ଓଡିଶା
୨୧ ଭାରତ ବନ୍ଦ କୁ ସମର୍ଥନ କରିବ ଏସସିଏସଟି ଯୁଗ୍ମ କ୍ରିୟାନୁଷ୍ଠାନ କମିଟି
ବଲାଙ୍ଗୀର,୨୦-୮-୨୪(ପିପିଏସ) : ଆସନ୍ତା 21ରେ ଭାରତ ବନ୍ଦକୁ, ଟିଟିଲାଗଡ଼ ଏସସିଏସଟି ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମର୍ଥନ କରାଯିବ l ଏନେଇ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ଯୁଗ୍ମ କମିଟି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି l ସୁପ୍ରିମକୋର୍ଟଙ୍କ ଏସସିଏସଟି ଆରକ୍ଷଣ ସଂକ୍ରାନ୍ତ ନିର୍ଣ୍ଣୟ ଜାତି ଜାତି ମଧ୍ୟରେ ବିଭେଦ ସୃଷ୍ଟି କରିବ l ଏସସିଏସଟି ବର୍ଗ ସଂରକ୍ଷଣରେ କ୍ରିମି ଲେୟାର ଲାଗୁ କରାଯିବାକୁ ଯୁଗ୍ମ କମିଟି ନେତା […]
ରାକ୍ଷୀରେ ଅଘଟଣ : ଭଉଣୀକୁ ଛୁରୀ ଭୁସି ହତ୍ୟା କଲା ଭାଇ
ବ୍ରହ୍ମପୁର,୧୯-୮-୨୪(ପିପିଏସ) : ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ହତ୍ଯାକାଣ୍ଡ। ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ଛୁରା ମାଡ଼ କରି ହତ୍ୟା କରିଛି ଭାଇ । ମୃତକ ହେଲେ ୧୩ ବର୍ଷୀୟା ପ୍ରଜକ୍ତା ପାଣିଗ୍ରାହୀ । ନିମଖଣ୍ଡି ଲୋଚପଡା ଅଞ୍ଚଳରେ ତାଙ୍କର ଘର। ବଡ଼ବଜାର ଜଗନ୍ନାଥ ବିହାରରେ ସପ୍ତମ ଲେନରେ ଥିବା ବଡବାପା ଘରକୁ ଆସିଥିଲେ । ହଠାତ୍ କୌଣସି କାରଣକୁ ନେଇ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଭଉଣୀ ପ୍ରଜକ୍ତାକୁ ଛୁରାମାଡ଼ କରିଥିଲେ। ପରେ ଆୟୁଷ୍ମାନ […]
ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ : ଜଣକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୩ ଜଣ
ପୁରୀ,୧୯-୮-୨୪(ପିପିଏସ) : ପୁରୀ ଟାଉନ ଥାନା ହାଡଗୋଡିଆସାହି ଛକରେ, ପୂର୍ବ ଶତ୍ରୁତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ହୋଇଥିବା ବ୍ୟକ୍ତି ହେଲେ ହରିହର ସାହୁ l ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ୩ଟି ବାଇକରେ ଆସି ୩ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କିଛି ଦିନ ତଳେ […]
ରାକ୍ଷୀରେ ଅଘଟଣ : ପୋଖରୀରେ ବୁଡି ୨ ଶିଶୁପୁତ୍ରଙ୍କ ସଲିଳ ସମାଧି
ନୂଆପଡା, ୧୯-୮-୨୪(ପିପିଏସ) : ନୂଆପଡା ଜିଲ୍ଲା ଜୋଙ୍କ ଥାନା ସରାଇପାଲି ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ଗାଧୋଇବାକୁ ଯାଇ ପୋଖରୀରେ ବୁଡି ୨ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ୨ ଶିଶୁପୁତ୍ରଙ୍କ ବୟସ ୪ ବର୍ଷ । ଗାଁ ପୋଖରୀରେ ବୁଡିଯିବା ପରେ ତୁରନ୍ତ ଉଦ୍ଧାର କରାଯାଇ ଶିଶୁ ମାନଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l
ରକ୍ଷାବନ୍ଧନ ଉତ୍ସବ ପାଳିଲେ ଓଡ଼ିଶା ସ୍କାଉଟ ଗାଇଡ୍
ଭୁବନେଶ୍ବର,୧୯-୦୮-୨୪ (ପିପିଏସ ) : ରିଖ ଦିନ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ ଅବସରରେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ଏବଂ ଗାଇଡସ୍ ତରଫରୁ ଗାଇଡସ୍ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମାନ୍ୟବର ବିରୋଧି ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଏସଟି ଓ ଏସସି ବିକାଶ, ସଂଖ୍ୟାଲକ୍ଷୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଓଡିଶା ରାଜ୍ୟ […]
ଛାତ୍ର ସଂସଦ ନିର୍ବାଚନକୁ ସବୁଜ ସଙ୍କେତ ଦେଲେ ଆଇନ ମନ୍ତ୍ରୀ : ଆସନ୍ତା ବର୍ଷ ହେବ ନିର୍ବାଚନ
ଭୁବନେଶ୍ୱର, ୧୯-୮-୨୪(ପିପିଏସ) : ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି କରାଯିବ । ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ହୋଇସାରିଥିବା ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ । ଛାତ୍ରସଂସଦ ନିର୍ବାଚନ ଘୋଷଣା ହେବା ପରେ ବିଭିନ୍ନ ଛାତ୍ର ସଂଗଠନ ସକ୍ରିୟ ହୋଇ ଉଠିଥିଲେ । କିନ୍ତୁ ଏଯାଏଁ କୌଣସି ବିଜ୍ଞପ୍ତିପ୍ରକାଶ ପାଉନଥିବାରୁ […]
ବାଂଲାଦେଶ ରୁ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ : ଶ୍ରମମନ୍ତ୍ରୀ
ଭୁବନେଶ୍ବର,୧୯-୦୮-୨୪ (ପିପିଏସ ) : ବାଂଲାଦେଶରେ ଲାଗି ରହିଥିବା ହିଂସାର ଶିକାର ହେଉଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ବାଂଲାଦେଶରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି । ଆଜି ଏନେଇ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ବାଂଲାଦେଶରେ କେତେ ଓଡ଼ିଆ ଶ୍ରମିକ ଅଛନ୍ତି ତାର ଏକ ତାଲିକା ପ୍ରସ୍ତୁତ ଚାଲିଛି । ସମସ୍ତ ଜିଲାର ଶ୍ରମ ଅଧିକାରୀଙ୍କୁ ଏନେଇ ଦାୟିତ୍ୱ ଦିଆଯାଇଛି । […]
ଗୁରୁ-ଶିଷ୍ୟା ସମ୍ପର୍କରେ ଆଉ ଏକ କଳଙ୍କ : ସ୍କୁଲ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କଲେ ଏନସିସି ଅଧିକାରୀ
*ବିଦ୍ୟାଳୟ ପରିସରରେ ହୋଇଥିଲା ଏନସିସି ଶିବିର*ପ୍ରେକ୍ଷାଳୟ ରେ ସୋଇଥିଲେ ସମସ୍ତ ଛାତ୍ରୀ*ରାତିରେ ବାହାରକୁ ଡାକିନେଇ କଲେ ଦୁଷ୍କର୍ମ ଚେନ୍ନାଇ/ଭୁବନେଶ୍ବର,୧୯-୦୮-୨୪ (ପିପିଏସ ) : କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଥିବାବେଳେ ତାମିଳନାଡୁରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୮ମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟର ଏନସିସି ଅଧିକାରୀ ଦୁଷ୍କର୍ମ କରିଛନ୍ତି । ଛାତ୍ରୀଙ୍କ ପରିବାର ଲୋକେ ଏହା ଜାଣିବା ପରେ ବିଦ୍ୟାଳୟ ପକ୍ଷରୁ […]
ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୯-୦୮-୨୪ (ପିପିଏସ ) : ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ, ଭାରତୀୟ ସଂସ୍କୃତିର ଏହି ଅନନ୍ୟ ପର୍ବ ଆମର ସାମାଜିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଅନ୍ୟପଟରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନୁରୂପ ଭାବରେ ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ […]
କେନାଲ ମଧ୍ୟକୁ ଡେଇଁ ପଡିଲେ ଯୁବକ
କଟକ,୧୯-୦୮-୨୪ (ପିପିଏସ ) : କଟକ ସହର ଉପକଣ୍ଠ ଜଗତପୁର-ମଧୁପୁର ବ୍ରିଜ୍ ଉପରୁ ସୋମବାର ଜଣେ ଯୁବକ କେନାଲକୁ ଡେଇଁ ପଡ଼ିଛନ୍ତି। ଯୁବକ ଜଣକ ହେଲେ ବିହାର ରାଜ୍ୟର ବିଟ୍ସ କୁମାର ଯାଦବ । ସେ କାହିଁକି ଡେଇଁଲେ ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡିନାହିଁ । ଚାଉଲିଆଗଞ୍ଜ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଖବର ଲେଖାହେବା ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳିନାହିଁ।