ଓଡିଶା
ଓଏଏସ୍ ରେଜଲ୍ଟ-୨୦୨୨ ପ୍ରକାଶିତ: ୬୮୩ ଜଣ କୃତକାର୍ଯ୍ୟ
ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ବହୁ ପ୍ରତିକ୍ଷୀତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ର ଫଳ ଶନିବାର ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଉଦ୍ୟମରେ ଶ୍ବେତାଶ୍ରୀ ମହାପାତ୍ର ପ୍ରଥମ ସ୍ଥାନ ସହ ସଫଳତା ହାସଲ କରିଛନ୍ତି। ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ପରିଚାଳିତ ବହୁ ପ୍ରତିକ୍ଷୀତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷା-୨୦୨୨ର ଫଳ ଶନିବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୬୮୩ ଜଣ କୃତକାର୍ଯ୍ୟ […]
ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ଘଟଣାର ଖୋଳତାଡ଼
ପାରାଦୀପ ସମୁଦ୍ରପଥ ଦେଇ ବଢ଼ୁଛି ଚୋରା ନିଶା କାରବାର। ଗତକାଲି ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ପରେ ଏହି ସନ୍ଦେହ ବଢ଼ିବାରେ ଲାଗିଛି। କେତେକ ନିର୍ଦ୍ଦିଷ୍ଟ ଅଣ ପଞ୍ଜୀକୃତ ମାଛଧରା ଡଙ୍ଗାରେ ଏ ସବୁ କାରବାର ଚାଲିଥିବା କୁହାଯାଉଛି। ଜଗତସିଂହପୁର/ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ପାରାଦୀପ ସମୁଦ୍ରପଥ ଦେଇ ବଢ଼ୁଛି ଚୋରା ନିଶା କାରବାର। ଗତକାଲି ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ପରେ ଏହି ସନ୍ଦେହ ବଢ଼ିବାରେ ଲାଗିଛି। କେତେକ ନିର୍ଦ୍ଦିଷ୍ଟ ଅଣ ପଞ୍ଜୀକୃତ […]
ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ
ସୁନ୍ଦରଗଡ଼/ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ସକାଳୁ ସକାଳୁ ସୁନ୍ଦରଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀମତୀ ଆଶ୍ବସ୍ଥି ଏସ। ସେ ପ୍ରଥମେ ମାତୃ ଓ ଶିଶୁ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଗୋଟେ ଗୋଟେ ବ୍ୟବସ୍ଥା ଦେଖିଥିଲେ। ରୋଗୀଙ୍କ ସହିତ ଆଲୋଚନା କରି ଚିକିତ୍ସାଳୟରେ ମିଳୁଥିବା ସୁବିଧା ଓ ଅସୁବିଧା ସମ୍ପର୍କ ବୁଝିଥିଲେ […]
ଏସିଡ ମାଡ଼ରେ ବାପା ଓ ପୁଅ ଗୁରୁତର
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି | ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥୁବା ଅଭିଯୋଗ ହୋଇଛି। ଏସିଡ ମାଡ଼ରେ ବାପା ପୁଅ ଗୁରୁତର ହୋଇଛନ୍ତି। ବାଲିଗୁଡ଼ା/ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି | ଗତକାଲି ବିଳମ୍ବିତ ରାତିରେ ଘରେ […]
କୂଳ ଲଙ୍ଘୁଛି ସମୁଦ୍ର, ୨ ଗାଁ ଲୀନ ହେବା ଆଶଙ୍କା
ସମୁଦ୍ର କୂଳ ଲଙ୍ଘୁଥିବାରୁ ଏହାର ପ୍ରତିକାର ନେଇ ବହୁବାର ବିଧାନସଭାରେ ଦାବି ଉଠିଛି। ଗ୍ରାମ ଠାରୁ ଏବେ ସମୁଦ୍ର ଆଉ ମାତ୍ର ୨୦୦ ମିଟର ଦୂରରେ ରହିଛି ରାମେୟାପାଟଣା ଅଞ୍ଚଳରେ ସମୁଦ୍ର ଧୀରେ ଧୀରେ କୂଳ ଖାଇବାରେ ଲାଗିଛି। ଛତ୍ରପୁର/ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର […]
ଏସସିବିର ସ୍ଥିତି ସମୀକ୍ଷା କଲେ ଆଡ଼ଭୋକେଟ୍ କମିଟି
କଟକ,୧୮-୧୦-୨୦୨୪(ପିପିଏସ) : ଏସସିବି ମେଡିକାଲ କଲେଜର ସ୍ଥିତି ସମୀକ୍ଷା କରିଛନ୍ତି ଆଡ଼ଭୋକେଟ କମିଟି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଶୁକବ୍ରାର ଦ୍ୱିତୀୟ ଥର ଏସସିବି ମେଡିକାଲରେ ବିଭିନ୍ନ ୱାର୍ଡ଼ ବୁଲି ସମୀକ୍ଷା କରିଛନ୍ତି କମିଟି ଅଧ୍ୟକ୍ଷ ବିଜୟ କୁମାର ଦାଶ ଓ ସମସ୍ତ ସଦସ୍ୟ। ହସ୍ତଗତ ହୋଇଥିବା ୧୦ରୁ ଅଧିକ ଅଭିଯୋଗ ଆଧାରରେ ମେଡିକାଲ କର୍ତ୍ତୃପକ୍ଷ, ସିଏମସି କମିଶନର ଓ ଜିଲା ପ୍ରଶାସନ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କମିଟି ସଦସ୍ୟ ସରୋଜ କୁମାର ପାଢୀଙ୍କ ମତରେ, […]
ସିମୁଳିଆରେ ବିପୁଳ ପରିମାଣର କଳା ହୀରା ଜବତ
ସିମୁଳିଆ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ଧାମରା-ଭଦ୍ରକ ରେଳ ଲାଇନରେ ଚଳନ୍ତା ଟ୍ରେନରୁ କୋଇଲା ଚୋରୀ ହୋଇ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଣ୍ଡିମାନ ଖୋଲାଯାଇ ଚୋରା ବିକ୍ରି ଚାଲିଛି । କୋଇଲା ମାଫିଆଙ୍କ ଚ୍ୟାଲେଞ୍ଜ ଓ କିଛି ଅସାଧୁ ପୋଲିସଙ୍କ ପାଇଁ ପୋଲିସକୁ ଚିନ୍ତାରେ ପକାଇଥିବା ବେଳେ । ଆଜି ସିମୁଳିଆ ଅଂଚଳରୁ ବିପୁଳ ପରିମାଣରେ କଳାହିରା ଜବତ ହେବା ଘଟଣା ବେପାରୀଙ୍କ ମଧ୍ୟରେ କୋକୁଆଭୟ ଖେଳାଇ ଦେଇଛି ସୂଚନାରୁ ପ୍ରକାଶ ବିଦେଶରୁ ଧାମରାକୁ ରେଳ […]
ପୁରୀ ବିମାନବନ୍ଦର ପାଇଁ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ
ପୁରୀରେ ନିର୍ମାଣ ହେବାକୁ ଥିବା ‘ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ପାଇଁ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ପୁରୀରେ ନିର୍ମାଣ ହେବାକୁ ଥିବା ‘ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ପାଇଁ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ୧୨ଜଣିଆ କମିଟି ଗଠନ ହୋଇଛି। ଏହି କମିଟି ଜମି ଅଧିଗ୍ରହଣ କରିବା ସହ ଜମି ମାଲିକମାନଙ୍କୁ ତୁରନ୍ତ ଉଚିତ ପ୍ରାପ୍ୟ […]
ଦୁର୍ଗାପୂଜା ପାଇଁ ନିର୍ମିତ ତୋରଣ ଭୁଶୁଡ଼ିଲା
ଚାପି ହୋଇଗଲା କାର୍-ବାଇକ୍ ରାସ୍ତାକଡ଼ରେ ମଣ୍ଡପ ଓ ତୋରଣଗୁଡ଼ିକ ଅସଜଡ଼ା ହୋଇଥିବା ଦେଖିବାକୁ ମିଳୁଛି। ପୂର୍ବରୁ ପୂଜା ମଣ୍ଡପ ସ୍ଥଳ ଓ ଏହାର ଆଖପାଖ ଯେମିତି ସଫାସୁଥୁରା ଥିଲା, ସେମିତି ନାହିଁ। ତୋରଣ ଓ ମଣ୍ଡପଗୁଡ଼ିକରୁ ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀ ଖୋଲିବା ପାଇଁ ଆହୁରି ଅନେକ ଦିନ ଲାଗିପାରେ ବୋଲି ଆଶା କରାଯାଉଛି। କଟକ,୧୮-୧୦-୨୦୨୪(ପିପିଏସ) : ଶାରଦୀୟ ଦୁର୍ଗାପୂଜା ସରିଛି। ଧରାପୃଷ୍ଠରୁ ମା’ ଦୁର୍ଗା ବିଦାୟ ନେଇସାରିଛନ୍ତି। କିନ୍ତୁ ମା’ଙ୍କ ସ୍ବାଗତ ପାଇଁ ସୁସଜ୍ଜିତ କରାଯାଇଥିବା […]
ବାରବାଟୀରେ ରଣଜୀ ଟ୍ରଫି : ୫ ୱିକେଟ ଅକ୍ତିଆର କଲେ ସୁମିତ ଶର୍ମା
ତ୍ରିପୁରା ବିପକ୍ଷରେ ଗୋଟିଏ ବି ବଲ୍ ଖେଳିପାରି ନଥିବା ଓଡ଼ିଶା ସୁବିଧାରେ ୧ ପଏଣ୍ଟ ପାଇ ଖାତା ଖୋଲିଥିଲା। ବାରବାଟୀ ଷ୍ଟାଡିୟମ୍ରେ ଜମ୍ମୁ କାଶ୍ମୀର ବିପକ୍ଷରେ ଅସଲ ପରୀକ୍ଷାର ସମ୍ମୁଖୀନ ହେବ ଗୋବିନ୍ଦ ପୋଦ୍ଦାରଙ୍କ ଦଳ। କଟକ,୧୮-୧୦-୨୦୨୪(ପିପିଏସ) : ବାରବାଟୀ ଲଢେଇ। ରଣଜୀ ଟ୍ରଫିର ଉଦଘାଟନୀ ମ୍ୟାଚରେ ୫ ୱିକେଟ ଅକ୍ତିଆର କଲେ ସୁମିତ ଶର୍ମା। ହୋମଗ୍ରାଉଣ୍ଡ ବାରବାଟୀ ଷ୍ଟାଡିଅମରେ ରଚିଲେ ରେକର୍ଡ। ଜମୁ କଶ୍ମୀର ବିପକ୍ଷରେ ସେ ଏହି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର […]
