ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ସୈତାନ ପଡ଼ୋଶୀର ନାରକୀୟ କାଣ୍ଡ : ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ଭୁବନେଶ୍ୱର, ୨୯-୦୮-୨୪(ପିପିଏସ) : ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ୪ ବର୍ଷର ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଛି ପଡ଼ୋଶୀ l ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ବସ୍ତିରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା । ପଡୋଶୀ ଜଣେ ୩୦ ବର୍ଷର ଯୁବକ ସୁଯୋଗ ଦେଖି ପିଲାଟି ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଶିଶୁଟି କାନ୍ଦି କାନ୍ଦି ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ ।

ପୁଲିସ୍‌ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଏଥିସହ ପୁଲିସ୍‌ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏଡି ମାମଲାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।

Leave a Reply

Your email address will not be published. Required fields are marked *