ଛଟ୍‌ ପୂଜା: କୁଆ‌ଖାଇ ନଦୀରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ
1 min read

ଛଟ୍‌ ପୂଜା: କୁଆ‌ଖାଇ ନଦୀରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ

ଭୁବନେଶ୍ବରର କୂଆଖାଇ ନଦୀପଠାରେ ବ୍ରତାଧାରୀମାନେ ଆଜି ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ହଜାର ହଜାର ବ୍ରତଧାରୀ ମହିଳା ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ସେମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି।

ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ଶ୍ରଦ୍ଧା ଓ ଆସ୍ଥାର ପର୍ବ ‘ଛଟ୍‌’ ଗୁରୁବାର ଠାରୁ ଆରମ୍ଭ ହୋଇଛି। କୂଆଖାଇ ନଦୀପଠାରେ ଆୟୋଜିତ ଏହି ପୂଜାରେ ହଜାର ହଜାର ବ୍ରତଧାରୀ ମହିଳା ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଛନ୍ତି। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ସେମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି। ଆସନ୍ତାକାଲି (ଶୁକ୍ରବାର) ଉଦିତ ସୂର୍ଯ୍ୟଙ୍କୁ ପୁଣି ଥରେ ଅର୍ଘ୍ୟ ଦେଇ ବ୍ରତ ଭଙ୍ଗ କରିବେ। ଏହା ପରେ ଜଳପାନ କରିବେ।

ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟ ପ୍ରତିବର୍ଷ କୁଆଖାଇ ନଦୀକୂଳରେ ସୂର୍ଯ୍ୟ ଦେବତା ସମେତ ଜଳ ଏବଂ ବାୟୁମଣ୍ଡଳକୁ ପୂଜା କରିଥାନ୍ତି। ତେଣୁ ବହୁ ସଂଖ୍ୟାରେ ମହିଳାମାନେ ଏକ ଶୋଭାଯାତ୍ରାରେ ଆସି ନଦୀକୂଳରେ ପୂଜାର୍ଚ୍ଚନା କରିଛନ୍ତି। ଆଖୁ, ଫଳମୂଳ ଏବଂ ଅର୍ଘ୍ୟ ଦେଇ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଛନ୍ତି। କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ପରିବାରର ସୁଖ ଶାନ୍ତି ସମୃଦ୍ଧି କାମନା କରି ଏହି ପୂଜା କରାଯାଏ।

b769e207-78f6-4d3b-8dff-b9a315e1122c
3951dfe0-e46d-441c-8b2c-3bc28e2998d1

ଆସ୍ଥାର ମହାପର୍ବ ଛଟ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଛଟ୍‌ର ସନ୍ଧ୍ୟା ଅର୍ଘ୍ୟ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି। ଏହି ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣୁ ବୋଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି କହିଛନ୍ତି।

d6e485f1-0b97-422b-b34f-3bbc84ae5ebe

ପୌରାଣିକ ବିଶ୍ୱାସ ଅନୁଯାୟୀ, ସୂର୍ଯ୍ୟ ତାଙ୍କ ପତ୍ନୀ ପ୍ରତ୍ୟୁଷାଙ୍କ ସହିତ ସନ୍ଧ୍ୟାରେ ରୁହନ୍ତି। ତେଣୁ ଶ୍ରଦ୍ଧାଳୁମାନେ ଛଟ୍‌ରେ ସୂର୍ଯ୍ୟଙ୍କର ଶେଷ କିରଣ ପ୍ରତ୍ୟୁଷା ସନ୍ଧ୍ୟାରେ ଅର୍ଘ୍ୟ ଅର୍ପଣ କରି ପୂଜା କରନ୍ତି। ଜ୍ୟୋତିଷମାନେ କହିଛନ୍ତି ଯେ ସୂର୍ଯ୍ୟ ଅସ୍ତ ହେବା ସମୟରେ ଅର୍ଘ୍ୟ ଅର୍ପଣ କରି ଅନେକ ଅସୁବିଧାରୁ ମୁକ୍ତି ପାଇପାରିବେ। ଏହା ବ୍ୟତୀତ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ।  

Leave a Reply

Your email address will not be published. Required fields are marked *