ପ୍ରମୁଖ ଖବର
ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତି
ମହତାବ ଉତ୍ତରପ୍ରଦେଶ କିମ୍ବା ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ: ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ଓଡ଼ିଆ ଅସ୍ମିତା ବିପଦରେ ଥିଲା। ଲୋକମାନେ ଅସ୍ମିତାକୁ ଉଦ୍ଧାର କଲେ ଏବଂ ଏ ସରକାରଙ୍କୁ ଆଣିଲେ। ତେଣୁ ପୂଜ୍ୟପୂଜାକୁ ସମ୍ମାନ ଜଣାଇ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତି ପାଳନ କରାଯାଉଛି। ସେ ହିଁ ବିକଶିତ ଓଡ଼ିଶା, ଉତ୍କର୍ଷ ଓଡ଼ିଶା ଗଠନ ପାଇଁ ଉଦ୍ୟମ କରୁଥିଲେ। ଏବେ ଡ. ମହତାବଙ୍କ ନବଯୁଗର ପରିକଳ୍ପାନା […]
ସୋରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୭ ବଖରା ଘର
ବାଲେଶ୍ବର ଜିଲ୍ଲା ସୋର ବ୍ଲକ ନଟାପଡା ପଞ୍ଚାୟତ ଚହଳିଗାଁ ଗ୍ରାମର ରାଜେନ୍ଦ୍ର ଭଞ୍ଜଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ସାତ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ମଧ୍ୟାହ୍ନରେ ରାଜେନ୍ଦ୍ରଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଚାଳ ଘରେ ଅଗ୍ନିକାଣ୍ଡ ଘଟିଥିଲା। ସୋର/ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ବାଲେଶ୍ବର ଜିଲ୍ଲା ସୋର ବ୍ଲକ ନଟାପଡା ପଞ୍ଚାୟତ ଚହଳିଗାଁ ଗ୍ରାମର ରାଜେନ୍ଦ୍ର ଭଞ୍ଜଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ସାତ ବଖରା ଘର ସମେତ […]
ଏଥର ବରଗଡ ଧନୁଯାତ୍ରାରେ ନୂଆ କଂସ, ହୃଷିକେଶ ଭୋଇଙ୍କୁ ବାଦ୍ ଦେଲା କମିଟି
ବରଗଡ/ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ବଦଳିବେ ବରଗଡ ଧନୁଯାତ୍ରାର କଂସ । ବରଗଡ ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା ଆରମ୍ଭ ହେବ । କଂସ ଭୂମିକାରେ ଏଥର ଜଣେ ନୂଆ କଳାକାରଙ୍କୁ ଦେଖିବାକୁ ମିଳିବ । ନୂଆ କଳାକାରଙ୍କୁ ଚୟନ ପାଇଁ ନିଷ୍ପତ୍ତି ହୋଇଛି । ଧନୁଯାତ୍ରା ମହୋତ୍ସବ ସମିତି ଏହି ନିଷ୍ପତ୍ତି ନେଇଛି । ପୂର୍ବରୁ କଂସ ଭୂମିକାର ଅଭିନୟ କରୁଥିବା କାଳାକାର ହୃଷିକେଶ ଭୋଇଙ୍କୁ ଏଥିରୁ ବାଦ ଦିଆଯାଇଛି । କିଛିଦିନ ଦିନ […]
ନବଜାତ ଶିଶୁକନ୍ୟା ବିକ୍ରି ମାମଲା: ସନ୍ଦେହ ଘେରରେ ଥିବା ଏଏନ୍ଏମ୍ ନିଳମ୍ବିତ
ପାଟଣାଗଡ଼/ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତ ଏଏନ୍ଏମ୍ ନିଲମ୍ବିତ ହୋଇଛନ୍ତି।ଏଏନ୍ଏମ୍ ମମତା ଭୋଇଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ନିଲମ୍ବନ କରିଛନ୍ତି। ଅମୃତ ନାଗଙ୍କ ସ୍ତ୍ରୀ ଅରୁଣାବତୀ ନାଗ ଗତ ନଭେମ୍ବର ୨ ତାରିଖରେ ସୁନାମୁଦୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପରଦିନ ଅର୍ଥାତ୍ ନଭେମ୍ବର ୩ ତାରିଖରେ ଆଶାକର୍ମୀ ମା’ […]
ବଦଳିବ +୨ ମୂଲ୍ୟାୟନ ଢାଞ୍ଚା
ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ଚଳିତ ବର୍ଷ ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ କରାଯିବ। ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା । ତାଙ୍କ ସୂଚନା ଅନୁଯାୟୀ, ଏଥର ଜାତୀୟ ଶିକ୍ଷା ପଦ୍ଧତି ଅନୁଯାୟୀ ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ। ପିଲାଙ୍କୁ ବୋର୍ଡ ପରୀକ୍ଷା ଚାପ କମାଇବା ଓ ଭଲ ନମ୍ବର ସ୍କୋର୍ କରିବା ପାଇଁ ନେସନାଲ […]
ଚାକିରି ଏବଂ ରୋଜଗାରର ପରିଭାଷାକୁ ବ୍ୟାପକ କରିବାକୁ ହେବ : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ, ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ସହ ୬ଟି ରାଜ୍ୟର ଯୁବବର୍ଗଙ୍କ ପାଇଁ ‘ଜବ୍ସ ଆଟ୍ ୟୋର୍ ଡୋର୍ ଷ୍ଟେପ୍ : ଏ ଜବ୍ସ ଡାଇଗ୍ନୋଷ୍ଟିକ୍ସ ଫର୍ ୟଙ୍ଗ୍ ପିପୁଲ ଅନ୍ ସିକ୍ସ ଷ୍ଟେଟ୍ସ’ (Jobs at Your Doorstep: A Jobs Diagnostics for Young People […]
ରାଷ୍ଟ୍ରବାଦୀ ନେତା ଥିଲେ ଡକ୍ଟର ମହତାବ: ରାଷ୍ଟ୍ରପତି
ରାଷ୍ଟ୍ରବାଦୀ ନେତା ଥିଲେ ଡକ୍ଟର ମହତାବ: ରାଷ୍ଟ୍ରପତି ନୂଆଦିଲ୍ଲୀ/ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ରାଷ୍ଟ୍ରବାଦୀ ନେତା ଥିଲେ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ। ଦେଶକୁ ଏକଜୁଟ୍ କରିବା ପାଇଁ ତାଙ୍କର ଅବଦାନ ଥିଲା ଅତୁଳନୀୟ। ଡକ୍ଟର ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁରୁବାର ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କହିଛନ୍ତି ଯେ ଡକ୍ଟର ମହତାବ ଜଣେ […]
ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅ:ଖୁରାନିଆ
ଭୁବନେଶ୍ୱର ୨୧-୧୧-୨୦୨୪ (ପିପିଏସ) : ମାଲକାନଗିରିରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ଘଟଣାରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ମାଓବାଦୀ ନିହତ ହୋଇଛନ୍ତି । ଏହି ଅପରେସନରେ ସୁରକ୍ଷାବଳକୁ ବହୁ ସଫଳତା ମିଳିଛି। ଅନେକ ମାଓ ସାମଗ୍ରୀ ଜବତ ହୋଇଛି ବୋଲି ଡିଜିପି ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ୨୬ଟି ବ୍ୟାଗ ଏବଂ ବହୁ ପରିମାଣର ଗୋଳାବାରୁଦ ରହିଥିବା ସେ କହିଛନ୍ତି। ଖୁରାନିଆ ଗଣମାଧ୍ୟମକୁ କହିଛନ୍ତି […]
କେନାଲ ପାଣି ନେଇ ପୁଣି ଗର୍ଜିଲେ ଚାଷୀ: ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ
ଧର୍ମଗଡ/ଭୁବନେଶ୍ୱର ୨୧-୧୧-୨୦୨୪ (ପିପିଏସ) : ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପରୁ ୨୦୨୪-୨୫ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଚାଷୀମାନେ ଗର୍ଜିଛନ୍ତି। ଚାଷୀମାନେ ରାସ୍ତା ଅବରୋଧ ସହିତ ଆନ୍ଦୋଳନ ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି। ଉପର ଇନ୍ଦ୍ରାବତୀ ବାମ କେନାଲ ବିଭାଗ ପକ୍ଷରୁ ଜଳସେଚନ ବନ୍ଦ ନେଇ ଚାଷୀଙ୍କ ଭିତରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ପୁନଃ ବିଚାର କରି କେନାଲ ପାଣି ଛାଡିବାକୁ ବିଭିନ୍ନ ସମୟରେ ଉପଜିଲ୍ଲାପାଳଙ୍କ […]
ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଳିତ
କଟକ,୨୧-୧୧-୨୦୨୪ (ପିପିଏସ) : ହରେକୃଷ୍ଣ ମହବାତ ଫାଉଣ୍ଡେସନ ପକ୍ଷରୁ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉତ୍ସବ ସ୍ଥାନୀୟ ପ୍ରଜାତନ୍ତ୍ର ପରିସରରେ ପାଳିତ ହୋଇଯାଇଛି। ଜଷ୍ଟିସ୍ ମନୋଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଏହି ଉତ୍ସବକୁ ମୁଖ୍ୟଅତିଥି ଭାବେ ରାଜ୍ୟ ଆଇନ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଉଦ୍ଘାଟନ କରିଥିଲେ। ମୁଖ୍ୟଅତିଥି ମନ୍ତ୍ରୀ ହରିଚନ୍ଦନ ନିଜ ଅଭିଭାଷଣରେ ଓଡ଼ିଶାରେ ପୂଜ୍ୟପୂଜାକୁ ସମ୍ମାନକୁ ବିଶ୍ୱାସ କରି ରାଜ୍ୟର ଯୋଗଜନ୍ମା ବରପୁତ୍ର ଡକ୍ଟର ହରେକୃଷ୍ଣ ମହତାବଙ୍କ ବିଷୟରେ ଆଗାମୀ ପିଢ଼ିଙ୍କୁ […]