ୨ଟି ବାଂଲାଦେଶୀ ମାଛଧରା ଟ୍ରଲର ଜବତ ହୋଇଛି। ଏହି ଟ୍ରଲରେ ୭୮ ଜଣ ମତ୍ସ୍ୟଜୀବୀ ଥିଲେ। ମତ୍ସ୍ୟଜୀବୀମାନଙ୍କୁ ଅଟକ ରଖି ତଟରକ୍ଷୀ ବାହିନୀ ଖୋଳତାଡ଼ କରୁଛି।ବଙ୍ଗୋପସାଗରରେ ଅଟକ ଥିବା ସମସ୍ତ ବାଂଲାଦେଶୀ […]
ଏସସିବିରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷ ଲୁଟ୍
କଟକ,୦୯-୧୨-୨୦୨୪(ପିପିଏସ) : କଟକ ଏସସିବିରେ ବିଭିନ୍ନ ଏଜେନ୍ସିରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ୨୦ରୁ ୨୫ ଜଣ ଆଶାୟୀ ପ୍ରାର୍ଥୀଙ୍କଠାରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ନକଲି ନିଯୁକ୍ତି ପତ୍ର ଦେବା ଅଭିଯୋଗରେ ଏକ ନକଲି କନସଲଟାନ୍ସିର ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ଦୁଇ ଭାଇ ହରପ୍ରିତ୍ ମହାନ୍ତି ଓ ଅରଜିତ ମହାନ୍ତି। ପୁଲିସ ସେମାନଙ୍କଠାରୁ ୧୦ ହଜାର ଟଙ୍କା, ହାର୍ଡ ଡିସ୍କ, […]
ସ୍ତ୍ରୀକୁ ହତ୍ୟା ଉଦ୍ୟମ କଲେ ସ୍ୱାମୀ
ବିବାହ ଭୋଜିରୁ ଫେରୁଥିବା ସମୟରେ କନେଷ୍ଟବଳ ସ୍ତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି କନେଷ୍ଟବଳ ସ୍ବାମୀ ଫେରାର ମାରିଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ତୁଷୁରା/ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) : ବିବାହ ଭୋଜିରୁ ଫେରୁଥିବା ସମୟରେ କନେଷ୍ଟବଳ ସ୍ତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି କନେଷ୍ଟବଳ ସ୍ବାମୀ ଫେରାର ମାରିଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବଲାଙ୍ଗୀରି ରିଜର୍ଭ ପୁଲିସରେ କାମ କରୁଥିବା ସମରା ଗ୍ରାମର […]
ନିର୍ମାଣାଧୀନ ଡ୍ରେନ୍ରେ ଚାପି ହୋଇଗଲେ ୩ ଶ୍ରମିକ: ଜଣେ ମୃତ, ୨ ଗୁରୁତର
ରାଜ୍ୟରେ ମୁକୁଳା ଡ୍ରେନ୍ ଓ ନିର୍ମାଣାଧୀନ ଡ୍ରେନ୍ ଯୋଗୁଁ ଅନେକଙ୍କ ଜୀବନ ଯାଉଛି। ପ୍ରତିକାର ପାଇଁ ସରକାର ଓ ପ୍ରଶାସନର ତତ୍ପରତା ପ୍ରକାଶ ପାଉନାହିଁ। ବାରମ୍ବାର ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନର ନିଦ ଖୋଲୁନାହିଁ। କଟକ,୦୮-୧୨-୨୦୨୪(ପିପିଏସ) : ଐତିହାସିକ କଟକ ସହରର ବିନାନାସୀ ଅଞ୍ଚଳରେ ଡ୍ରେନ୍ ପୁଣି ଥରେ ମୁଣ୍ଡ ନେଇଛି। ଏଠାରେ ନିର୍ମାଣାଧୀନ ଏକ ଡ୍ରେନ୍ରେ ଚାପି ହୋଇଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଅପ୍ରୀତିକର ଘଟଣା ଯୋଗୁଁ ଅନ୍ୟ ୨ ଜଣ ଶ୍ରମିକ […]
ଗଳା କାଟି ନିର୍ମମ ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ଧରାକୋଟ ବଡଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମରେ ୧ ଅକ୍ଟୋବର ୨୦୧୭ ତାରିଖ ରାତ୍ରୀରେ ମଦ ପିଇବା ପାଇଁ ଡାକି ନେଇ ଗ୍ରାମ ନିକଟ ଗଣିଆ ନାଳ ନିକଟରେ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି ଗଞ୍ଜାମ/ଭୁବନେଶ୍ୱର ୦୬-୧୨-୨୦୨୪(ପିପିଏସ) : ଧରାକୋଟ ବଡଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମରେ ୧ ଅକ୍ଟୋବର ୨୦୧୭ ତାରିଖ ରାତ୍ରୀରେ ମଦ ପିଇବା ପାଇଁ ଡାକି ନେଇ ଗ୍ରାମ ନିକଟ ଗଣିଆ ନାଳ ନିକଟରେ ଅତି ନିର୍ମମ ଭାବେ […]
ଅନ୍ଲାଇନ୍ ଗେମ୍ର ଭୟଙ୍କର ପରିଣତି: ଜୀବନ ହାରିଦେଲେ ଯୁବକ
ସମ୍ପ୍ରତି ଅନ୍ଲାଇନ୍ ଗେମ୍ ସମଗ୍ର ଦେଶର ଯୁବପିଢ଼ିଙ୍କ ଏକ ବଡ଼ ବିପଦ ସାଜିଛି। ଅନ୍ଲାଇନ୍ ଗେମ୍ରେ ଫସି ବହୁ ଯୁବକ ପ୍ରାଣ ହାରିଦେଉଛନ୍ତି। ଆଜି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱର ୦୬-୧୨-୨୦୨୪(ପିପିଏସ) : ସମ୍ପ୍ରତି ଅନ୍ଲାଇନ୍ ଗେମ୍ ସମଗ୍ର ଦେଶର ଯୁବପିଢ଼ିଙ୍କ ଏକ ବଡ଼ ବିପଦ ସାଜିଛି। ଅନ୍ଲାଇନ୍ ଗେମ୍ରେ ଫସି ବହୁ ଯୁବକ ପ୍ରାଣ ହାରିଦେଉଛନ୍ତି। ଆଜି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। […]
ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା
କେନ୍ଦ୍ରାପଡ଼ା/ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପରିସରରୁ ବ୍ରହ୍ମଚାରୀ ବିଶ୍ୱଚୈତନ୍ୟ ମହାରାଜ୍ଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏକ ବିଶାଳ ସମାବେଶ ଏବଂ ରାଲି ବାହାରି ସହର ମଧ୍ୟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ କନ୍ତିଆ ମଠାଧୀସ ସିଦ୍ଧାର୍ଥ ଶଙ୍କର ଦାସ ମହାରାଜ, ଇସକନ୍ ମଠର ମଠାଧୀସ ବାବାଜୀ ହରେକୃଷ୍ଣ ଦାସଙ୍କ ସମେତ […]
ଆସାମ ପରି ଓଡ଼ିଶାରେ ମଧ୍ୟ ଗୋ ହତ୍ୟା ବନ୍ଦ ପାଇଁ କଡ଼ା ଆଇନ ଆସିବ: ମନ୍ତ୍ରୀ
ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଗୋବଂଶ ବୃଦ୍ଧି ସହିତ ଗୋପାଳକଙ୍କର ଉନ୍ନତି ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଏଥିରେ କାମଧେନୁ ଯୋଜନା ମଧ୍ୟ ସାମିଲ ରହିଛି। ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଗୋବଂଶ ବୃଦ୍ଧି ସହିତ ଗୋପାଳକଙ୍କର ଉନ୍ନତି ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଏଥିରେ କାମଧେନୁ ଯୋଜନା ମଧ୍ୟ ସାମିଲ ରହିଛି। ସରକାର ଏବେ ଗୋବଂଶ […]