ଓଡିଶା
ଆଇନ ମନ୍ତ୍ରୀ କହିଲେ, ସାର୍ବଜନୀନ ହେବ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ତଦନ୍ତ ରିପୋର୍ଟ
ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ହିନ୍ଦୁ ଧର୍ମଗୁରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ବିଚାର ବିଭାଗୀୟ ତଦନ୍ତ କମିଶନ ରିପୋର୍ଟକୁ ରାଜ୍ୟ ସରକାର ଖୁବଶୀଘ୍ର ସାର୍ବଜନୀନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା ହୋଇସାରିଛି ଓ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ ବୋଲି ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏପଟେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ୧୬ତମ ଶ୍ରାଦ୍ଧବାର୍ଷିକୀରେ ଶତାଧିକ ସାଧୁସନ୍ଥ ଏକଜୁଟ ହୋଇ ତୁରନ୍ତ ଦୋଷୀଙ୍କୁ ଦଣ୍ଡ ପ୍ରଦାନ ଦିଗରେ ବିଜେପି […]
ଜନ୍ମାଷ୍ଟମୀର କେନ୍ଦ୍ରମନ୍ତ୍ରୀଙ୍କ ଉପହାର : ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ୧୦ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
ଅନୁଗୁଳ/ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଭବନ ଏବଂ ଛାତ୍ରୀନିବାସର ଉଦଘାଟନ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଡ଼କପଥଭିତ୍ତିକ ୯୪.୮୩ କୋଟି ଟଙ୍କା ଅର୍ଥାତ୍ ପାଖାପାଖି ୧୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଆଠମଲ୍ଲିକ ବିଧାନସଭାକୁ ପାଖାପାଖି ୧୦୦ କୋଟି ଟଙ୍କାର ଜନ୍ମାଷ୍ଟମୀ ଉପହାର […]
ଓଡ଼ିଶାରେ ଚିହ୍ନଟ ହେଲା ବାର୍ଡଫ୍ଲୁ : ଚିକେନ୍ ନଖାଇବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ରାଜ୍ୟରେ ବାର୍ଡଫ୍ଲୁ ଚିହ୍ନଟ ହେବାପରେ ଆଗାମୀ କିଛିଦିନ ପାଇଁ ଚିକେନ୍ ନଖାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି । ତେବେ ଆତଙ୍କିତ ହେବାର କୌଣସି କାରଣ ନାହିଁ, ସରକାର ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଯାହା ପଦକ୍ଷେପ ନେବା ଦରକାର ତାହା ନେଉଛନ୍ତି ବୋଲି ସେ କହିଛନ୍ତି । ଡାକ୍ତର ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୂର୍ବରୁ ବାର୍ଡଫ୍ଲୁ ଆସିଛି ଓ […]
୩୦ କୋଟି ଟଙ୍କାର ସୁନା ଓ ରୁପା ଜବତ : ଚୋରା ଚାଲାଣବେଳେ ମାଡ଼ିବସିଲା ଜିଏସଟି ବିଭାଗ
ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ରାଜଧାନୀ ଭୁବନେଶ୍ୱରରେ ସୁନା ଚାଲାଣ ବେଳେ ମାଡ଼ି ବସିଲା ସିଟି ଜିଏସଟି ବିଭାଗ । ରାଜଧାନୀ ଭୁବନେଶ୍ୱରରେ ଟଙ୍କା ବୁହା ଗାଡ଼ିରୁ ୫୦ କେଜି ସୁନା ଓ ୨ କ୍ୱିଣ୍ଟାଲ ରୁପା ଜବତ କରିଛି ଜିଏସଟି ବିଭାଗ । ଏୟାରପୋର୍ଟ ପାଖରୁ ଯାଞ୍ଚ କରି ଧରିଲେ ସିଟି-ଜିଏସ୍ଟି ସ୍କ୍ୱାଡ୍ । ଜବତ ସୁନା, ରୁପାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏତେ […]
ଗାଁକୁ ନାହିଁ ରାସ୍ତା : କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ
ମୟୁରଭଞ୍ଜ/ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ଭଲ ରାସ୍ତା । କାଦୁଅ ପଚପଚ ରାସ୍ତାରେ ଯାତାୟତ କରୁଛନ୍ତି ଗ୍ରାମବାସୀ । ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଫଳରେ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ଭାବେ ପ୍ରତିବାଦ କରିଛନ୍ତି । ଏଦୃଶ୍ୟ ହେଉଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଯଶିପୁର ବ୍ଲକ ପୋଡାଗୋଡ […]
ରାଜଧାନୀର ବିଗିଡ଼ିବାରେ ଲାଗିଛି ଟ୍ରାଫିକ୍ ସମସ୍ୟା
ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ରାଜଧାନୀରେ ଟ୍ରାଫିକ୍ ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ନିୟମିତ ଭାବେ ନୂଆ ଯୋଜନା କରାଯାଉଛି । ଟ୍ରାଫିକ୍ ପୋଷ୍ଟଠାରୁ ଆରମ୍ଭ କରି ସିଗ୍ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିର ନବୀକରଣ କରାଯାଉଛି, ଅମାନିଆଙ୍କୁ ସାବାଡ୍ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି । ମାତ୍ର ରାଜଧାନୀର ଟ୍ରାଫିକ୍ ସମସ୍ୟାରେ ସୁଧାରଆସୁନାହିଁ । ବରଂ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଅସ୍ଥିର ନେତୃତ୍ବ ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି । ରାଜ୍ୟ ରାଜଧାନୀରେ ଟ୍ରାଫିକ୍ […]
ମହାନଦୀବିହାରରେ ଗୁରୁକୃପା ମହୋତ୍ସବ
କଟକ,୨୬-୦୮-୨୪ (ପିପିଏସ) : ମହାପୁରୁଷ ସଦଗୁରୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର କୃପାପାତ୍ର ଶିଷ୍ୟ ବାବାଜୀ ଅମୃତାନନ୍ଦ ଦାସ ମହାରାଜଙ୍କ ପୁଣ୍ୟ ସ୍ୱନକ୍ଷତ୍ର ଦିବସ ଅବସରରେ ୪୭ନଂ ୱାର୍ଡ଼ସ୍ଥିତ ମହାନଦୀବିହାର ଜଗନ୍ନାଥ ମନ୍ଦିର ପରିସରରେ ଗୁରୁକୃପା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗୁରୁପୂଜା ଓ ପ୍ରାର୍ଥନା ସଭା, ସାମୁହିକ ଗୀତାପାଠ, ସନ୍ଥ ପୂଜନ-ଆଶ୍ରୀବଚନ ଏବଂ ପରେ ପରେ ବିିଶିଷ୍ଟ ବ୍ୟକ୍ତିମାନଙ୍କୁ ବୈକୁଣ୍ଠ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, […]
ବିଜେପି ସଦସ୍ୟତା ଅଭିଯାନ କର୍ମଶାଳା : ଯୋଗଦେଲେ ସାଂସଦ ଭର୍ତ୍ତୃହରି ମହତାବ
କଟକ, ୨୬ -୦୮-୨୪ (ପିପିଏସ) : କଟକ ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ କର୍ମଶାଳା ଆଜି କଟକ ସଦର ଜରିପଡ଼ା ସ୍ଥିତ ଡିଭାଇନ୍ ପ୍ୟାଲେସ ଠାରେ ବିଜେପି ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ସଦସ୍ୟତା ଅଭିଯାନ ବିଷୟରେ ଆଲୋକପାତ କରିଥିଲେ । ଆସନ୍ତା ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଥିବା ଏହି […]
ସାଲିଆ ସାହିରେ ପୁଣି ଚଢ଼ାଉ : ଚୋରା ଦେଶୀ ମଦ ଭାଟି ଠାବ
ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ଗଞ୍ଜାମ ମଦମୃତ୍ୟୁ ପରଠାରୁ ଅବକାରୀ ବିଭାଗର ନିଦ ଭାଙ୍ଗିଛି । ରାଜଧାନୀ ଭୁବନେଶ୍ୱରରେ ଲଗାତର ଚଢ଼ାଉ ଜାରି ରହିଛି । ସୋମବାର କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ଭାବେ ଦେଶୀ ମଦ ବ୍ରିକି କରୁଥିବା ବେଳେ ଦେଶୀ ମଦ ଜବତ କରିଛି । ଆଉ ଏକ ଚୋରା ଦେଶୀ ମଦ ଭାଟି ଠାବ କରାଯାଇଛି । ବିପୁଳ ପୋଚ ନଷ୍ଟ କରାଯାଇଛି । ଶନିବାର ୩ଟି ମଦ […]
ଗୋରୁ ଓ ଛେଳି ପଲ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ
କୋରାପୁଟ/ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : କୋରାପୁଟ ଜିଲ୍ଲା ଭେଜା ଷ୍ଟେସନ ନିକଟରେ ଗୋରୁ ଓ ଛେଳି ପଲ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ। ଟ୍ରେନ୍ ଧକ୍କାରେ ୧୫ ଛେଳି ସହିତ ୬ ଗୋରୁଙ୍କ ମୃତ୍ୟୁ ଘଟିଛି । ସୋମବାର ସକାଳେ ଭେଜା ଷ୍ଟେସନ ନିକଟରେ ଛେଳି ଓ ଗୋରୁ ପଲ ରେଳ ଧାରଣା ପାର ହେଉଥିଲେ। ଏହି ସମୟରେ ମାଲବାହୀ ଟ୍ରେନ ଆସିଯାଇଥିଲା । ଟ୍ରେନଟି ଗାଈ ଓ ଛେଳିଙ୍କ ଉପରେ ମାଡ଼ି ଯାଇଥିଲା । କ୍ଷତିଗ୍ରସ୍ତ […]