ପ୍ରମୁଖ ଖବର
୪୦୮ ଗାଁକୁ ଡିବିରି ଭରସା: ପାଖରେ ଦୁଇଟି ଜଳବିଦ୍ୟୁତ୍ ପ୍ରକଳ୍ପ ଥାଇ ବି ଅନ୍ଧାରରେ ଗ୍ରାମବାସୀ
କୋରାପୁଟ ଜିଲ୍ଲାର ୪୦୮ଗାଁକୁ ବିଦ୍ୟୁତ୍ ସେବା ସ୍ବପ୍ନ ପାଲଟିଛି। ଡିବିର ଓ ଜହ୍ନ ଆଲୁଅ ଏହି ଗ୍ରାମବାସୀଙ୍କ ପାଇଁ ଆଲୋକର ମାଧ୍ୟମ ପାଲଟିଛି। ପାଠପଢ଼ାଠୁ ରାତ୍ରି ଭୋଜନ, ଜାନିଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁକିଛି ଏମାନେ ଡିବିର ଆଲୁଅ ମାଧ୍ୟମରେ ହିଁ କରିଥାନ୍ତି। କୋରାପୁଟ/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : କୋରାପୁଟ ଜିଲ୍ଲାର ୪୦୮ଗାଁକୁ ବିଦ୍ୟୁତ୍ ସେବା ସ୍ବପ୍ନ ପାଲଟିଛି। ଡିବିର ଓ ଜହ୍ନ ଆଲୁଅ ଏହି ଗ୍ରାମବାସୀଙ୍କ ପାଇଁ ଆଲୋକର ମାଧ୍ୟମ ପାଲଟିଛି। ପାଠପଢ଼ାଠୁ ରାତ୍ରି ଭୋଜନ, […]
ପରକ୍ରିୟାରୁ ଗଡ଼ିଲା ୫ ମୁଣ୍ଡ
ସୁନ୍ଦରଗଡ଼ରେ ୩ ମହିଳାଙ୍କ ସମେତ ୫ ଜଣକୁ ନିର୍ମମ ହତ୍ୟା, ୪ ଗୁରୁତର ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସୁନ୍ଦରଗଡ଼/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ଗୋଷ୍ଠୀ ସଂଘର୍ଷ କାରଣରୁ ୩ ଜଣ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟରେ ମଙ୍ଗଳବାର-ବୁଧବାର ରାତିରେ ଏହି ଅଭାବନୀୟ […]
ଶ୍ରୀମନ୍ଦିରରେ ବନକଲାଗି ନୀତି: ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ
ପୁରୀ/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ। ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୫ରୁ ରାତି ୧୦ଟା ପର୍ଯ୍ୟନ୍ତ […]
ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ
ପତ୍ନୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ। ଏହା ହାଇକୋର୍ଟରେ କାଏମ ରହିଛି। କଟକ, ୩୦-୧୦-୨୦୨୪ (ପିପିଏସ ): ପତ୍ନୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ। ଏହା ହାଇକୋର୍ଟରେ କାଏମ ରହିଛି। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜଙ୍କ ଆଦେଶ ବିରୋଧରେ ଶ୍ରୀ ଗମାଙ୍ଗ ଦାଖଲ କରିଥିବା ଅପିଲ ଖାରଜ ହୋଇଛି। ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ […]
ଦୀପାବଳିରେ ଏସବୁ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ବାଣଫୁଟା ବନ୍ଦ
ଦୀପାବଳି ଖୁସି ଏବଂ ଆଲୋକର ପ୍ରତୀକ। କିନ୍ତୁ ଚଳିତ ବର୍ଷ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବାଣଫୁଟା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି… ନୂଆଦିଲ୍ଲୀ/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ପରିବେଶ ଏବଂ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଚଳିତ ଦୀପାବଳିରେ ଦେଶର ଅନେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବାଣଫୁଟାକୁ ବାରଣ କରାଯାଇଛି। ଦିଲ୍ଲୀ ସହିତ ମହାରାଷ୍ଟ୍ର ଏବଂ ବିହାର ଭଳି ପ୍ରମୁଖ ରାଜ୍ୟରେ ବାଣଫୁଟା ବନ୍ଦ କରାଯାଇଛି। ସାତୋଟି ରାଜ୍ୟ […]
ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବା ପାଇଁ ଆଇନ ଆଣିବେ ସରକାର: ମନ୍ତ୍ରୀ
ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯାତ୍ରା ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ। ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯାତ୍ରାରେ ଏଭଳି ନାଚକୁ ନେଇ ଚର୍ଚ୍ଚା ହେଉଛି। ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। […]
ନଭେମ୍ବର ୨୬ରୁ ପ୍ରଥମ ଶୀତକାଳୀନ ଅଧିବେଶନ
ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇ ୩୫ ଦିନ ପରେ ଶେଷ ହେବ। ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ। ଏହାରି ମଧ୍ୟରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିବ ବୋଲି କୁହାଯାଇଛି। ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ମୋହନ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ ଆସନ୍ତା ୨୬ ତାରିଖ ଠାରୁ ଆରମ୍ଭ ହେବ। ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ତାରିଖ […]
ଅବ୍ୟବସ୍ଥା ଘେରରେ ଓଡ଼ିଶାର ସର୍ବବୃହତ କଟକ ପଶୁ ଚିକିତ୍ସାଳୟ
କଟକ,୩୦-୧୦-୨୦୨୪ (ପିପିଏସ ) : ଓଡ଼ିଶାର ସର୍ବବୃହତ କଟକ ଭେଟନାରୀ ହସ୍ପିଟାଲ ଏବେ ଅବ୍ୟବସ୍ଥା ଘେରରେ ରହିଛି। ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ ବୁଧବାର ବକ୍ସି ବଜାରସ୍ଥିତ ଏହି ସରକାରୀ ପ୍ରାଣୀ ଚିକିତ୍ସାଳୟକୁ ଅଚାନକ ଗସ୍ତ କରି ନବ ନିର୍ମିତ ଅଫିସ୍ ବୁଲିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ନବ ନିର୍ମିତ ଅଫିସ୍ କୋଠାରେ ଅଧିକାଂଶ ଘରଗୁଡ଼ିକ ଖାଲି ପଡ଼ିଥିବା ଓ କମ୍ କର୍ମଚାରୀ ଥିବାନେଇ ଅସନ୍ତୋଷ ପ୍ରକାଶ […]
ଓଡିଶାକୁ ଫେରିବ ପୋସ୍କୋ : ସାଂସଦ ବିଭୁ ତରାଇ
ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ଜେଏସଡବ୍ଲୁ ସହ ମିଶି ପୋସ୍କୋ ବୃହତ୍ ପ୍ରକଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି। ଏନେଇ ଜଗତସିଂପୁର ସାଂସଦ ବିଭୁ ତରାଇ କହିଛନ୍ତି, ସ୍ଥିର ସରକାର ରହିଲେ ଶିଳ୍ପପତିଙ୍କ ଆସ୍ଥା ବଢେ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଥିବାରୁ ଶିଳ୍ପପତିଙ୍କ ଭରସା ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି। ରାଜ୍ୟ ସରକାର ବି ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି। ସାଂସଦ ବିଭୁ ତରାଇ କହିଛନ୍ତି, […]
ଏସସିବିର ଏମ୍ସପ୍ଲସ ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଲେ ବିଧାୟିକା ସୋଫିଆ ଫିର୍ଦୋସ
କଟକ,୩୦-୧୦-୨୦୨୪ (ପିପିଏସ ) : ଏସସିବି ମେଡିକାଲର ନବନିର୍ମାଣ ବା ଏମ୍ସପ୍ଲସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ। ଆସନ୍ତାବର୍ଷ ଡିସେମ୍ବର ମାସରେ ଏହାକୁ ଉଦଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ନିର୍ମାଣ କାର୍ଯ୍ୟ ବହୁତ ମନ୍ଥର ଗତିର ଚାଲିଛି ବୋଲି କହିଛନ୍ତି ବିଧାୟିକା। ଏପର୍ଯ୍ୟନ୍ତ ମାତ୍ର ୩୦ରୁ ୩୫ ପ୍ରତିଶତ କାର୍ଯ୍ୟ ହିଁ ଶେଷ ହୋଇଛି ବୋଲି କହିବା ସହ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୭୦ ପ୍ରତିଶତ କାର୍ଯ୍ୟ କିପରି ଶେଷ କରାଯିବ […]