ଓଡିଶା
ରକ୍ତରଞ୍ଜିତ ହେଲା ୫୩ ନମ୍ବର ଜାତୀୟ ରାଜପଥ : ଅଜଣା ଗାଡି ଧକ୍କାରେ ଚାଲିଗଲା ୧୬ଗୋରୁଙ୍କ ଜୀବନ
ଢେଙ୍କାନାଳ/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଚାଲିଗଲା ୧୬ ଗୋରୁଙ୍କ ଜୀବନ । ଏହି ଦୁର୍ଘଟଣାରେ ୪ ଗୋରୁ ଗୁରୁତର ହୋଇଛନ୍ତି l ବିଳମ୍ବିତ ରାତିରେ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁରଠାରେ ରାଜପଥ ଉପରେ ଅନେକ ଗୁଡ଼ିଏ ଗାଈ ଶୋଇ ରହିଥିଲେ । ଏକ ଦ୍ରୁତଗାମୀ ଅଜଣାଗାଡି ସେଠାରେ […]
ଏକତରଫା ପ୍ରେମରେ ଅନ୍ଧ ନାବାଳକର ବିଭତ୍ସ କାଣ୍ଡ : ପ୍ରେମିକାର ଦାଦାଙ୍କ ମୁଣ୍ଡ-ଗଣ୍ଡି କରିଦେଲା ଅଲଗା
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଏକ ତରଫା ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା । ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ବି ଦେଲେ। ମାତ୍ର ପ୍ରେମକୁ ଭୁଲି ପାରୁ ନଥିବା ନାବାଳକ ହୋଇ ଉଠିଲା ରକ୍ତମୁଖା। ରାତି ଅଧରେ ବାଇକ୍ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲେ। ଫଳରେ ଆଖି ପିଛୁଳାକେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଗଲା। ବୁଧବାର ରାତି ଅଧରେ ରାଜଧାନୀ ରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ଅଭିଯୁକ୍ତ ନାବାଳକଙ୍କୁ ଅଟକ […]
ସ୍ୱପ୍ନ ନେଇଛି ବାସ୍ତବ ରୂପ : ଡାକ୍ତର ହେବେ ବଣ୍ଡା ଛାତ୍ର
ମାଲକାନଗିରି/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଅପହଞ୍ଚ ଦୁର୍ଗମ ମାଲକାନଗିରି ଜିଲ୍ଲାର ଅନୁନ୍ନତ ବଣ୍ଡା ଘାଟି। ସାଧାରଣ ଜନଜୀବନ ଠାରୁ ଅନେକ ଦୂରରେ ଥିବା ଅଶିକ୍ଷିତ ବଣ୍ଡା ଜାତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏଠି ସବୁ ଅପହଞ୍ଚ । ଏପରି ନାହିଁ ନାହିଁ ଭିତରେ ବି ଉଜ୍ଜୀବୀତ ହୋଇଛି ଆଶା। ବାସ୍ତବ ରୂପ ନେଇଛି ସ୍ୱପ୍ନ । ବଣ୍ଡାଘାଟିରେ ଫୁଟିଥିବା ବଣମଲ୍ଲୀ ଏବେ ସମଗ୍ର ରାଜ୍ୟରେ ମହକିବ । ଡାକ୍ତର ହେବେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି । ମଦୁଲିପଡା ପଞ୍ଚାୟତର […]
ବିପୁଳ ସମ୍ପତ୍ତିର ମାଲିକ’ CHSE ରେକର୍ଡ ସପ୍ଲାୟର୍ ଙ୍କୁ ବାନ୍ଧିଲା ଭିଜିଲାନ୍ସ
କଟକ/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଆଉ ମାତ୍ର ୨ ଦିନ ପରେ ନେଇଥାନ୍ତେ ଅବସର । ଅଫିସରେ ଦିଆଯାଇଥାନ୍ତା ଅବସରକାଳୀନ ସମ୍ବର୍ଦ୍ଧନା । ହେଲେ ଠିକ୍ ତା ପୂର୍ବରୁ ପଡିଗଲେ ଭିଜିଲାନ୍ସ ଜାଲରେ । ଆଉ ବେକରେ ଫୁଲମାଳ ପଡ଼ିବା ବଦଳରେ ହାତରେ ପଡ଼ିଲା ହାତକଡ଼ି l ଭିଜିଲାନ୍ସ ହାତରେ ବନ୍ଧା ହେଲେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଦିନ ଧରି […]
ସୈତାନ ପଡ଼ୋଶୀର ନାରକୀୟ କାଣ୍ଡ : ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ
ଭୁବନେଶ୍ୱର, ୨୯-୦୮-୨୪(ପିପିଏସ) : ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ୪ ବର୍ଷର ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଛି ପଡ଼ୋଶୀ l ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ବସ୍ତିରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା । ପଡୋଶୀ ଜଣେ ୩୦ ବର୍ଷର ଯୁବକ ସୁଯୋଗ ଦେଖି ପିଲାଟି ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଶିଶୁଟି କାନ୍ଦି କାନ୍ଦି ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ […]
‘ଷ୍ଟାର୍ଟଅପ୍ ଓଡ଼ିଶା’ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟଙ୍କୁ ୯.୨୨ ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୨୯-୦୮-୨୪(ପିପିଏସ) : ‘ଷ୍ଟାର୍ଟଅପ୍ ଓଡ଼ିଶା’ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟଙ୍କଠୁ ୯ଲକ୍ଷ ୨୨ହଜାର ୫୩୦ଟଙ୍କା ଆଦାୟ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ବିଭାଗର ସ୍ପଷ୍ଟୀକରଣ ଆଧାରରେ ରାଜ୍ୟ ଏମଏସଏମଇ ବିଭାଗ ତାଙ୍କଠୁ ଏହି ଅତିରିକ୍ତ ଟଙ୍କା ଆଦାୟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ୨୦୨୨ ଏପ୍ରିଲରୁ ୨୦୨୪ ଜୁଲାଇ ମଧ୍ୟରେ ସେ ନିଜର ଧାର୍ଯ୍ୟ ଦରମା ତୁଳନାରେ ଅଧିକ ଅର୍ଥ ଦରମା ଆକାରରେ ନେଇଥିବା ଜଣାପଡ଼ିଛି । ରାଜ୍ୟ ଏମଏସଏମଇ […]
ମା’ କଟକଚଣ୍ଡୀଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟର ଅନୁଧ୍ୟାନ କଲେ ସାଂସଦ ମହତାବ
କଟକ, ୨୮-୦୮-୨୪(ପିପିଏସ) : ମା’ କଟକଚଣ୍ଡୀଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ବର୍ତ୍ତମାନ ଚାଲିଥିବା କାର୍ଯ୍ୟଗୁଡ଼ିକ ଦଶହରା ପୂର୍ବରୁ ସରିଯିବ ଏବଂ ଦଶହରା ପରେ ନୂତନମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆନୁଷଙ୍ଗିକ ପଥର କାମ ଚାଲୁରହିଛି । ତେବେ ନୂତନ ମନ୍ଦିର ନିର୍ମାଣବେଳେ ଯେଭଳି ପୂଜାବିଧିରେ କୌଣସି ବାଧା ନଉପୁଜେ ତାହାକୁ ସୁନିଶ୍ଚିତ କରାଯିବ । ମା’ଙ୍କ ଆସ୍ଥାନ ଯେପରି ରହିଛି ସେହିପରି […]
ବାଚସ୍ପତିଙ୍କ କଡ଼ା ନିର୍ଦ୍ଦେଶ : ବିଧାନସଭାକୁ ମୋବାଇଲ୍ ଫୋନ୍ ଓ ପାଣି ବୋତଲ ମନା
ଭୁବନେଶ୍ୱର, ୨୮-୦୮-୨୪(ପିପିଏସ) : ବିଧାନସଭା ଗୃହ ଭିତରେ ମୋବାଇଲ୍ ଫୋନର ଉପଯୋଗ ନକରିବା ପାଇଁ ବିଧାୟକମାନଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ବିଧାୟକମାନେ ଗୃହ ଭିତରକୁ ପାଣି ବୋତଲ ଧରି ନଆସିବା ପାଇଁ ମଧ୍ୟ ବାଚସ୍ପତି ତାଗିଦ୍ କରିଛନ୍ତି । ବିଧାନସଭା ଗୃହ ଭିତରେ ମୋବାଇଲ ଫୋନରେ ବିଧାୟକମାନେ କଥା ହେଉଥିବା ଓ ଫଟୋ ଉଠାଇବା ଘଟଣା ନଜରକୁ ଆସିବା ପରେ ବାଚସ୍ପତି ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଆଜି ବାଚସ୍ପତି […]
ଓଏଏସ୍ ମେନ୍, ୧୩୬୭ ପରୀକ୍ଷାର୍ଥୀ କୃତକାର୍ଯ୍ୟ : ୯ରୁ ଡକ୍ୟୁମେଂଟ ଯାଂଚ ଓ ସାକ୍ଷାତକାର
ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଓଡ଼ିଶା ପ୍ରଶାସନିକ ସେବା-୨୦୨୨ ମେନ୍ (ଲିଖିତ) ପରୀକ୍ଷାରେ ମୋଟ ୧୩୬୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି ଏହି ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆସନ୍ତା ସେପ୍ଟେମ୍ବର ୯ତାରିଖରୁ ଏହି ପ୍ରାର୍ଥୀମାନଙ୍କର ଡକ୍ୟୁମେଂଟ ଯାଂଚ ଓ ପର୍ସନାଲଟି ଟେଷ୍ଟ କରାଯିବ। ସେଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟସୂଚୀ ଆୟୋଗଙ୍କ ଦ୍ୱାରା ଜାରି କରାଯିବ ବୋଲି ଜଣାପଡ଼ିଛି। ଓଡ଼ିଶା ପ୍ରଶାସନିକ ସେବା-୨୦୨୨ରେ ମୋଟ ୩୯୯ଟି ପଦବୀ ନିମନ୍ତେ ଓଡ଼ିଶା ଲୋକସେବା […]
ବାଇପାସ୍ ପାଇଁ ବଳି ପଡ଼ିଲା ଗଛ : କାଟିଦେଲେ, ଲଗାଇଲେନି
ଜୟପୁର/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଜୟପୁର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବଳି ପଡ଼ିଲା ଅନେକ ଗଛ । କଟିଲା ୫୦ରୁ ଊର୍ଦ୍ଧ୍ବ ତେନ୍ତୁଳି, ଆମ୍ବ ଭଳି ଫଳନ୍ତୀ ଗଛ । ଇତିମଧ୍ୟରେ ଗଛକଟାକୁ ବିତିଗଲାଣି ଦେଢ଼ ବର୍ଷ । ଅଥଚ ଜାତୀୟ ରାଜପଥ ବିଭାଗ ଗୋଟିଏ ବି ଗଛ ଲଗାଇବାରେ ସକ୍ଷମ ହୋଇନି। ଆଗକୁ ଆହୁରି ୧୨/୧୩ଟି ଆମ୍ବ ଗଛ କାଟିବା ପାଇଁ ଚିହ୍ନଟ ସରିଛି । କ୍ଷତିପୂରଣ ଦିଆଯାଇନଥିବାରୁ ବ୍ୟକ୍ତିଗତ ଜମିରେ ଥିବା ଆମ୍ବ ଗଛ […]