ଅଜୟ କୁମାର ଲଲ୍ଲୁ ଓଡ଼ିଶା କଂଗ୍ରେସ ପ୍ରଭାରୀ, ସପ୍ତଗିରିଙ୍କୁ ୪ ରାଜ୍ୟର ଦାୟିତ୍ବ
1 min read

ଅଜୟ କୁମାର ଲଲ୍ଲୁ ଓଡ଼ିଶା କଂଗ୍ରେସ ପ୍ରଭାରୀ, ସପ୍ତଗିରିଙ୍କୁ ୪ ରାଜ୍ୟର ଦାୟିତ୍ବ

ଅଖିଳ ଭାରତୀୟ କଂଗ୍ରେସ କମିଟି ଶୁକ୍ରବାର ଓଡ଼ିଶା କଂଗ୍ରେସ ପ୍ରଭାରୀ ନିଯୁକ୍ତ କରିଛି। ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ବ ଦେଇଛି। ସେହିପରି କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡର ଦାୟିତ୍ବ ଦେଇଛି।

ଭୁବନେଶ୍ୱର ୧୪-୦୨-୨୦୨୫(ପିପିଏସ ) : ଅଖିଳ ଭାରତୀୟ କଂଗ୍ରେସ କମିଟି ଶୁକ୍ରବାର ଓଡ଼ିଶା କଂଗ୍ରେସ ପ୍ରଭାରୀ ନିଯୁକ୍ତ କରିଛି। ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ବ ଦେଇଛି। ସେହିପରି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡର ଦାୟିତ୍ବ ଦେଇଛି। ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ଶ୍ରୀ ଉଲାକାଙ୍କୁ ପୂର୍ବ ଭାରତର ଏହି ୪ ରାଜ୍ୟରେ ପ୍ରଭାରୀ ଭାବେ ନିଯୁକ୍ତ କରିଛି। ଏଆଇସିସିର ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏନେଇ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।  ସାଧାରଣ ନିର୍ବାଚନରେ ଦେଶରେ କଂଗ୍ରେସର ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି। କଂଗ୍ରେସ ଏବେ ନିଜର ସଂଗଠନ ସଜାଡୁଛି। ଏହି କ୍ରମରେ ଏଆଇସିସି ଆଜି ପଂଜାବ ଓ ଜମ୍ମୁ କଶ୍ମୀରରେ ନୂଆ ସଂପାଦକ ନିଯୁକ୍ତ କରିଛି। ସେହିପରି ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ହରିୟାଣା, ମଧ୍ୟପ୍ରଦେଶ, ପଣ୍ଡିଚେରୀ, ତାମିଲନାଡୁ, ଓଡ଼ିଶା, ଝାଡ଼ଖଣ୍ଡ, ତେଲେଙ୍ଗାନା, ମଣିପୁର, ତ୍ରିପୁରା, ସିକ୍କିମ,  ନାଗାଲାଣ୍ଡ ଓ ବିହାରରେ ପ୍ରଭାରୀ ନିଯୁକ୍ତ କରିଛି

Leave a Reply

Your email address will not be published. Required fields are marked *