ବାରିପଦରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ୱାକାଥନ ଅନୁଷ୍ଠିତ|
1 min read

ବାରିପଦରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ୱାକାଥନ ଅନୁଷ୍ଠିତ|

ବାରିପଦା (ପିପିଏସ୍): ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ମୟୂରଭଞ୍ଜ ଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନର ପଞ୍ଚମ ଦିବସରେ ଏକ ଐତିହ୍ୟ ୱାକାଥନ  ଅନୁଷ୍ଠିତ ହୋଇଯାଇଛି I ୱାକାଥନକୁ  ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ବାରିପଦା ଷ୍ଟାଡିଅମ ପଡିଆ ଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଅଂଶ ଗ୍ରହଣକାରିଙ୍କୁ ଉତ୍ସାହିତ କରିଥିଲେ।  ଏଥିରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ କ୍ରୀଡା ଛାତ୍ରାବାସର ଅଧିକ୍ଷକ ଅବନୀ ମୋହନ ମହାନ୍ତିଙ୍କ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *