ଖଣ୍ଡଗିରି କୁମ୍ଭମେଳାର ପୂର୍ଣ୍ଣାହୁତି
1 min read

ଖଣ୍ଡଗିରି କୁମ୍ଭମେଳାର ପୂର୍ଣ୍ଣାହୁତି

ଭୁବନେଶ୍ୱର ୧୩-୦୨-୨୦୨୫(ପିପିଏସ) : ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଆବାହକତ୍ୱରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଖଣ୍ଡଗିରି ବିଶ୍ୱପ୍ରସିଦ୍ଧ କୁମ୍ଭମେଳା ଯୋଗଯଜ୍ଞର ପୂର୍ଣ୍ଣାହୁତି ଓ ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ସାଧୁସନ୍ଥ ପୂଜନରେ ଯୋଗଦେଇଥିଲେ।

ଆଜି ମଧ୍ୟ ପୂର୍ଣ୍ଣାହୁତିରେ ଯୋଗଦାନ କରିଥିଲେ। ୧୪୪ ବର୍ଷରେ ମହାକୁମ୍ଭ ପଡ଼ିଥିବାରୁ ଏହି ମହାନ କାର୍ଯ୍ୟକ୍ରମ ଇତିହାସରେ ଲିପିବଦ୍ଧ ହୋଇରହିବ ବୋଲି ଖଣ୍ଡଗିରି କୁମ୍ଭମେଳାର ଆବାହକ ତଥା ପରିଷଦର ଅଧ୍ୟକ୍ଷ ବାବା ପଞ୍ଚଦେବ କହିଛନ୍ତି। ପରିଷଦର ଉପଦେଷ୍ଟା ପଦ୍ମନାଭ ଦାସ ସାଧୁସନ୍ଥଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟ ସଞ୍ଚାଳକ ବ୍ରହ୍ମଚାରୀ ବିଶେଷ ଚୈତନ୍ୟ, ସଞ୍ଚାଳକ ବାବା ଚନ୍ଦନ ଦାସ, ବାବା ଆଲୋକ ଦାସ, ବାବା କୃଷ୍ଣ ଦାସ, ବାବା କଲ୍ୟାଣ ଦାସ, ବାବା ନବ ଦାସ, ବାବା ଆନନ୍ଦ ଦାସ, ହରିଓମ୍ ବାବା ପ୍ରମୁଖ ଖଣ୍ଡଗିରି ମାଘ ସପ୍ତମୀ ମେଳାର କେନ୍ଦ୍ରୀୟ କମିଟି ସଭାପତି, ସମ୍ପାଦକ ତଥା ସମସ୍ତ ସଭ୍ୟସଭ୍ୟାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *