ଓଡିଶା
ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ : ୮ଟି ସ୍ଥାନରେ ଚଢ଼ାଉ
ଅନୁଗୁଳ/ଭୁବନେଶ୍ୱର,୨-୯-୨୪(ପିପିଏସ) : ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛି ଆଉଏକ ବଡ଼ ମାଛ । ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍ ଚାଲିଛି । ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି ରେଡ୍ ଚାଲିଥିବା ଜଣାପଡ଼ିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ ଜାରି ରଖିଛି । କେନ୍ଦୁଝରର ପଣ୍ଡାପଡ଼ାସ୍ଥିତ ଶ୍ୱଶୁରଘର, ତେଲକୋଇସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର […]
ସମ୍ବଲପୁର ପାଇଁ ଯୋଗଦାନ ସ୍ମରଣୀୟ ହୋଇ ରହିବ : ଧର୍ମେନ୍ଦ୍ର ପ୍ରଧାନ
• ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ • ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ସମ୍ବଲପୁର/ଭୁବନେଶ୍ୱର ୧-୯-୨୪(ପିପିଏସ୍) : ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ଅକାଳ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଯେ ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ […]
ସତ ବାହାଘର ମିଛ ପୋଲିସ : ଖୋଲିଲା ନକଲି ଇନ୍ସପେକ୍ଟରଙ୍କ ପେଡ଼ି
ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଫେସବୁକରେ ପ୍ରେମ କରି ଫସିଲେ ଆଉଜଣେ ମହିଳା ମହିଳା । ନକଲି ପୋଲିସ ଇନ୍ସପେକ୍ଟରଙ୍କ ପ୍ରେମରେ ପଡ଼ି ବିବାହ କଲେ । ଏବେ ସତ କଥା ଜାଣିବା ପରେ ଆସି ପ୍ରକୃତ ପୋଲିସ ପାଖରେ କରିଛନ୍ତି ଅଭିଯୋଗ । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି ଥାନା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଭଦ୍ରକ ଜିଲାର ବାସିନ୍ଦା ସୁବାଷ ଚନ୍ଦ୍ର କଅଁର ବୋଲି ଜଣାପଡିଛି । ଖବର ଅନୁଯାୟୀ, ପୋଲିସ […]
ଆଜିଠୁ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଆରମ୍ଭ : ଜାଣନ୍ତୁ ଆବେଦନର ନିୟମ ଓ ଫର୍ମ ସମ୍ପର୍କରେ
ଭୁବନେଶ୍ୱର,୧-୦୯-୨୪(ପିପିଏସ) : ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆରେ ଲାଇଭ୍ରେ ଆସି ଶନିବାର ସବିଶେଷ ସୂଚନା ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ, ‘ସୁଭଦ୍ରା’ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇସାରିଛି। ସମସ୍ତ ଜିଲାରେ ହିତାଧିକାରୀଙ୍କ ନିମନ୍ତେ ଫର୍ମ ଉପଲବ୍ଧ ହେଉଥିବା ବେଳେ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଜିଲାର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ’ ସେବା କେନ୍ଦ୍ର ଓ ଜନସେବା […]
ଶ୍ରୀମନ୍ଦିରରେ ଲାଗିଲା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ କଡ଼ା ପହରା : ଆଉ ବିକି ପାରିବେନି ବାସି ଅବଢ଼ା
ପୁରୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଶ୍ରୀମନ୍ଦିର ଭିତରେ ଆନନ୍ଦ ବଜାରରେ ଶୃଙ୍ଖଳା ଓ ସଂସ୍କାର ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଆଜିଠୁ ଶ୍ରୀମନ୍ଦିରରେ ମୁତୟନ ହୋଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ମୋଟ ଦୁଇଟି ସିଫ୍ଟରେ ୨୦ଜଣ ପୂର୍ବତନ ସେନା କର୍ମଚାରୀ ମୁତୟନ ହେବେ। ଆଜି ସକାଳେ ୧୦ଜଣ ଆନନ୍ଦ ବଜାର ଓ ମନ୍ଦିର ବେଢାରେ ମୁତୟନ ହୋଇଥିବା ବେଳେ ଅପରାହ୍ନ ୨ଟାରୁ ଆଉ ୧୦ଜଣ ମୁତୟନ ହେବେ। ଆନନ୍ଦ ବଜାର ଶୃଙ୍ଖଳା ଓ […]
ହୃତଘାତରେ ପୂର୍ବତନ ବିଧାୟକ ଙ୍କ ପରଲୋକ
ଭୁବନେଶ୍ୱର,୧-୦୯-୨୪(ପିପିଏସ) : ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କର ଆଜି ଭୋର ପ୍ରାୟ ୪ଟା ସମୟରେ ପରଲୋକ ଘଟିଛି। ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଅଶ୍ୱିନୀ ଗୁରୁ ୧୯୮୦ରେ ସମ୍ବଲପୁରରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ବିଧାୟକ ରହିଥିଲେ। ୨୦୧୮- ୨୦୨୨ ପର୍ଯ୍ୟନ୍ତ ସମ୍ବଲପୁରର କଂଗ୍ରେସର ଜିଲ୍ଲା ସଭାପତି ଓ AICC ସଦସ୍ୟ ରହିଥିଲେ। ଜରାଜନଗର ସ୍ଥିତ ହରିଓଁ […]
‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ : ୫ ବିଜେପି କର୍ମୀ ନିଲମ୍ବିତ
ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଭୁବନେଶ୍ୱର ନିକଟ ବାଳକାଟୀରେ ପ୍ରଧାନମନ୍ତ୍ରୀଙ୍କ ’ମନ୍ କୀ ବାତ’ କାର୍ଯ୍ୟକ୍ରମବେଳେ ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ୫ ବିଜେପି କର୍ମକର୍ତ୍ତାଙ୍କୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ସଂପାଦକ ବିଦ୍ୟୁତ କାଣ୍ଡି, ଖୋର୍ଦ୍ଧା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୁଚିତ ଜାତି ମୋର୍ଚ୍ଚା ଖୋର୍ଦ୍ଧା ଜିଲ୍ଲା ସଭାପତି ଶିବ […]
ବନ୍ଧା ହେଲେ ବ୍ଲକ ଶିକ୍ଷା ଅଧିକାରୀ : ଗତକାଲି ହୋଇଥିଲା ଭିଜିଲାନ୍ସ ଚଢ଼ାଉ
ବ୍ରହ୍ମପୁର/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ବିଇଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ବିଇଓଙ୍କର ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମ କୃଷ୍ଣନଗରରେ ଥିବା ଘର ସମେତ ୩ଟି ସ୍ଥାନ ଓ ପୋଲସରାର ୨ଟି ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ଚଢ଼ାଉ ବେଳେ ବିଇଓଙ୍କର ୩ଟି ବହୁତଳ […]
କନିଷ୍ଠ ଯନ୍ତ୍ରୀଙ୍କ ଘରୁ ବାହାରିଲା ବିଡ଼ା ବିଡ଼ା ନୋଟ୍ : ଭିଜିଲାନ୍ସ ଟିମ୍କୁ ଦେଖି ଚେତା ହରାଇଥିଲେ
ରାୟଗଡ଼ା/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ବେହୋସ ହୋଇଯାଇଥିବା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଘରୁ ଜବତ ହୋଇଛି ନଗଦ ୧୪ ଲକ୍ଷ ୮୧ ହଜାର ୩ ଶହ ଟଙ୍କା। କେବଳ ସେତିକି ନୁହେଁ, ତାଙ୍କ ଘରୁ ୩୦ ଭରି ସୁନା ଗହଣା ମିଳିଥିବା ସୂଚନା ମିଳିଛି। ଏହା ସହିତ ତାଙ୍କର ଏକାଧିକ ପ୍ଲଟ ଠାବ କରାଯାଇଛି। ରାୟଗଡ଼ାରେ ଶ୍ରୀ ଚୌଧୁରୀଙ୍କର ୪ଟି ପ୍ଳଟ ଥିବା ବେଳେ […]
କାନ୍ଥ ପଡ଼ି ଅଢେଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ : ବାପାମା’ ଗୁରୁତର
ବ୍ରହ୍ମପୁର/ଭୁବନେଶ୍ୱର,୧-୯-୨୪(ପିପିଏସ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ଗ୍ରାମ ନିକଟ ତୋଟା ସାହିରେ ଅଘଟଣ l କାନ୍ଥ ପଡ଼ି ଚାଲିଗଲା ଅଢେଇ ବର୍ଷର ଶିଶୁ ପୁତ୍ରର ଜୀବନ। ଏଥିସହିତ ତାର ବାପାମା’ଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ବର୍ଷା ଯୋଗୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି l ମୃତ ଶିଶୁ ଜଣକ ହେଉଛନ୍ତି ବସନ୍ତ ପ୍ରଧାନଙ୍କ ପୁଅ ରିଷି ପ୍ରଧାନ। ବାପା ଓ ମା ଉଭୟ ଗୁରୁତର ହୋଇ ଭଞ୍ଜନଗର ମେଡ଼ିକାଲରେ […]