ମହାପ୍ରଭୁଙ୍କ ନୀତିକାନ୍ତି ତିଥିନେଇ ସମସ୍ତେ ସହମତ
1 min read

ମହାପ୍ରଭୁଙ୍କ ନୀତିକାନ୍ତି ତିଥିନେଇ ସମସ୍ତେ ସହମତ

ପୁରୀ/ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ ) : ପଞ୍ଜିକା ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକ ଶେଷ ହେଲା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଶ୍ରୀ ପାଢ଼ୀ କହିଛନ୍ତି ଶ୍ରୀମନ୍ଦିର ସମ୍ବନ୍ଧୀୟ ଯାନିଯାତ୍ରା ନେଇ ସହମତି ହୋଇଛି। ବିଶେଷକରି ୫ଟି ପଞ୍ଜିକାର ପାଣ୍ଡୁଲିପିକୁ ନେଇ ଆଲୋଚନା ହୋଇଛି। ମହାପ୍ରଭୁଙ୍କ ନୀତିକାନ୍ତି ତିଥି ନେଇ ସମସ୍ତେ ସହମତ ହୋଇଛନ୍ତି। ଏ ନେଇ ଚିଠା ଅନୁମୋଦିତ ହୋଇଛି, କେହି ଭୁଲ୍ ତଥ୍ୟ ଦେବେ ନାହିଁ। ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ପର୍ବକୁ ନେଇ ଅନେକ ସମୟରେ ପାଞ୍ଜିକାରେ ଦେଇଥିବା ଦିନ ଓ ତାରିଖକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥାଏ। ତାହାକୁ ଦୂର କରିବା ପାଇଁ ଆଜିର ଏ ବୈଠକ ବସିଥିଲା। ଯେଉଁଥିରେ ୫ ପ୍ରକାର ପଞ୍ଜିକାକୁ ନେଇ ଆଲୋଚନା କରାଯାଇଥିଲା। ଭୁଲ ତଥ୍ୟ ଦେଲେ କାର୍ଯ୍ୟ‌ାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି।

Leave a Reply

Your email address will not be published. Required fields are marked *