ଶୁଣିଲାନି ପ୍ରଶାସନ, ଡ୍ରେନ ମରାମତି କଲେ ମହିଳା
1 min read

ଶୁଣିଲାନି ପ୍ରଶାସନ, ଡ୍ରେନ ମରାମତି କଲେ ମହିଳା

କଲ୍ୟାଣସିଂହପୁର /ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଳକ ମାଝୀଗୁଡା ପଞ୍ଚାୟତର ଇନ୍ଦିରା କଲୋନୀ ସାହିର ମହିଳା ପୁରୁଷ ମିଶି ଡ୍ରେନ ମରାମତି କରିଥିବା ଦେଖିବାକୁ ମିଳିଛି। ଅଳ୍ପ ବର୍ଷା ହେଲେ ସାହି ମଝିରେ ପାଣି ଜମୁଥିବାରୁ ବାରମ୍ବାର ପଞ୍ଚାୟତକୁ ଜଣେଇ ଗୁହାରି କରିଥିଲେ ମଧ୍ୟ ଡ୍ରେନ ମରାମତି ପାଇଁ ଦୃଷ୍ଟି ଦେଇ ନ ଥିଲେ।ସାହି ମଝିରେ ପାଣି ଜମି ବହୁତ ଦୁର୍ଗନ୍ଧ ହେବା ସହ ମଶାମାଛି ବଂଶ ବିସ୍ତାର ହୋଇଥିଲା। ମଶାମାଛିଙ୍କ ପ୍ରଭାବରେ ସାହିର ବହୁତ ଲୋକଙ୍କୁ ଜ୍ଵର ହୋଇଥିଲା। ଏ ସଂକ୍ରାନ୍ତରେ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ବି ସମସ୍ୟାର ସମାଧାନ ହୋଇପାରିନଥିଲା। ସାହିର ମହିଳାମାନେ ଏକତ୍ରିତ ହୋଇ ଡ୍ରେନ ଖୋଳି ପାଇଁ ପ୍ରସ୍ତୁତ ହୋଇଥିଲେ ।  ମହିଳାମାନେ ଡ୍ରେନ  ଖୋଳିବାର ଦେଖି ପୁରୁଷ ଲୋକମାନେ ସହଯୋଗ କରିଥିଲେ। ସାହିର ଉଭୟ ମହିଳା ଓ ପୁରୁଷମାନେ ଡ୍ରେନ ମରାମତି କରିଥିଲେ।ରାଜ୍ୟ ସରକାର ରାସ୍ତା ଘାଟ ଉନ୍ନତି ,ସ୍ବାସ୍ଥ୍ୟ, ଚେକ ଡେମ  ଓ ପୋଖରୀ ପାଇଁ କୋଟି କୋଟି ଟଙ୍କା  ଖର୍ଚ୍ଚ କରୁଛନ୍ତି। ବର୍ଷା ହେଲେ ଜମି ରହୁଥିବା ଏହି ସାହିର ପାଣି ଯିବା ପାଇଁ  ଡ୍ରେନ ମରାମତି କରୁ ନ ଥିବା କହିଛନ୍ତି। ତୁରନ୍ତ ଏହି ସାହିରେ ପକ୍କା ଡ୍ରେନ ତିଆରି କରିବାକୁ କଲୋନୀ ସାହିର ଜାନକୀ କୌଶଲ୍ୟା, ବନିତା କୌଶଲ୍ୟା, ମଞ୍ଜୁଳା କୌଶଲ୍ୟା,ଗରମଣି କୌଶଲ୍ୟା, ପାର୍ବତୀ ହିଆଲ, ଧୋବା ହିଆଲ ଓ ସୁଶାନ୍ତ କୌଶଲ୍ୟା ସମେତ  ସାହିବାସୀ  ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *