ଭିଜିଲାନ୍ସ ଜାଲରେ ପ୍ରକଳ୍ପ ଅଧିକାରୀ

ବଣାଇ/ଭୁବନେଶ୍ୱର ୩୦-୦୧-୨୦୨୫(ପିପିଏସ ) : ସୁନ୍ଦରଗଡ଼ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ତାଙ୍କର ବିଭିନ୍ନ ସମ୍ପତ୍ତିରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। ଏନେଇ ଏକକାଳୀନ ୭ଟି ସ୍ଥାନରେ ଚଢଉ କରାଯାଉଛି ।ବଣାଇ ସମେତ, ଭୁବନେଶ୍ବର, ବାଲେଶ୍ବର, ଯାଜପୁରରେ ଚଢଉ ଚାଲିଛି। ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସପି, ତିନି ଜଣ ଡିଏସପି, ୧୦ ଇନସ୍ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ଚଢଉରେ ନିୟୋଜିତ ହୋଇଛନ୍ତି। ଭୁବନେଶ୍ବର ଓଲ୍ଡ ଟାଉନ ସ୍ଥିତ ଶ୍ରୀରାମ ନଗରରେ ପ୍ଲଟ ନମ୍ବର ୧୮୧୩/୩୯୪୧, ମୌଜା-ୟୁନିଟ୍-୨୭ରେ ତାଙ୍କର ଦୁଇ ମହଲା ବିଶିଷ୍ଟ ଘର, ଲକ୍ଷ୍ମୀସାଗର ସ୍ଥିତ ଫ୍ଲାଟ୍ ନମ୍ବର ୩୦୪, ତୃତୀୟ ମହଲା, ଭଗବାନ ଟାୱାରରେ ଚଢଉ ଜାରି ରହିଛି।ଖାରବେଳନଗର ସ୍ଥିତ ଆପାର୍ଟମେଣ୍ଟ ଫ୍ଲାଟ୍ ନମ୍ବର ୪୦୨, ଚତୁର୍ଥ ମହଲା, ଇଭିଓଏସ ଗାଲାକ୍ସି, ୟୁନିଟ୍ ୩ , ବାଲେଶ୍ବର ସୁକୁମାର ନାୟକ ଆପାର୍ଟମେଣ୍ଟ, ଫ୍ଲାଟ୍ ନମ୍ବର ୩୦୨, ଏସ୍. ଏନ୍. ସେନ୍ ରୋଡ୍ ସ୍ଥିତ ଆପାର୍ଟମେଣ୍ଟ, ଯାଜପୁର ଟାଉନ ସ୍ଥିତ ସମ୍ପର୍କୀୟଙ୍କ ଘର, ବଣାଇ ସ୍ଥିତ ଅଫିସ୍ ଓ ସରକାରୀ ଆବାସରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ ଜାରି ରହିଛି।

Leave A Reply

Your email address will not be published.