ଶୁଦ୍ଧ ଦେଶୀ ଗାଈ ଘିଅରେ ମହାପ୍ରସାଦର ପ୍ରସ୍ତୁତି ହେବ !
1 min read

ଶୁଦ୍ଧ ଦେଶୀ ଗାଈ ଘିଅରେ ମହାପ୍ରସାଦର ପ୍ରସ୍ତୁତି ହେବ !

ପୁରୀ/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟବସ୍ଥାକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି। ଭକ୍ତଙ୍କ ପାଇଁ ଚାରିଦ୍ବାର ଖୋଲାଯିବା, ରତ୍ନଭଣ୍ଡାର ଖୋଲାଯିବା ପରେ ଏବେ ମହାପ୍ରସାଦର ପ୍ରସ୍ତୁତ କେବଳ ଖାଣ୍ଟି ଦେଶୀ ଗୁଆଘିଅରେ କରାଯିବାକୁ ଦାବି ହୋଇଛି। ଏନେଇ ସୁଆର ସେବାୟତ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତକାଲି ଏକ ଚିଠି ଲେଖିଛନ୍ତି। ଏଥି ସହିତ ଏକ ଗୋଶାଳାର ପ୍ରତିଷ୍ଠା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

ଚିଠିରେ ସୁଆର ସେବାୟତ ସଂଘ କହିଛି ଯେ, ଓମଫେଡ୍ ଘିଅ ପରିବର୍ତ୍ତେ ଶୁଦ୍ଧ ଦେଶୀ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ କରାଗଲେ ବହୁତ ଭଲ ହୋଇପାରିବ। ଶୁଦ୍ଧ ଦେଶୀ ଗାଈ ଘିଅ, କ୍ଷୀର, ଲହୁଣୀ ଓ ଦହିର ଉତ୍ପାଦନ ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଅମୃତମଣୋହୀ ଜମିରେ ଏକ ଗାଈ ଫାର୍ମ ନିର୍ମାଣ କରାଯାଇପାରିବ। ମହାପ୍ରଭୁଙ୍କ ନାମରେ ଗଚ୍ଛିତ ରହିଥିବା ଅର୍ଥରେ ଗୋଶାଳା ବା ଡାଏରୀ ଫାର୍ମ ପରିଚାଳନା କରିବାକୁ ଚିଠିରେ ଉଲ୍ଲେଖ କରିଛି ସୁଆର ସେବାୟତ।

Leave a Reply

Your email address will not be published. Required fields are marked *