ଓଡିଶା
ଅଧାରେ ରହିଲା ପୁରୀ ତ୍ରୀର୍ଥଯାତ୍ରା
ଜଳେଶ୍ବର/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଅଧାରେ ରହିଲା ପୁରୀ ତ୍ରୀର୍ଥଯାତ୍ରା। ଉତ୍ତର ପ୍ରଦେଶରରୁ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ମହମ୍ମଦନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମହିଳାଙ୍କ ସମେତ ୪ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ଅଛନ୍ତି। ଆହତମାନଙ୍କ ମଧ୍ୟରୁ କିଛି ଯାତ୍ରୀ ଗୁରୁତର ଅଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। […]
ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତା
ମାଣିଆବନ୍ଧ ପୁରସ୍କୃତ,ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି ଓଡ଼ିଶାର ମାଣିଆବନ୍ଧ ଗାଁ। ବୟନଶିଳ୍ପୀ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ ଜିଲ୍ଲାର ମାଣିଆବନ୍ଧ ଗାଁକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ପୁରସ୍କୃତ କରାଯାଇଛି।ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ଏକ୍ସରେ ମାଣିଆବନ୍ଧ ଗ୍ରାମବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ଓଡ଼ିଶାରେ ହସ୍ତଶିଳ୍ପ ମଧ୍ୟରେ […]
ଡିସେମ୍ବର ସୁଦ୍ଧା ୪୦୦୦ କୋଟି ଋଣ ଆଣିବ ଓଡ଼ିଶା
ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ୪୦୦୦ କୋଟି ଟଙ୍କା ଋଣ କରିବେ। ନଭେମ୍ବର ଓ ଡିସେମ୍ବରରେ ସରକାର ଏହି ଋଣ ଆଣିବାକୁ ଯୋଜନା ରଖିଛନ୍ତି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ସରକାର ନଭେମ୍ବର ମାସରେ ୧୦୦୦ କୋଟି ଟଙ୍କା ଏବଂ ଡିସେମ୍ବର ମାସରେ ୩୦୦୦ କୋଟି ଟଙ୍କା ଋଣ ଆଣିବେ। ବିଭିନ୍ନ ରାଜ୍ୟର ସରକାରଙ୍କ ସହ ଆଲୋଚନା କରି ରିଜର୍ଭ ବ୍ୟାଙ୍କ ରାଜ୍ୟଗୁଡ଼ିକର ବଜାର ଋଣର ଏକ […]
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ
ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୫ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ୪ଟି ପ୍ରସ୍ତାବରେ ମୋହର ଲାଗିବାର ଆଶା ଥିବା କୁହାଯାଉଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କିତ ସଂଶୋଧନ ପ୍ରସ୍ତାବ ସହ ଆଇନ ବିଭାଗର ଦୁଇଟି ପ୍ରସ୍ତାବ କ୍ୟାବିନେଟରେ ଉପସ୍ଥାପିତ ହେବ ବୋଲି କୁହାଯାଉଛି।
ପୁଲିସଙ୍କ ଆଚରଣ-ଉଚ୍ଚାରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ
ସପ୍ତାହକ ମଧ୍ୟରେ ମହିଳା ହିଂସା ତଥ୍ୟ ଲୋଡିଲେ ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧିତ କରି କହିଛନ୍ତି ମୋ ରାଜ୍ୟର ପୁଲିସ ବିଭାଗଠାରୁ ଅତ୍ୟନ୍ତ ଉଚ୍ଚକୋଟୀର ସେବା ମୁଁ ଆଶା କରୁଛି। ଯାହାଦ୍ବାରା ଆଗାମୀ ଦିନରେ ମୁଁ ଗର୍ବର ସହିତ କହିପାରିବି ଯେ, ଓଡ଼ିଶାର ପୁଲିସ ବିଭାଗ ଦିନ ରାତି ୨୪ ଘଣ୍ଟା ଡ୍ୟୁଟିରେ ରହିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ଉପସ୍ଥିତ […]
୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ
ଭଦ୍ରକ/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥରମାଡ଼ କରିଥିଲେ। ଫଳରେ ୨ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଲୋକେ ଭାଙ୍ଗି ଦେଇଥିଲେ । ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଏହି ହିଂସାକୁ ନେଇ ସହରରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟେନେଟ ସେବାକୁ ବନ୍ଦ କରାଯାଇଛି। […]
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏହି ଘଟଣାରେ ୫ ଶ୍ରମିକ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରି ରାଉରକେଲା ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି
ନର୍ସିଂ ସଂଘ ଆନ୍ଦୋଳନ ଜାରି
ଏସ୍ସିବିରେ ଜେନେରାଲ୍ ଓଟି ବନ୍ଦ,କ୍ୟାପିଟାଲ ହସ୍ପିଟାଲ ଜାରି କଲା ନିର୍ଦ୍ଦେଶନାମା ଭୁବନେଶ୍ବର/କଟକ,୨୮-୦୯-୨୦୨୪(ପିପିଏସ) : ଶନିବାରଠୁ ନର୍ସିଂ ସଂଘର ଅହୋରାତ୍ର କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୦ ଦଫା ଦାବିରେ ଅଟଳ ନର୍ସିଂ ଅଫିସର । ରୋଗୀ ସେବା ଗୁରୁତର ପ୍ରଭାବିତ । ରାଜ୍ୟରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ୧୫ ହଜାରରୁ ଅଧିକ ନର୍ସିଂ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି । ଫଳରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ହସପିଟାଲ୍ ଓ ଜିଲ୍ଲା ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା […]
ଶ୍ରୀମନ୍ଦିର ରୋଷଘର ଘିଅ ସହ ଯାଞ୍ଚ ହେବ ଅବଢ଼ାର ମାନ
ସୁପକାର ସେବକଙ୍କ ମତ ଅମୁଣିଆ ଯାଞ୍ଚ ଠିକ୍ । ମହାପ୍ରସାଦ ମାନ ପରୀକ୍ଷଣକୁ ଦର୍ଶାଇଲେ ଶାସ୍ତ୍ର ବିରୋଧୀ । ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଶ୍ରୀମନ୍ଦିରରେ ମହାପ୍ରସାଦର ହେବ ମାନ ଯାଞ୍ଚ । ରୋଷ ଘରକୁ ଯାଉଥିବା ସାମଗ୍ରୀ ହେଉ କି ସେଠୁ ବାହାରୁଥିବା ଅବଢ଼ା, ସବୁର ହେବ ମାନ ପରୀକ୍ଷଣ। ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଇଛନ୍ତି ଏ ସୂଚନା। ମନ୍ତ୍ରୀ କହିଛନ୍ତି-ଜଗନ୍ନାଥ ମନ୍ଦିରରେ ମହାପ୍ରସାଦର ମାନ ଯାଞ୍ଚ ପାଇଁ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର। ଏଥିପାଇଁ […]
ନର୍ସିଂ ଆନ୍ଦୋଳନ ବଢ଼ାଇଲାଣି ଚିନ୍ତା ! ସ୍ୱାସ୍ଥ୍ୟସେବା ଠପ୍, ରୋଗୀ ହୀନସ୍ତା
ଆଜି ସିରିଞ୍ଜ ଛାଡ୍, କାଲିଠୁ ଅହୋରାତ୍ର ଧାରଣା ଚେତାବନୀ । ନର୍ସ ସଂଘକୁ ଆନ୍ଦୋଳନରୁ ଓହରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅପିଲ୍ । ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ମେଡ଼ିକାଲରେ ଦୟନୀୟ ହେଲାଣି ରୋଗୀଙ୍କ ଅବସ୍ଥା । ହିମୋଗ୍ଲୋବିନ୍ କମିଯାଇଥିବା କାହା ପିଲାକୁ ଦିଆଯାଇପାରୁନି ରକ୍ତ ତ ଆଉ କାହାର ଡେଙ୍ଗୁ ଆକ୍ରାନ୍ତ ପିଲାର ଚିକିତ୍ସା ପାଇଁ ସଂଗୃହିତ ହୋଇପାରୁନି ଆବଶ୍ୟକୀୟ ନମୂନା । ଆଜିକୁ ୩ ଦିନ ହେଲା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁ ପ୍ରଭାବିତ ହେଲାଣି ସ୍ୱାସ୍ଥ୍ୟସେବା। ପୂର୍ବରୁ […]
