ରାଜଧାନୀରେ ବାଲ୍ୟ ବିବାହ
1 min read

ରାଜଧାନୀରେ ବାଲ୍ୟ ବିବାହ

ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ): ରାଜଧାନୀ ଭୁବନେଶ୍ୱରରେ ହେଉଥିଲା ବାଲ୍ୟ ବିବାହ। ଖବର ପାଇ ବାହା ବେଦୀ ପାଖରେ ପହଞ୍ଚିଲେ ଶିଶୁ ସୁରକ୍ଷା ଅଧିକାରୀ ଓ କମିଶନରେଟ୍‌ ପୁଲିସ୍‌। ବିବାହ ବନ୍ଦ କରିବା ସହିତ ବଧୂ ବେଶରେ ସଜେଇ ହୋଇଥିବା ନାବାଳିକାକୁ ଉଦ୍ଧାର କରିଛନ୍ତି। ପାଣ୍ଡରା ଜଗନ୍ନାଥ ମନ୍ଦିରରେ ବିବାହ ପାଇଁ ବନ୍ଧା ଯାଇଥିଲା ବେଦୀ। ଆଉ ବର ବେଶରେ ସଜେଇ ହୋଇଥିଲେ ଆନ୍ଧ୍ରପ୍ରଦେଶ କୋଲାର ଜିଲ୍ଲାର ସୁନୀଲ କୁମାର ପାତ୍ର। ସେ ପାଖରେ ବଧୂ ବେଶରେ ସଜେଇ ହୋଇଥିଲେ ୧୫ବର୍ଷୀୟା କରୀଶ୍ମା(ଛଦ୍ମନାମ)। ବୋଧହୁଏ ଆଉ କିଛି ସମୟ ପରେ ବାହାଘର ହୋଇଥାଆନ୍ତା। ହେଲେ ତା’ ପୂର୍ବରୁ ବାହା ବେଦୀରେ ପହଞ୍ଚି ଯାଇଥିଲେ ଶିଶୁ ସୁରକ୍ଷା ଅଧିକାରୀ ଓ ପୁଲିସ୍‌।  

Leave a Reply

Your email address will not be published. Required fields are marked *