ଆଠଗଡ଼ରେ ବୁଲୁଛି କଲରାପତରିଆ ବାଘ

କଟକ ୦୬-୦୨-୨୦୨୫(ପିପିଏସ ) : କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତାରେ କଲରାପତରିଆ ବାଘ ଦେବାକୁ ମିଳିଛି । କଲରାପତରିଆ ବାଘଟି ନିର୍ଭୟରେ ରାସ୍ତାରେ ବୁଲୁଛି ।ରାସ୍ତାରେ ବୁଲୁଥିବା ବେଳେ କଲରାପତରିଆ ବାଘର ଭିଡିଓ ମୋବାଇଲରେ କଏଦ ହୋଇଛି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।ବାଘକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ବାଘର ଗତିବିଧି ଉପରେ ନଜର ରଖାଯାଉଛି ବୋଲି ବନବିଭାଗ କହିଛି।ବନଖଣ୍ଡର ତିଗିରିଆ ଠାରୁ ବଡମ୍ବା, ନରସିଂହପୁର ହିନ୍ଦୋଳ ପର୍ଯ୍ୟନ୍ତ ବାଘଟି ବୁଲୁଥିବାର ଦେଖିବାକୁ ମିଳୁଛି । ଆଠଗଡ଼ ବନଖଣ୍ଡରେ ୩ ରୁ ୪ଟି କଲରାପତରିଆ ବାଘ ଥିବା କୁହାଯାଉଛି। ସେମାନେ ଏହି ଅଞ୍ଚଳର ବୁଲାବୁଲି କରୁଥିବା ଲୋକେ କହୁଛନ୍ତି।

Leave A Reply

Your email address will not be published.