ମା ମଙ୍ଗଳା ଙ୍କ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ।
1 min read

ମା ମଙ୍ଗଳା ଙ୍କ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ।

ଚାରିଛକ,(ପି ପି ଏସ) ଆଜି ଚୈତ୍ରମାସ ର ଅଷ୍ଟମୀ ତଥା ପୀଠେ ନବମୀ ପୂଜା। ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ପାରମ୍ପରିକ ପ୍ରଥାନୁସାରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତ୍ରୀଦିବସୀୟ ବାସନ୍ତିକ ଦୂର୍ଗା ପୂଜା ଆଜି ଶେଷ ହୋଇଛି। ଶୁକ୍ରବାର ରାତି ପ୍ରାୟ ୪.୩୦ ରେ ମନ୍ଦିର ଖୋଲାଯାଇ ମଙ୍ଗଳ ଆରତୀ ପରେ ଦିନ ପ୍ରାୟ ୧୦.୩୦ ରେ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥିଲା। ଦିନ ୨ଟା ରେ ସକାଳ ଧୂପ,୩.୩୦ ରେ ଦ୍ଵି ପ୍ରହର ଧୂପ, ସଂଧ୍ୟା ୫.୩୦ ରେ ଭଣ୍ଡ ଧୂପ ଅନୁଷ୍ଠିତ ହୋଇ ସଂଧ୍ୟା ୬ ଟା ରେ ମନ୍ଦିର ପହୁଡ଼ ପଡିଥିଲା। ସଂଧ୍ୟା ୬.୩୦ ରେ ମନ୍ଦିର ପହୁଡ଼ ଫିଟାଯାଇ ମା ଙ୍କ ସଂଧ୍ୟା ଆରତୀ ଓ ସ୍ନାନ ଅନୁଷ୍ଠିତ ହେବାପରେ ମା ଙ୍କୁ ମହିଷା ମର୍ଦ୍ଦିନୀ ବେଶ ରେ ସଜ୍ଜିତ କରାଯାଇଥିଲା। ରାତ୍ର ୭ ଟା ରେ ମନ୍ଦିର ପହୁଡ଼ ଫିଟା ଯାଇଥିଲା। ମାତୃ ଭକ୍ତ ମାନେ ଧାଡ଼ି ରେ ମନ୍ଦିର ରେ ପ୍ରବେଶ କରି ମା ଙ୍କୁ ଦର୍ଶନ କରିଥିଲେ। ବିଳମ୍ବିତ ରାତିରେ ମା ଙ୍କ ସମ୍ମୁଖ ରେ କୁଷ୍ମାଣ୍ଡ ବଳୀ ପଡ଼ିବା ପରେ ମନ୍ଦିର ପହୁଡ଼ ପଡିଥିଲା। ଶେଷ ହୋଇଥିଲା ମା ଙ୍କ ବାସନ୍ତିକ ଦୂର୍ଗା ପୂଜା।ପୂଜା ପଣ୍ଡା ଭାବେ ରଘୁନାଥ ଦିକ୍ଷୀତ ମା ଙ୍କୁ ବେଶ ଓ ସମସ୍ତ ପୂଜା ନୀତି ଅନୁଷ୍ଠିତ କରିଥିବା ବେଳେ ପାଳିଆ ସେବକ ଭାବେ କବିନ୍ଦ୍ର ଦିକ୍ଷୀତ ପୂଜାପଣ୍ଡା ଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ମନ୍ଦିର ରେ ଉପସ୍ଥିତ ରହି ସେବକ ଓ ମାତୃ ଭକ୍ତ ମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *