ଷଣ୍ଡକୁଦ ଜଗନ୍ନାଥ ମନ୍ଦିର ରେ ‘ଆନନ୍ଦ ବଜାର’ ଗୃହ ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ |
ପାରାଦୀପ – ପାରାଦୀପ ପୌରାଞ୍ଚଳର ଷଣ୍ଡକୁଦ ବସ୍ତି ରେ ଥିବା ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏକ ଆନନ୍ଦ ମଣ୍ଡପ ଗୃହ ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଯଥା ରୀତିନୀତି ଅନୁଯାୟୀ ଆୟୋଜିତ ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଯୋଗ ଦେଇ ଏହି ଗୃହର ଶିଳାନ୍ୟାସ କରି ପୂଜା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ୧୮ ନମ୍ବର ୱାର୍ଡ ର ପାରିଷଦ କେ.ଜଗନ୍ନାଥ ରାଓ, ମନ୍ଦିର ଟ୍ରଷ୍ଟ ର ସଭ୍ୟ ଦୀପକ ବେହେରା, ଗଦାଧର ଦାସ, ଅକ୍ଷୟ ଜେନା, ଶୁକଦେବ ବେହେରା, ରଥ ଓଝା, କେଦାର ପରିଡା,ପବିତ୍ର ନାୟକ, ଭ୍ରମରବର ନାୟକ, ସୁଜିତ ପରିଡା, ନାରାୟଣ ପରିଡା, ବିଧାନ ସାମନ୍ତ, ଗଣେଶ ବେହେରା ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ l ତେବେ ପୌରପାଳିକା ସହଯୋଗରେ ଏହି ଆନନ୍ଦ ବଜାର ନିର୍ମାଣ ପରେ ପ୍ରସାଦ ପ୍ରସ୍ତୁତି ସହଜସାଧ୍ୟ ହେବ ବୋଲି ମନ୍ଦିର ର ଟ୍ରଷ୍ଟି ଦୀପକ ବେହେରା କହିଛନ୍ତି l


