ବିଶ୍ୱଶାନ୍ତି ମହାଯଜ୍ଞ ଓ ପୂଜ୍ୟପୂଜା ସମ୍ମାନ
କଟକ/୧୩-୧୧-୨୦୨୪(ପିପିଏସ) : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମୁଗଗହିର ଗ୍ରାମରେ ଇଷ୍ଟଦେବୀ ଶ୍ରୀଶ୍ରୀ ଦକ୍ଷିଣକାଳୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ପ୍ରଥମ ଦିନ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ପୂଜ୍ୟପୂଜାର ଆୟୋଜନ କରାଯାଇଥିଲା । ଏଥିରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଶିକ୍ଷାବିତ୍ ସନାତନ ଶତପଥୀ ଓ ବିଶିଷ୍ଟ କଳା ସଂସ୍କୃତି ବିଶେଷଜ୍ଞ ପ୍ରଫୁଲ୍ଲ କୁମାର ଶତପଥୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଏକ ଆଲୋଚନାସଭାର ଆୟୋଜନ ହୋଇଥିଲା । ଦ୍ୱିତୀୟ ଦିନରେ ମହାନଦୀରୁ ଜଳ ଉତ୍ତୋଳନ କରାଯାଇ କଳସ ସ୍ଥାପନ ସହ ଯଜ୍ଞାରମ୍ଭ ହୋଇଥିଲା । ସନ୍ଧ୍ୟାରେ ପ୍ରଖ୍ୟାତ ପ୍ରବଚକ ଡକ୍ଟର କୃଷ୍ଣକେଶବ ଷଡ଼ଙ୍ଗୀ ଓ ମୃତ୍ୟୁଞ୍ଜୟ ରଥ ଶ୍ରୀଜଗନ୍ନାଥ କଥାମୃତ ଉପରେ ପ୍ରବଚନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡକ୍ଟର ସୁବାସ ଚନ୍ଦ୍ର ଦାଶ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ପ୍ରବଚକ ଶ୍ରୀ ଷଡ଼ଙ୍ଗୀଙ୍କୁ ମୁଗଗହିର ସାଂସ୍କୃତିକ ପରିଷଦ ପକ୍ଷରୁ ବାଗୀଶରତ୍ନ, ଡକ୍ଟର ମୃ୍ତ୍ୟୁଞ୍ଜୟ ରଥଙ୍କୁ ଉପସ୍ଥାପକ ଶିରୋମଣି ଉପାଧି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିବୁଧରଂଜନ ସାହୁ ଓ ମେଘନାଦ ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଥିଲା । ସଦାନନ୍ଦ ପାଢ଼ୀ, ଚନ୍ଦ୍ରଶେଖର ପାଢ଼ୀ, ବିପିନ ବିହାରୀ ଦେବତା, ସୁବାସ ଉପାସିନୀ, ନିରଞ୍ଜନ ପଣ୍ଡା, ଶ୍ୟାମଘନ ଚୌଧୁରୀ ଓ ବିନାୟକ ଦେବତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ