ଓଡିଶା
ସମ୍ବଲପୁରରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ
ସମ୍ବଲପୁର/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ରାଜ୍ଯ କ୍ରୀଡା ଓ ଯୁବ ସେବା ବିଭାଗ ମିଳିତ ଆନୁକୂଲ୍ଯରେ ଜାତୀୟ କ୍ରୀଡ଼ା ଦିବସ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ସକାଳ ୭ଟାରେ ଲଗାଣ ବର୍ଷା ସତ୍ତ୍ୱେ ଭିଏସ୍ଏସ୍ ଷ୍ଟାଡିୟମରୁ ଲକ୍ଷ୍ମୀ ଟକିଜ୍ ଛକ ପର୍ଯ୍ୟନ୍ତ ଗୋଟିଏ ମିନି ମାରାଥନ୍ ଆୟୋଜନ କରାଯାଇଥିଲା। ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଏବଂ ସମ୍ବଲପୁର ମହାନଗର ନିଗମ କମିଶନର ଶ୍ରୀ ବେଦଭୂଷଣ ସମ୍ମାନୀୟ […]
କୁଚିଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି
ସମ୍ବଲପୁର/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଗୁରୁବାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା | ମୋଟ ୫୮ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୪୧ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୬ ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା । ୧୨ ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା। ସି.ଏମ. ଆର. […]
ଟାଟା ପାୱାର ବିରୋଧରେ ହଲ୍ଲାବୋଲ : ସ୍ମାର୍ଟ ମିଟର ଖୋଲି ଗ୍ରୀଡ୍ ଆଗରେ ଫୋପାଡ଼ିଲେ ଶହଶହ ଚାଷୀ
*ସ୍ମାର୍ଟ ମିଟର ନାଁରେ ଶୋଷଣ ତାତିଲେ ଲୋକେ*ଘରୁ ଉପାଡିଲେ ବିଦ୍ୟୁତ୍ ମିଟର*ଟାଟା ପାୱାର ଗ୍ରୀଡ୍ ଅଫିସ ଆଗରେ ଫିଙ୍ଗିଲେ ବରଗଡ଼/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ବରଗଡ଼ ଜିଲ୍ଲାର କେନପାଲି, ଭଟଲି ଓ ଘେଁସ ଅଞ୍ଚଳରେ ଚାଷୀମାନେ ସ୍ମାର୍ଟ ମିଟର ଧରି ବିଶାଳ ଶୋଭାଯାତ୍ରାରେ ଟାଟା ପାୱାର ବିରୋଧରେ ନାରାବାଜି ଦେଇ ଗ୍ରୀଡ୍ ଅଫିସ୍ ପର୍ଯ୍ୟନ୍ତ ଆସିଲେ। ଆଉ ଗ୍ରୀଡ୍ ଆଗରେ ସ୍ମାର୍ଟ ମିଟର ଫିଙ୍ଗି ଦେଲେ । ସହିଦ ମାଧୋ ସିଂ ଆଞ୍ଚଳକି କୃଷି ସଂଗଠନ ଡାକରାରେ ୧୫ଟି ପଞ୍ଚାୟତର […]
ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ
*କିଏ କେଉଁ ବର୍ଗରେ ପାଇଲେ ୧- ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ୨୦୨୩ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଗ୍ରହଣ କରୁଛନ୍ତି କିଶୋର ଜେନା ।୨- ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରୁଛନ୍ତି ଲାଜ୍ରୁସ ବାର୍ଲା ।୩- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ପୁରସ୍କାର ଗ୍ରହଣ କରୁଛନ୍ତି ପ୍ରୀତିସ୍ମିତା ।୪- ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରୁଛନ୍ତି ମହମ୍ମଦ ଜାଫର ଇକବାରଲ୫- ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରୁଛନ୍ତି ସୁକେଶ ରଞ୍ଜନ ବେହେରା ।୬- ଜୟନ୍ତୀ ମଲ୍ଲିକ ଓ ରୁଦ୍ର […]
ଭାରତର ଶ୍ରେଷ୍ଠ ଧନୀ ହେଲେ ଗୌତମ ଆଦାନୀ : ଦ୍ଵିତୀୟ ସ୍ଥାନରେ ମୁକେଶ
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ ଆଦାନୀ। ବର୍ତ୍ତମାନ ଭାରତର ସବୁଠୁ ଧନୀ ହେଉଛନ୍ତି ଗୌତମ ଆଦାନୀ। ତାଙ୍କ ସମ୍ପତ୍ତି ମୂଲ୍ୟ 11.6 ଲକ୍ଷ କୋଟି ଟଙ୍କା। ହୁରୁନ ଇଣ୍ଡିଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ସଂସ୍ଥା ଜୁଲାଇ 31, 2024 ପର୍ଯ୍ୟନ୍ତ ସମ୍ପତ୍ତି ହିସାବ କରି ତାଲିକା ପ୍ରକାଶ କରିଛି। ଆଦାନୀ ପ୍ରଥମରେ ଏବଂ ଅମ୍ବାନି ଦ୍ୱିତୀୟରେ ଥିବାବେଳେ ଗତ ବର୍ଷ ମଧ୍ୟରେ ଭାରତରେ ପ୍ରତି […]
ମା’ହେଲା ବିଜ୍ଲୀ, ବାପା ହେଲା ସମ୍ରାଟ : ନନ୍ଦନକାନନକୁ ଆସିଲେ ୫ନୂଆ ଅତିଥି
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଭୁବନେଶ୍ୱର ସହର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଇଲା ସିଂହ/ସିଂହୀଙ୍କ ସଂଖ୍ୟା। ଗୁରୁବାର ୫ ଶାବକଙ୍କୁ ଜନ୍ମ ଦେଇଛି ସିଂହୀ ବିଜ୍ଲୀ। ସିଂହ ସମ୍ରାଟ ଓ ସିଂହୀ ବିଜ୍ଲୀଙ୍କ ମିଳନରୁ ଏହି ୫ ଶାବକ ଜନ୍ମ ହୋଇଛନ୍ତି। ବିଜ୍ଲୀ ଏବେ ତା’ ନବଜାତ ଶାବକମାନଙ୍କ ଯତ୍ନ ନେଉଛି। ସେମାନଙ୍କୁ ଅଲଗା କରାଯାଇନାହିଁ। ତେଣୁ ଶାବକମାନଙ୍କ ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ। ଉଭୟ ମା’ ଓ ଛୁଆଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଛି […]
ବିଧାନସଭାରେ ଝଡ଼ : ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟି ଟଙ୍କା
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଛନ୍ତି ପୂର୍ବ ବିଜେଡି ସରକାର। ତେବେ ୫ ବର୍ଷରେ ପ୍ରଚାର ପାଇଁ ବିଜେଡି ୪୫୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଏନେଇ ଗୁରୁବାର ବିଧାନସଭାରେ ଭାଜପା ବିଧାୟକ ଲକ୍ଷ୍ମଣ ବାଗ୍ଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ବିଜ୍ଞାପନରେ କେବଳ ପାଣ୍ଡିଆନଙ୍କ ଫଟୋ ପାଇଁ ୧୫ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ସରକାରୀ ଅର୍ଥକୁ ଶ୍ରାଦ୍ଧ କରାଯାଇଥିବା ଭାଜପା […]
ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଉନ୍ନୟନ କମିଶନରଙ୍କ ଜିଲ୍ଲାପାଳଙ୍କ ସହିତ ବୈଠକ
ସମ୍ବଲପୁର/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ସମ୍ବଲପୁର ସହର OSWAN ସମ୍ମିଳନୀ କକ୍ଷରେ ଗୁରୁବାର ଅପରାହ୍ନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶୁଭଦ୍ରା ଯୋଜନା ଉପରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରମ ବୋନ୍ଦର (ଆଇ.ଏ.ଏସ), ଶ୍ରୀ ଧର୍ମେନ୍ଦ୍ର କୁମାର ମଲ୍ଲିକ ସିଡିଏ-କମ-ଇଓ, ଜିଲ୍ଲା ପରିଷଦ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବୈଷୟିକ ଶ୍ରୀ ବି.ବି ପଟ୍ଟନାୟକ, ଜିଲ୍ଲା ସମାଜ କଲ୍ୟାଣ […]
ଆସୁଛି ଆଉ ଏକ ଲଘୁଚାପ : ଭୀଷଣ ବର୍ଷା ନେଇ ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମକୁ ମୁହାଁଇ ଆସନ୍ତାକାଲି ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୁଦୃଶ୍ୟ ଲଘୁଚାପର ରୂପ ନେବ। ତା’ପରେ ଏହା ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳକୁ ଗତି କଲା ବେଳେ ଆଗାମୀ ଦୁଇ ଦିନରେ ପଶ୍ଚିମ-କେନ୍ଦ୍ରୀୟ […]
ବଜ୍ରପାତରେ ଶ୍ରମିକ ମୃତ : ୩ ଆହତ
ଖୋର୍ଦ୍ଧା/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ହେବ ସହିତ ବିଜୁଳି ଘଡ଼ଘଡ଼ି ମାରିଥିଲା । ସେହି ସମୟରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ମୃତକ ଶ୍ରମିକ ହେଲେ, ଜଟଣୀ ଥାନା ଅନ୍ତର୍ଗତ ତୋଟାପଡ଼ା ପଦନପୁର ଗ୍ରାମର ପ୍ରତାପ ଦେହୁରୀ(୩୯) । ଅନ୍ୟ ୩ ଜଣଙ୍କର ପରିଚୟ ମିଳିପାରିନାହିଁ । ତେବେ ମୃତକ ଦେହୁରୀଙ୍କ ଘର ପଦନପୁରରେ […]