ଓଡିଶା
ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା
ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା | ଚାଷୀଙ୍କ ସୁରକ୍ଷା ,କଟଣି ଛଟଣି ମୁକ୍ତ ଧାନ କିଣା ଉପରେ ଗୁରୁତ୍ବ ଦେବେ ରାଜ୍ୟ ସରକାର | ଚାଷୀଙ୍କ ଧାନ ବିକ୍ରି ଟୋକନ୍ ଲାପସ ନହେବା ପାଇଁ ବ୍ୟବସ୍ଥା କରାଯାଇଛି ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଧାନ କିଣା କୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ ହୋଇଯାଇଛି । ଆଉ ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ […]
ସବୁ ସମସ୍ୟାର ସମାଧାନର ଚାବିକାଠି ଶିକ୍ଷାରେ ଅନ୍ତର୍ନିହିତ ଅଛି: କେନ୍ଦ୍ରମନ୍ତ୍ରୀ
ସ୍କୁଲ ଶିକ୍ଷା ପାଇଁ ଯୋଜନା କରିବା ସହ ପିଲାମାନଙ୍କ ଜ୍ଞାନର ବିକାଶ, ବ୍ୟକ୍ତିତ୍ୱ, ଚରିତ୍ର ଗଠନର ଦାୟିତ୍ୱ ନେବା ପାଇଁ ପଡିବ। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। -ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି, ମାତୃଭାଷାରେ ଶିକ୍ଷ ପ୍ରଦାନ ସହ ଶିକ୍ଷାର ମୂଳକୁ ମଜଭୂତ୍ କରିବା -ଛାତ୍ରଛାତ୍ରୀମାନଙ୍କ ଜ୍ଞାନର ବିକାଶ, ବ୍ୟକ୍ତିତ୍ୱ, ଚରିତ୍ର ଗଠନର ଦାୟିତ୍ୱ […]
ତିନିଦିନିଆ ବିଦେଶ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ; କରିବେ ରୋଡ୍ ସୋ’
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୮ ତାରିଖରୁ ବିଦେଶ ଗସ୍ତ କରିବେ। ଏହି ଗସ୍ତକାଳରେ ସେ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରରେ ରହିବେ। ସେଠାରେ ଶ୍ରୀ ମାଝୀ ମେକ୍ ଇନ୍ ଓଡ଼ିଶା, ଉତ୍କର୍ଷ ଓଡ଼ିଶା-୨୦୨୫ ପାଇଁ ରୋଡ୍ ସୋ’ କରିବେ। ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ମୁଖ୍ୟମନ୍ତ୍ରୀ ହେଲା ପରେ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବାକୁ ଯାଉଛନ୍ତି। ତାଙ୍କର ଏହି ଗସ୍ତ ସିଙ୍ଗାପୁରକୁ ହେବ। ଏହି ଗସ୍ତକାଳରେ […]
ବିଏମ୍ସି ବରବାଦ କଲା କୋଟିଏ: ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ବିଫଳ
ଡୁମୁଡ଼ୁମାରେ ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରି ବିଏମ୍ସି କୋଟିଏ ଟଙ୍କା ବରବାଦ୍ କରିଛି। ଏଠାରେ ଭେଣ୍ଡିଂ ଜୋନ୍ ନିର୍ମାଣ ହେବା ଦିନଠାରୁ ଅଧିକାଂଶ ବ୍ୟବସାୟୀ ଦୋକାନ ଖୋଲୁ ନାହାନ୍ତି। ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ଡୁମୁଡ଼ୁମାରେ ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରି ବିଏମ୍ସି କୋଟିଏ ଟଙ୍କା ବରବାଦ୍ କରିଛି। ଏଠାରେ ଭେଣ୍ଡିଂ ଜୋନ୍ ନିର୍ମାଣ ହେବା ଦିନଠାରୁ ଅଧିକାଂଶ ବ୍ୟବସାୟୀ ଦୋକାନ ଖୋଲୁ ନାହାନ୍ତି। ଉଦ୍ଘାଟନୀ […]
କୋଏଲନଦୀରେ ବୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ର ନିଖୋଜ
କୋଏଲ ନଦୀରେ ଆଜି ପୁଣି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ସ୍କୁଲ ବନ୍ଧୁଙ୍କ ସହ ଗାଧେଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା। ଏକାସାଙ୍ଗରେ ତିନି ଜଣ ସାଙ୍ଗ ବୁଡ଼ିଯାଇଥିଲେ। -ସୁରକ୍ଷିତ ଉଦ୍ଧାରହେଲେ ୨ ନାବାଳକ ରାଉରକେଲା/ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ଆଜି ପୁଣି ଜଣେ ନାବାଳକ କୋଏଲ ନଦୀରେ ନିଖୋଜ ହୋଇଯାଇଛନ୍ତି। ସ୍କୁଲ ବନ୍ଧୁଙ୍କ ସହ ଗାଧେଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା। ଏକାସାଙ୍ଗରେ ତିନି ଜଣ ସାଙ୍ଗ ବୁଡ଼ିଯାଇଥିଲେ। ତେବେ ୨ ଜଣ ନାବାଳକଙ୍କୁ ସ୍ଥାନୀୟ […]
ଜବରଦଖଲରେ ୟୁଜିଆଇଇର ୨ ଏକର ଜମି: ଦୁଇବର୍ଷ ହେଲା ଚାଲିଛି ମିକ୍ସର ପ୍ଲାଣ୍ଟ
ରାଉରକେଲାରେ ଯିଏ ଯେଉଁଠି ସୁଯୋଗ ପାଇଲା, ସେଠାକାର ଜମି ଜବରଦଖଲକୁ ନେଇ ଘର ତିଆରାକଲା। ବସ୍ତିଠାରୁ ଆରମ୍ଭକରି ଅନ୍ୟ ସମସ୍ତ ପ୍ରମୁଖ ଅଞ୍ଚଳରେ ଏଭଳି ଜବରଦଖଲ ନିତିଦିନିଆ ହେଲାଣି। -ସବୁ ଜାଣି ପ୍ରଶାସନ ଚୁପ୍ ରାଉରକେଲା: ସ୍ମାର୍ଟସିଟିରେ ଜମି ଜବରଦଖଲ ନୂଆ ନୁହେଁ। ଯିଏ ଯେଉଁଠି ସୁଯୋଗ ପାଇଲା, ସେଠାକାର ଜମି ଜବରଦଖଲକୁ ନେଇ ଘର ତିଆରାକଲା। ବସ୍ତିଠାରୁ ଆରମ୍ଭକରି ଅନ୍ୟ ସମସ୍ତ ପ୍ରମୁଖ ଅଞ୍ଚଳରେ ଏଭଳି ଜବରଦଖଲ ନିତିଦିନିଆ ହେଲାଣି। ଏବେ ଯାନ୍ତ୍ରିକ ଶିକ୍ଷାନୁଷ୍ଠାନର ବହୁମୂଲ୍ୟ […]
ବର୍ଷବ୍ୟାପୀ ପାଳନ ହେବ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ
ଡଃ ମହତାବଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲାର ଅଗରପଡ଼ା ଠାରେ ଏକ ସ୍ମୃତି ସଂଗ୍ରହାଳୟ ପ୍ରତିଷ୍ଠା, ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରାଯିବ। ଭୁବନେଶ୍ୱରରେ ନଭେମ୍ବର ୨୩, ୨୪ ଏବଂ ୨୫ ତାରିଖରେ ଡକ୍ଟର ମହତାବଙ୍କର କୃତି ସମ୍ପର୍କିତ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। -ନଭେମ୍ବର ୨୧ରୁ ଭୁବନେଶ୍ବରରେ ୩ଦିନିଆ ଜୟନ୍ତୀ ସମାରୋହ ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ […]
ଅସ୍ବାଭାବିକ ଭାବେ ୫୦ଟି ହାତୀର ମୃତ୍ୟୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ରାଜ୍ୟରେ ଅସ୍ବାଭାବିକ ହାତୀ ମୃତ୍ୟୁ ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସିଂହଖୁଣ୍ଟିଆ ନିଜ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ରାଜ୍ୟରେ ଅସ୍ବାଭାବିକ ହାତୀ ମୃତ୍ୟୁ ଘଟଣା ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସିଂହଖୁଣ୍ଟିଆ ନିଜ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ […]
କାମରେ ଆସୁନି ଅଙ୍ଗନବାଡି କେନ୍ଦ୍ର, ଗଛ ମୂଳରେ ଚାଲିଛି ପାଠପଢ଼ା
ସିମୁଳିଆ/ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ସମନ୍ବିତ ଶିଶୁ ବିକାଶ ଯୋଜନାରେ ପ୍ରତି ଅଙ୍ଗନବାଡି କେନ୍ଦ୍ର ପାଇଁ ସ୍ଥାୟୀ ପକ୍କା ଗୃହ ଯୋଗାଇ ଦିଆ ଯାଇଛି । ହେଲେ ପ୍ରଶାସନିକ ଆନ୍ତରିକତା ଅଭାବ ଯୋଗୁଁ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇ ଯାଇଥିଲେ ବି ନିର୍ମିତ ଗୃହ କାମରେ ଆସୁନି । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପଂଖିଆ ଗ୍ରାମର ଥିବା ଅଙ୍ଗନବାଡି କେନ୍ଦ୍ର । ଅଙ୍ଗନବାଡି କେନ୍ଦ୍ର ପାଇଁ […]
ଫେବୃୟାରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ଟିକେଟ ମୂଲ୍ୟ ୮୦୦ରୁ ଆରମ୍ଭ
କଟକ,୦୩-୧୧-୨୦୨୪(ପିପିଏସ ) : ଆଗାମୀ ଫେବୃୟାରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ। ଏଥିପାଇଁ ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)। ଟିକେଟ ମୂଲ୍ୟ ସର୍ବନିମ୍ନ ୮୦୦ ଟଙ୍କାରୁ ଆରମ୍ଭ ହୋଇ ୨୦ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି।ଷ୍ଟାଡିୟମର ୧ ନମ୍ବର ୩ ନମ୍ବର ଓ ୬ ନମ୍ବର ଗ୍ୟାଲେରୀରେ ବସି ଖେଳ ଦେଖିବା ଲାଗି ଦର୍ଶକଙ୍କ ପାଇଁ ଟିକେଟ ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି […]
