ଓଡିଶା
ଜିଲ୍ଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ
ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ରାଜ୍ୟ ସ୍ତରୀୟ ଅଭିଯୋଗ ଶୁଣାଣି ସହିତ ଆଗାମୀଦିନରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଖୋଲିବ | ମୁଖ୍ୟମନ୍ତ୍ରୀଙ୍କ ଇଛା ଆଗାମୀ ଦିନରେ ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ତଳସ୍ତରକୁ ଯିବା ପାଇଁ ଆଗାମୀ ଦିନର ବ୍ୟବସ୍ଥା ରହିଛି |ଏହା ଦ୍ୱାରା ଜନସାଧାରଣ ସହଜରେ ଅଭିଯୋଗ ପତ୍ର ଦାଖଲ କରିବେ | ୧ […]
ଜୀବନ ନେଲା ମହୁମାଛି
ଭବାନୀପାଟଣା/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେବ୍ୟକ୍ତିପ୍ରାଣ ହରାଇଛନ୍ତି | ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ମେଡିକାଲ୍ରେ ଭର୍ତ୍ତି କରାଯାଇ ବର୍ତ୍ତମାନ ସୁସ୍ଥ ହୋଇ ଘରେ ଅଛନ୍ତିlସୂଚନାନୁସାରେବେତିଆପଡା ଗାଁର ୫ଜଣ ବ୍ୟକ୍ତି ବୁର୍ଜା ମାଝୀ(୪୫), ପୂର୍ଣ୍ଣ ମାଝୀ(୪୬), ଲିପା ମାଝୀ(୩୬), ମୁଗ୍ରୀ ମାଝୀ(୩୮) ଓ ପାଗୁମାଝୀ(୩୮) ଗତ ଶୁକ୍ରବାର ସନ୍ଧ୍ୟାରେ ଟିଟିଙ୍ଗ ଝରଣ ମହୁଲ ଗଛ ଭଟା ଜଙ୍ଗଲକୁ ଜାଳେଣି କାଠ କାଟିବାକୁ ଯାଇଥିଲେ […]
ପ୍ରତ୍ୟାଶା ରାୟ ପାଇବେ ୩୨ତମ ଏକଲବ୍ୟ ପୁରସ୍କାର ବିଜେତା
ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଓଡ଼ିଶାର କ୍ରୀଡ଼ାରେ ଏକ ଅନନ୍ୟ କୃତିତ୍ୱ ପାଇଁ, ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ୨୦୨୪ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୩୨ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଇଛି। ପ୍ରତ୍ୟାଶା ରାୟ, ଏହି ଉଦୀୟମାନ ସନ୍ତରଣକାରୀ ବହୁ ଖ୍ୟାତି ସମ୍ପନ ରେକର୍ଡ ହାସଲ କରି ନିଦ୍ୱର୍ନ୍ଦରେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ […]
ମାଲାୟାଲାମ୍ ଚଳଚ୍ଚିତ୍ରରେ ଓଡ଼ିଶୀ ଗୀତ
ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ଅଗ୍ରଗଣ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ କେରଳ ଅନ୍ୟତମ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଲୟାଲି ସିନେମାର ଢେର୍ ପ୍ରାଧାନ୍ୟ ରହିଛି। ବାସ୍ତବଧର୍ମୀ ଓ ନୂଆସ୍ବାଦର ଚଳଚ୍ଚିତ୍ର ନିର୍ମାଣ ପାଇଁ କେରଳୀ ନିର୍ମାତା ନିର୍ଦ୍ଦେଶକମାନେ ସଦାବେଳେ ପରୀକ୍ଷାନିରୀକ୍ଷା ଚଳାଇଥାନ୍ତି। କିନ୍ତୁ, କୌତୂହଳର କଥା ଯେ ମଲୟାଲମ୍ ଚଳଚ୍ଚିତ୍ର ଜଗତର ଜଣେ ନାମକରା ନିର୍ଦ୍ଦେଶକ ୨୦୧୩ ମସିହା ମେ ମାସରେ ମୁକ୍ତିଲାଭ କରିଥିବା ତାଙ୍କର ଏକ ଚଳଚ୍ଚିତ୍ରରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତକୁ ସ୍ଥାନ ଦେଇଥିଲେ। ସବୁଠାରୁ […]
ମହଙ୍ଗା ହେଲା ସୋରିଷ ଓ ସୋୟାବିନ ତେଲ
ନୂଆଦିଲ୍ଲୀ /ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଦେଶରେ ବିଭିନ୍ନ ଖାଇବା ତେଲର ଦାମ ବଢିଚାଲିଛି । ଗତ ସପ୍ତାହରେ ବିଭିନ୍ନ ଖାଇବା ତେଲର ଦର ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି ସୋରିଷ ତେଲ, ସୋୟବିନ ତେଲ, ସୂର୍ଯ୍ୟମୂଖୀ ଓ ପାମ୍ ଅଏଲର ମୂଲ୍ୟ ବୃଦ୍ଧି ପାଇଛି । ଦେଶରେ ବିଭିନ୍ନ ଖାଇବା ତେଲର ଦାମ ବଢିଚାଲିଛି । ଗତ ସପ୍ତାହରେ ବିଭିନ୍ନ ଖାଇବା ତେଲର ଦର ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି […]
ଭୂତକୋଠି ପାଲଟିଲାଣି କୋଟିକୋଟି ଟଙ୍କାରେ ନିର୍ମିତ କୋଠା
କୋରାପୁଟ/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଆନ୍ଧ୍ରପ୍ରଦେଶର ବିଜୟୱାଡା ଝାଡ଼ଖଣ୍ଡର ରାଂଚି କରିଡ଼ର ଏନଏଚ ରାସ୍ତା କୋରାପୁଟ ଜିଲ୍ଲା ଦେଇ ଯାଇଛି। ଏହି ରାସ୍ତାଟି ବ୍ରହ୍ମପୁର ଦେଇ ରାୟଗଡ଼ା ଜିଲ୍ଲା ଦେଇକୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କୋରାପୁଟ ଓ ଜୟପୁର ଦେଇ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିଛି। ଏହି ରାସ୍ତା ନିର୍ମାଣ କାମ ଏହାରି ମଧ୍ୟରେ ଆରମ୍ଭ ହୋଇଥିଲା। ଏହାକୁ ତଦାରଖ କରିବା ପାଇଁ ଜାତୀୟ ରାଜପଥ ପକ୍ଷରୁ ଲକ୍ଷ୍ମୀପୁର ନିକଟସ୍ଥ ଆମ୍ବାଦଲା ଠାରେ ଉପଖଣ୍ଡ କାର୍ଯ୍ୟାଳୟ ପାଇଁ କୋଟି କୋଟି ଟଙ୍କାରେ […]
ଶଙ୍ଖ ଭବନରେ ହଙ୍ଗାମା
ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ବିଜୁ ଜନତା ଦଳ (ବିଜେଡି) ଦିନକ ପରେ ଅର୍ଥାତ ଆସନ୍ତା ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏଥି ପାଇଁ ଆଜି ଡକାଯାଇଥିବା ପ୍ରସ୍ତୁତି ବୈଠକରେ ଦଳୀୟ କର୍ମୀମାନେ ହଙ୍ଗାମା କରିଛନ୍ତି। ଆଜି ଅପରାହ୍ନରେ ‘ଶଙ୍ଖ ଭବନ’ରେ ଦୁଇ ଜଣ କାଉନ୍ସିଲରଙ୍କୁ ବିରୋଧ କରି ଅନ୍ୟ କାଉନ୍ସିଲର ଓ କର୍ମକର୍ତ୍ତାମାନେ ବୈଠକରୁ ଉଠି ଆସି ହୋ-ହଲ୍ଲା କରିଛନ୍ତି।ସୂଚନାଯୋଗ୍ୟ, କମିସନରେଟ୍ ପୁଲିସ ଅଧୀନ ଭରତପୁର ଥାନାରେ ଗତ ୧୫ ତାରିଖ […]
ଭରତପୁର ଥାନା ପ୍ରସଙ୍ଗ: ଏକାଠି ହେଲା ପୁଲିସ
ବିନା ଅନୁମତିରେ ପୁଲିସ ଏଭଳି ଏକାଠି ହୋଇପାରିବେ ନାହିଁ: ସିପି ସଞ୍ଜୀବ ପଣ୍ଡା ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଆଜି ଅପରାହ୍ନରେ ରିଜର୍ଭ ପୁଲିସ ପଡ଼ିଆରେ ହାବିଲଦାରଙ୍କଠାରୁ ଏଡିସିପି ରୢାଙ୍କ୍ର ଶହଶହ ପୁଲିସ କର୍ମଚାରୀ ଏକାଠି ହୋଇଥିଲେ। ନିଲମ୍ବିତ ହୋଇଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଓ ନିରପେକ୍ଷ ତଦନ୍ତ ଦାବିରେ ସେମାନେ ଏକାଠି ହୋଇଥିଲେ। ପୁଲିସ କର୍ମଚାରୀମାନେ କହିଛନ୍ତି ଯେ ବିନା ତଦନ୍ତରେ ପୁଲିସ କର୍ମଚାରୀମାନଙ୍କୁ ନିଲମ୍ବିତ କରାଯିବା ଓ ସେମାନଙ୍କ ନାଁରେ ମାମଲା […]
ବଢ଼ୁଛି ଭିଟାମିନ-ଇ କ୍ୟାପସୁଲ୍ ଚାହିଦା
ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ବର୍ତ୍ତମାନ ସମୟରେ କ୍ୟାରିୟର ଚିନ୍ତା ସହିତ ଯୁବପିଢ଼ିଙ୍କ ଆଉ ଏକ ବଡ଼ ମୁଣ୍ଡବ୍ୟଥାର କାରଣ ପାଲଟିଛି କେଶ ଝଡ଼ିବା ଓ ଚର୍ମଜନିତ ସମସ୍ୟା। ପ୍ରତ୍ୟେକ ଦିନ ସାଙ୍ଗସାଥୀ ମେଳରେ ହେଉ ଅଥବା ସୋସିଆଲ ମିଡିଆରେ, ଏହା ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ପରିବର୍ତ୍ତିତ ଜୀବନଶୈଳୀ ଓ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ଯୁବପିଢ଼ିଙ୍କ ମଧ୍ୟରେ ଏହି ସମସ୍ୟା ବଢ଼ିବାରେ ଲାଗିଛି। ତେବେ ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ଲୋକେ ବଜାରରେ ମିଳୁଥିବା ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ କ୍ରିମ୍ […]
ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ
ରାଉରକେଲା/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ତତ୍ପର ହୋଇ ଉଠିଛି। ଏହି ଗଣଦୁଷ୍କର୍ମ ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ପୀଡ଼ିତାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଇଛନ୍ତି। ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ପୁଲିସ୍ ତାର ତଦନ୍ତ କରୁଛି।ଗତକାଲି ସନ୍ଧ୍ୟାରେ ଦୁଇ ଜଣ ନାବାଳିକା ରାଉରକେଲାକୁ ଚପଲ […]
