ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

ପ୍ରମୁଖ ଖବର

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ, ମୁତୟନ ହେବେ ୧୨ ହଜାର ପୁଲିସ

ପୁରୀ, ୭ⵏ୭(ଉଦୟ): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା–୨୦୨୬କୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପ୍ରସ୍ତୁତିକୁ ନେଇ ପ୍ରଶାସନ ପକ୍ଷରୁ ଜୋରଦାର କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ଅନ୍ତିମ ସମନ୍ୱୟ କମିଟି ବୈଠକ ଶେଷ ହୋଇଛି। ବୈଠକରେ ବିଭିନ୍ନ ବିଭାଗ ନିଜ ନିଜ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ସହ ପର୍ବକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି।

ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି ଯେ, ରଥଯାତ୍ରା ସମୟରେ ଭକ୍ତମାନେ ଯେପରି ସୁରକ୍ଷିତ ଏବଂ ଶୃଙ୍ଖଳିତ ପରିବେଶରେ ଦର୍ଶନ କରିପାରିବେ, ସେଥିପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କଡ଼ା ସୁରକ୍ଷା ମୁତୟନ କରାଯିବା ସହ ଆଧୁନିକ ନଜରଦାରି ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯିବ।

ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଶ୍ରଦ୍ଧାଳୁ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ତାହା ପୁଲିସର ମୁଖ୍ୟ ଦାୟିତ୍ୱ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଓ ରଥଟଣା ଗୁରୁତ୍ୱପୂର୍ଣ୍ଣ । ସେଥିଲାଗି ଚଳିତବର୍ଷ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଯାତ୍ରା ପରିଚାଳନା କରାଯାଉଛି । ରଥଯାତ୍ରାକୁ ଅଘଟଣମୁକ୍ତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଶ୍ରୀମନ୍ଦିର ଭିତରେ ଓ ତିନି ରଥର ସୁରକ୍ଷାକୁ ଗୁରୁତ୍ବ ଦିଆଯିବ। ରଥଟଣା ଓ ବଡ଼ଦାଣ୍ଡରେ ଭକ୍ତଙ୍କ ସୁରକ୍ଷାକୁ ପୁଲିସ ବିଭାଗର ଫୋକସରେ ରହିବ। ସମୁଦ୍ର ତଟ, ରେଳ ଷ୍ଟେସନ୍ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଟେକ୍ନୋଲୋଜି ବ୍ୟବହାର କରାଯାଇ ରଥଯାତ୍ରାକୁ ପରିଚାଳନା କରାଯିବ। ରଥଯାତ୍ରା ସମୟରେ ପୁରୀ ସହର ସିସିଟିଭି ନଜରରେ ରହିବ । ଏଥର ରଥଯାତ୍ରା ଡ୍ୟୁଟି ପାଇଁ ପ୍ରାୟ ୧୨ ହଜାର ପୁଲିସ କର୍ମଚାରୀ, ୧୯ ବରିଷ୍ଠ ଆଇପିଏସ୍ ଅଧିକାରୀ ,ଟ୍ରାଫିକ କନ୍‌ଷ୍ଟେବଲ୍ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍), ସିଆର୍ପିଏଫ ଏବଂ ବିଏସ୍ଏଫ ମୁତୟନ ରହିବେ । ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୫୦ ପ୍ଲାଟୁନ ଓଏସ୍ଏପି, ଆଇଆର୍ବିଏନ୍, ଏଆର୍ପି ଏବଂ ଟ୍ରାଫିକ ଫୋର୍ସ ମୁତୟନ କରାଯିବ । ସହରର ବିଭିନ୍ନ ସ୍ଥାନରେ ୩ ହଜାର ହୋମଗାର୍ଡଙ୍କୁ ମୁତୟନ କରାଯିବ । ଏମାନେ ଭିଡ଼ ନିୟନ୍ତ୍ରଣ ସହ ଟ୍ରାଫିକ ଓ ପାର୍କିଂରେ ପୁଲିସକୁ ସହଯୋଗ କରିବେ ।

ସରିଲା ରଥଯାତ୍ରା ସୁରକ୍ଷା ବୈଠକ

Prajatantra

The Prajatantra is a prominent Odia-language daily newspaper founded on July 4, 1947, and officially launched as a daily on August 8, 1947. Conceived by Dr. Harekrushna Mahtab, it is headquartered near the High Court in Chandinchowk, Cuttack. As a fierce symbol of struggle against feudalism and orthodoxy, it publishes daily editions, maintains a strong local presence, and runs digital news.The newspaper has played a pivotal role in shaping Odisha's history, championing causes like the amalgamation of princely states, the SRC movement, and the establishment of the capital at Bhubaneswar. The publication operates under The Prajatantra Prachar Samity, which also produces popular sister publications including: The Jhankar: A monthly literary journal. The Meenabazar: A monthly magazine for children. The Saptahiki: The largest circulated Odia news weekly.

Leave a Reply

Your email address will not be published. Required fields are marked *