ଓଡିଶା
ଆନ୍ଦୋଳନ ଜାରିରଖିବେ ନର୍ସ
ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ ହୋଇଛି। ନର୍ସିଂ କର୍ମଚାରୀମାନେ ଆସନ୍ତାକାଲି (୨୦୨୪ ସେପ୍ଟେମ୍ବର ୨୬) ଯାଏଁ ଜରୁରୀକାଳୀନ ସେବାରେ ନିୟୋଜିତ ହେବାକୁ ସ୍ଥିର କରିଛନ୍ତି। ଏହା ପରେ ସେପ୍ଟେମ୍ବର ୨୭ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ନର୍ସିଂ କର୍ମଚାରୀ ସଂଘ ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ନର୍ସିଂ ଆନ୍ଦୋଳନ ନେଇ ଲୋକସେବା ଭବନରେ ଆଜି […]
ମେଲେରିଆରେ ୨ ଜଣଙ୍କ ମୃତ୍ୟୁ
ନବରଙ୍ଗପୁର/ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଂଚାୟତରେ ମ୍ୟାଲେରିଆ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରାଇସିଂ ଗଣ୍ଡ (୧୮) ଓ ବିଷ୍ଣୁ ଗଣ୍ଡ (୨୦)। ସୂଚନା ଅନୁସାରେ ବଡ଼ପାରା ଓ ସାନପାରା ଗ୍ରାମରେ ଏବେ ୧୫ରୁ ଊର୍ଦ୍ଧ୍ବ ଲୋକଙ୍କୁ ଜ୍ୱର ହେଉଛି। ସେମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜଣଙ୍କ ମ୍ୟାଲେରିଆ ଯୋଗୁଁ ମୁର୍ତ୍ୟୁ ହୋଇଥିବା ସ୍ପଷ୍ଟ କରିଥିବା ବେଳେ ଅନ୍ୟ ଜଣଙ୍କ ମୁର୍ତ୍ୟୁର କାରଣ […]
ଗଜିଆଗୁଡ଼ା ଗାଁକୁ ଦେଶୀ ଡଙ୍ଗା ଭରଷା
ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡ଼ା ଗାଁ। ସ୍ଥଳପଥରେ ଗାଁକୁ ସିଧାସଳଖ ରାସ୍ତା ନଥିଲା ବେଳେ ନଦୀରେ ଜଳଯାତ୍ରା କରିବାକୁ ପଡ଼ୁଛି। ବର୍ଷା ବଢ଼ିଲେ ଜଳପଥ ମଧ୍ୟ ଏକପ୍ରକାର ବନ୍ଦ ହୋଇ ବାହ୍ୟଜଗତରୁ ଚ୍ଛିନ୍ନ ହୋଇଯାଉଛି। ତେଣୁ ବିଧାୟକଙ୍କୁ ବି ଏହି ଗାଁକୁ ଦେଶୀ ଡଙ୍ଗାରେ ଯିବାକୁ ପଡ଼ିଛି। ପ୍ରାୟ ଶହେ ପରିବାର ଗଜିଆଗୁଡ଼ା ଗାଁରେ ବସବାସ କରୁଛନ୍ତି। ସଂପୂର୍ଣ୍ଣ ଗାଁକୁ ଘେରି ରହିଛି ପାହାଡ଼ିଆ ନଦୀ। ବର୍ଷ ତମାମ ଲୋକେ ନଦୀ […]
ବଜ୍ରପାତରେ ମହିଳା ମୃତ, ୨ ଗୁରୁତର
ସମ୍ବଲପୁର/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ) : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଧୀନ ଅନ୍ଧାରୀ ଗ୍ରାମରେ ଆଜି ଅପରାହ୍ଣରେ ବଜ୍ରପାତ ହୋଇଛି। କ୍ଷେତରୁ ଘରକୁ ଫେରିବା ପୂର୍ବରୁ ମହିଳା ଶ୍ରମିକମାନେ ବଜ୍ରପାତର ଶିକାର ହୋଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଲଳିତା ଭୋଇ (୪୦)। ଆହତ ମହିଳାମାନେ ହେଲେ ସାବିତ୍ରୀ ସୁହୁଲା ଓ ପଦ୍ମିନୀ ରଣା। ଗାଁ ଲୋକଙ୍କ କହିବା ଅନୁସାରେ ଲଳିତା, ସାବିତ୍ରୀ ଓ ପଦ୍ମିନୀ ଆଜି ସକାଳ ୮ଟାରେ ଘାସ ବାଛିବାକୁ ଗାଁର ଏକ […]
ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି
କ୍ୟାମ୍ପ ଉଠିଲେ ଆତ୍ମଦାହ ଧମକ ଦେଲେ ଗ୍ରାମବାସୀ ଚିତ୍ରକୋଣ୍ଡା/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଯନ୍ତ୍ରୀ ପଞ୍ଚାୟତ ରେ ବିଏସଏଫ କ୍ୟାମ୍ପ ଉଠିବା ପ୍ରତିବାଦ ରେ ପ୍ରଜାମେଳି କରି ଏକଜୁଟ ହେଲେ ଯନ୍ତ୍ରୀ ପଞ୍ଚାୟତର ଚଉଦ ଖଣ୍ଡ ଗ୍ରାମବାସିନ୍ଦା | ଆଉ ପାଞ୍ଚବର୍ଷ ବିଏସଏଫ କ୍ୟାମ୍ପ ନଉଠାଇବା ପାଇଁ କମାଣ୍ଡେଣ୍ଟଙ୍କ ଜରିଆରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ଏହି ସବୁ ଅଞ୍ଚଳରେ ସରକାରଙ୍କ ତରଫରୁ ବିଗତ ଦିନରେ […]
ପାର୍ବଣରେ ରାଜଧାନୀବାସୀଙ୍କୁ ନୂଆ ଦୃଶ୍ୟ ଭେଟି:ଦୁବାଇ ମିରାକଲ୍ ଗାର୍ଡେନ୍
ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ଡମଣା ଗୋପୀନାଥଜିଉ ଦୁର୍ଗାପୂଜା କମିଟି ୧୩ ବର୍ଷରେ ପଦାର୍ପଣ କରିଛି। ପ୍ରତିଥର ଭଳି ଏଥର ମଧ୍ୟ ଦୁର୍ଗାପୂଜା କମିଟି ରାଜଧାନୀବାସୀଙ୍କୁ ନୂଆ ଦୃଶ୍ୟ ଭେଟିଦେବ। ଏଥର ଦୁବାଇ ମିରାକଲ୍ ଗାର୍ଡେନ୍ରେ ବିରାଜିବେ ମା’ ଦୁର୍ଗା। ଫାଇବର୍, ଘାସ ଗାଲିଚା, ଫୁଲରେ ତିଆରି ହେଉଥିବା ଏହି ତୋରଣ ଏଥର ଭୁବନେଶ୍ବରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ପଶ୍ଚିମବଙ୍ଗର ୨୨ କୁଶଳୀ କାରିଗର ମିରାକଲ୍ ଗାର୍ଡେନ୍ର ଅବିକଳ ତୋରଣ ନିର୍ମାଣରେ ଲାଗିଛନ୍ତି। ଏହି ତୋରଣର ଉଚ୍ଚତା ୭୦ ଫୁଟ୍ […]
ଚାପିଦେବେ ବାଲିଯାତ୍ରା ଦୁର୍ନୀତି
ଘୋଷଣାରେ ରହିଗଲା ଅଡିଟ୍ ଓ ତୃତୀୟପକ୍ଷ ତଦନ୍ତ କଟକ,୨୩-୦୯-୨୦୨୪(ପିପିଏସ ) : କଟକ ଐତିହାସିକ ବାଲିଯାତ୍ରାରେ ୨୦୨୨ ଓ ୨୦୨୩ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ସମୟ ଗଡ଼ାଇ ତାହାକୁ ଚାପି ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଗତ ୨ବର୍ଷର ବାଲିଯାତ୍ରାର ସମସ୍ତ କାମକୁ ତୃତୀୟପକ୍ଷଙ୍କ ଦ୍ବାରା ଯାଞ୍ଚ କରାଯିବା ସହ ଚତୁଃସ୍ତରୀୟ ଅଡିଟ୍ କରାଯିବ ବୋଲି ପୂର୍ବରୁ ପୌର ନିଗମ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ହେଲେ ଏ ଦିଗରେ କୌଣସି ପ୍ରକ୍ରିୟା ଆରମ୍ଭ […]
କନେଷ୍ଟବଳଙ୍କ ଦବଙ୍ଗଗିରି
ଦଶରଥପୁର/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କ ଦବଙ୍ଗଗିରି। ରାତିଅଧରେ ନର୍ସଙ୍କର ମଙ୍ଗଳପୁର ଭଡ଼ାଘରେ ପଶି କଲେ ପ୍ରେମ ନିବେଦନ, ମାତ୍ର କଥା ନମାନିବାରୁ ଦେଲେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସମ୍ପୃକ୍ତ କନେଷ୍ଟବଳ ଶୁଶୁଆ ପଞ୍ଚାୟତ ଗରଢ଼ିଅ ଗ୍ରାମରେ ହୋଇଥିବା ବେଳେ ଡାହାଣ ହାତ – ମେରଦା ଉପ – ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫ ନର୍ସ ପୁଷ୍ପାଞ୍ଜଳି ନାୟକଙ୍କୁ ଦୀର୍ଘ ଏକ ବର୍ଷ ହେଲା […]
ପରଲୋକରେ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି
ପୁରୀ/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ପ୍ରଖ୍ୟାତ କବି, ନାଟ୍ୟକାର, ଗୀତିକାର, ସଂଳାପକାର, ଅଭିନେତା ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୫ ଦିନ ତଳେ ପୁରୀ ସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ […]
ଭରତପୁର ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କଟକ,୨୩-୦୯-୨୦୨୪(ପିପିଏସ ): ଭରତପୁର ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଯେହେତୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହୋଇସାରିଛି ଏବଂ କ୍ରାଇମବ୍ରାଞ୍ଚ୍ ମଧ୍ୟ ଏହାର ତଦନ୍ତ କରୁଛି। ତେଣୁ ତଦନ୍ତ ଘଟଣାରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ହାଇକୋର୍ଟ। ଭରତପୁର ଥାନା ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ସବୁ ଥାନାରେ ସିସିଟିଭି ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ଓଡ଼ିଶା […]
