1 min read

ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଟଙ୍କା ମାଗୁଛନ୍ତି ସାଇବର ଠକ

ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ମାତିଲେଣି ସାଇବର ଠକ । ଚାରିଆଡ଼େ କାୟା ବିସ୍ତାର କରୁଛନ୍ତି । କେତେବେଳେ ସାଧାରଣ ଲୋକଙ୍କୁ ତ କେତେବେଳେ ଆଇପିଏସ୍‌ ଅଫିସରଙ୍କୁ କରୁଛନ୍ତି ମୋହରା। ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ଫଟୋ ଲଗାଇ ଲୋକଙ୍କୁ ମାଗୁଛନ୍ତି ଠକ । ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି । ଏଥର ସାଇବର ଲୁଟେରା ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଖୋଲିଛନ୍ତି ଫେକ୍ ଆକାଉଣ୍ଟ ।ସାଇବର ଲୁଟେରାମାନେ ଅତି ସତର୍କତାର ସହ ଫେକ୍‌ ଆକାଉଣ୍ଟ […]

1 min read

ଯୌତୁକ ପାଇଁ ଆଉଏକ ବଧୂ ହତ୍ୟା ଅଭିଯୋଗ : ସ୍ୱାମୀ ଓ ଶାଶୁ ଅଟକ

ବାଲେଶ୍ୱର/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ଯୌତୁକ ଯୁଇରେ ଜଳିଗଲା ଆଉ ଏକ ନିରୀହ ଜୀବନ l ଦୁଇ ମାସ ତଳେ ନୂଆ ସଂସାରରେ ପାଦ ଥାପିଥିଲା ଝିଅ । ଶାଶୁ ଘରେ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କରୁଥିଲା । କିନ୍ତୁ କାଳ ସାଜିଲା ଯୌତୁକ । ଟଙ୍କା, ସୁନାଗହଣା ପାଇବା ପାଇଁ ଝିଅ ଉପରେ ଆରମ୍ଭ କରି ଦେଇଥିଲେ ନିର୍ଯାତନା । ଆଉ ଶେଷରେ ଝିଅକୁ ମାରି ଟାଙ୍ଗି ଦେଲେ । ବିବାହର ମାତ୍ର ଦୁଇମାସ ପରେ ପରେ […]

1 min read

ଶବ ସତ୍କାର କରିବାକୁ ନାକେଦମ ହେଲା ପ୍ରଶାସନ ଓ ପୋଲିସ : ଗାଁ ଲୋକେ ଦେଲେନାହିଁ ଅନୁମତି

ସମ୍ବଲପୁର/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ସବା ସତ୍କାର ପାଇଁ ମୃତଦେହ ଧରି ଗାଁ ସାରା ବୁଲିଲା ପୁଲିସ୍‌। ହେଲେ ଗାଁ ଲୋକେ ଅନୁମତି ନଦେବା ସହିତ ଜୋରଦାର ବିରୋଧ କରିଥିଲେ । ପଡୋଶୀ ଗାଁ ରେ ମଧ୍ୟ ହୋଇଥିଲା ବିରୋଧ l ସେଠାରେ ମଧ୍ୟ ସତ୍କାର କରିବାକୁ ଅନୁମତି ମିଳିନଥିଲା । ଶେଷରେ ମୃତଦେହ ଧରି ରେଢ଼ାଖୋଲ ଫେରିଲେ ଉପଜିଲ୍ଲାପାଳ ଓ ପୁଲିସ୍‌ ପ୍ରଶାସନ । ରେଢାଖୋଲ ଏନ୍‌ଏସିରେ ଥିବା ଶ୍ମଶାନରେ ଯୁବତୀଙ୍କ ମୃତଦେହ ସତ୍କାର କରାଯାଇଛି। ଗତ ଶୁକ୍ରବାର […]

1 min read

ମଧୁସୂଦନ ଲ’ବିଶ୍ୱବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଉଦ୍‌ଯାପିତ

କଟକ/୦୩-୦୯-୨୦୨୪(ପିପିଏସ):ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ପାଞ୍ଚବର୍ଷୀୟ ଆଇନ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ତାଳଚେରର ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ଓ ପବିତ୍ର ମୋହନ ବୈଷୟିକ ଅନୁଷ୍ଠାର ଅଧ୍ୟକ୍ଷା ଡଃ ମୃଦଳା ଠାକୁର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମଟି ଜାତୀୟ ସଙ୍ଗୀତଗାନ ସହ ସରସ୍ୱତୀଙ୍କ ନିକଟରେ ପ୍ରଦ୍ୱୀପ ପ୍ରଜ୍ୱଳନ ସହ ଆରମ୍ଭ ହୋଇଥିଲା । ପ୍ରଥମେ ବିଶ୍ୱବିଦ୍ୟାଳୟର ପଞ୍ଚବର୍ଷୀୟ ଆଇନ ବିଭାଗର ଅଧ୍ୟକ୍ଷା […]

1 min read

ଦୁର୍ଗାପୂଜାରେ ମଦମୁକ୍ତ ଭସାଣି, ଡିଜେମୁକ୍ତ ରୋଷଣି

କଟକ/୦୩-୦୯-୨୦୨୪(ପିପିଏସ ): ଚଳିତ ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ଵର ଏବଂ କଟକରେ କମିଶନରେଟ ପୁଲିସ ପକ୍ଷରୁ ଏବେଠାରୁ ପଦକ୍ଷେପ ଆରମ୍ଭ ହୋଇଛି। ଦୁର୍ଗାପୂଜା ଅବସରରେ ମଦମୁକ୍ତ ଭସାଣି ଏବଂ ଡିଜେମୁକ୍ତ ରୋଷଣିକୁ  ଗୁରୁତ୍ଵ ଦେଇଛି କମିଶନରେଟ ପୁଲିସ। ଦୁର୍ଗାପୂଜା ଭସାଣିରେ ଡିଜେକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ବୋଲି ପୁଲିସ କମିଶନର କହିଛନ୍ତି। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ କମିଶନର ଏହି ସୂଚନା ଦେଇଛନ୍ତି।ଅକ୍ଟୋବର ୧୪ ତାରିଖରେ ଭସାଣି ଅନୁଷ୍ଠିତ ହେବ। ରାତି ୧୨ଟା […]

1 min read

ଛତିଶଗଡ଼ ଏନ୍‌କାଉଣ୍ଟର୍‌ରେ ୯ ନକ୍ସଲ ମୃତ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୩-୦୯-୨୪ (ପିପିଏସ): ଛତିଶଗଡ଼ର ଦନ୍ତେୱାଡ଼ାରେ ସୁରକ୍ଷା କର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ନଅ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲା ସୀମାରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର ଆଧାରରେ ତଥ୍ୟ ପାଇ ଏକ ପୁଲିସ ଦଳ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା। ସର୍ଚ୍ଚ ଅପରେସନ୍ ସମୟରେ ପିପୁଲ୍ସ ଲିବରେସନ୍ ଜୁଏରାଲ୍ ଆର୍ମି (ପିଏଲ୍‌ଜିଏ) କମ୍ପାନୀ ନଂ ୨ର ସୁରକ୍ଷା କର୍ମୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନ୍‌କାଉଣ୍ଟ୍‌ରେ […]

1 min read

ମରଣଯନ୍ତା ପାଲଟିଛି ରାଉରକେଲା ରିଂରୋଡ୍‌

ଭୁବନେଶ୍ୱର/ରାଉରକେଲା/ ୦୩-୦୯-୨୪ (ପିପିଏସ): ସହରର ରିଂ ରୋଡ୍‌ ଏବେ ମରଣଯନ୍ତା ପାଲଟିଛି। ପ୍ରାୟ ୧୭ କିଲୋମିଟର ବିଶିଷ୍ଟ ରିଂ ରୋଡ୍‌ ଏବେ ଖାଲଖମାରେ ଭର୍ତ୍ତି। ଅସରାଏ ବର୍ଷାରେ ଖାଲରେ ପାଣି ଭର୍ତ୍ତି ହୋଇ କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବାର ବି ନଜିର ରହିଛି। ଇସ୍ପାତ ସହରର ରିଂରୋଡ୍‌ର ଏଭଳି ଦୁରବସ୍ଥା ପୂର୍ବରୁ କେବେ ବି ଦେଖିବାକୁ ମିଳିନଥିବା ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ଗୋଟିଏପଟେ ବର୍ଷବର୍ଷ ହେଲା ରିଂ ରୋଡ୍‌ରେଥିବା […]

1 min read

ଇତିହାସ ରଚିଲେ ଲାଞ୍ଜିଆସଉରା ଛାତ୍ର ନବସ

ଭୁବନେଶ୍ୱର/ଗୁଣପୁର/୦୩-୦୯-୨୪ (ପିପିଏସ): ବଣ୍ଡା ଜନଜାତି ପରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଲାଞ୍ଜିଆସଉରା ଜନଜାତି ଛାତ୍ର ନବସ ଶବର। ବୁର୍ଲାସ୍ଥିତ ଭିମ୍‌ସାର୍‌ରେ ଡାକ୍ତରୀ ପଢ଼ିବା ପାଇଁ ନାମ ଲେଖାଇଛନ୍ତି। ନବସଙ୍କ ଏହି ସଫଳତା ଲାଞ୍ଜିଆସଉରା ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଞ୍ଜିଆସଉରା ସମ୍ପ୍ରଦାୟର ପ୍ରଥମ ଛାତ୍ର ଭାବେ ନବସ ଏହି କୃତିତ୍ବ ହାସଲ କରିଛନ୍ତି।ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ ଶଗଡ଼ା ପଞ୍ଚାୟତର ଦୁର୍ଗମ କେରବା ଗ୍ରାମରେ ନବସଙ୍କ ଘର। ବାପା ଅଜିତ […]

1 min read

ବନ୍ଧାହେଲେ ତାଳଚେର ଖଣି ଉପନିର୍ଦ୍ଦେଶକ

ଭୁବନେଶ୍ବର/୦୩-୦୯-୨୪(ପିପିଏସ ): ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି।  ନିଜ ସଂପତ୍ତିର ସଠିକ ହିସାବ ଦେଇପାରିନଥିବାରୁ ତାଙ୍କୁ ଗିରଫ କରାଯାଇଛି। ଗତକାଲି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ  ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କା ଖଣି ଖୋଜି ପାଇଛି ଭିଜିଲାନ୍ସ ଟିମ୍। ଏବେ ସୁଦ୍ଧା ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ  ପୁଳା ପୁଳା ଟଙ୍କା  ଦାମୀ ଘଣ୍ଟା, ସୁନା ଅଳଙ୍କାର […]

1 min read

ନିଆଁରେ ଜଳିଗଲେ ୭ମାସର ଗର୍ଭବତୀ

ମାଲକାନଗିରି/ଭୁବନେଶ୍ୱର ୦୩-୦୯-୨୪(ପିପିଏସ ): ମାଲକାନଗିରିରୁ ଆସିଛି ଏକ ହୃଦୟ ବିଦାରକ ଖବର। ନିଆଁରେ ଜଳି ମୃତ୍ୟୁବରଣ କଲେ ୭ ମାସରେ ଗର୍ଭବତୀ ମହିଳା।  ସୂଚନା ଅନୁଯାୟୀ, ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୯ ଗାଁର ମହିଳା ବିନିତା ମାଳି ଗତ ରବିବାର ଦିନ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ଲାଗି ଡାକ୍ତରଖାନା ବାହାରୁଥିଲେ। ତେବେ ଡାକ୍ତରଖାନାରୁ ବାହାରିବା ପୁର୍ବରୁ ଗର୍ଭବତୀ ମହିଳାଙ୍କୁ ନିଆଁରେ ଜଳୁଥିବା ଅବସ୍ଥାରେ ଉଦ୍ଧାର କରି ମାଲକାନଗିରି ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ। ବିନିତା ପ୍ରାୟ ୯୦ […]