ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟର ନିଜସ୍ୱ ଜମି ପାଇଁ ସାଂସଦଙ୍କୁ ଦାବିପତ୍ର

କଟକ, ୧୩-୦୯-୨୦୨୪ (ପିପିଏସ) : କଟକ ନୟାସଡ଼କଠାରେ ଥିବା ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟର ନିଜସ୍ୱ ଜମି ନଥିବାରୁ ନୂତନ ଶ୍ରେଣୀଗୃହ ଓ କାର୍ଯ୍ୟାଳୟ ଖୋଲିବାରେ ମହାବିଦ୍ୟାଳୟର କର୍ତ୍ତପକ୍ଷ ଅସୁବିଧରୀ ସମ୍ମୁଖୀନ ହେଉଥିବରୁ ମହାବିଦ୍ୟାଳୟ ପାଇଁ ଜମି ଯୋଗାଇ ଦେବା ନିମନ୍ତେ କଲେଜ ପରିଚାଳନା ସମିତିର ସଭାପତି ଡାକ୍ତର ରବି ରଞ୍ଜନ ସାହୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି । ଇମର୍ତ୍ତୀ ଦେବୀ ମସିଳା ମହାବିଦ୍ୟାଳୟ ନୟାସଡ଼କଠାରେ ଏକ ସଙ୍କୁଚିତ ସ୍ଥାନରେ ଦୀର୍ଘବର୍ଷ ଧରି ଚାଲି ଆସୁଥିଲେ ମଧ୍ୟ ନିଜସ୍ୱ ଜାଗା ଅଭାବରୁ ଆବଶ୍ୟକତା ଅନୁସାରେ ଶ୍ରେଣୀ ଓ କାର୍ଯ୍ୟାଳୟ ଗୃହ ଖୋଲାଯାଇ ପାରୁ ନଥିବାରୁ ଛାତ୍ରୀ ଓ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡାକ୍ତର ସାହୁ ଦର୍ଶାଇବା ସହ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସାଂସଦ ଭର୍ତ୍ତୃହରି ମହତାବଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସାଗରୀକା ମହାନ୍ତି, ଅଧ୍ୟାପିକା ସୁମୁଲୁ ମିତ୍ର, ମଞ୍ଚୁସ୍ମିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସାଂସଦ ଶ୍ରୀ ମହତାବଙ୍କୁ ଭେଟି ଏହି ମର୍ମରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.