ବାପ କଲା ମହାପାପ
1 min read

ବାପ କଲା ମହାପାପ

ଅତାବିରା/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ବରଗଡ଼ ଜିଲ୍ଲା ଅତାବିରା ଥାନା ଅଂଚଳରେ ଏକ ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି। ୩୬ ବର୍ଷୀୟ ବାପା ନିଜ ଜନ୍ମ କଲା ୧୨ ବର୍ଷିୟା ଝିଅକୁ ଦୁଷ୍କର୍ମ କରିବା ଭଳି ଘଟଣା ଦେଖିବାକୁ ମିଳିଛି। ଏ ନେଇ ଅତାବିରା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଉଭୟ ବାପ, ଝିଅଙ୍କୁ ଡ଼ାକ୍ତରୀମାଇନା ପାଇଁ ମେଡ଼ିକାଲକୁ ନିଆଯାଇଛି।ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ଯୋଗୁଁ ସ୍ତ୍ରୀ ସମ୍ବଲପୁର ମା’ ଘରେ ରହନ୍ତି। ସ୍ବାମୀ ସହ ୧୨ ବର୍ଷିୟା ଝିଅ, ୧୦ ବର୍ଷର ପୁଅ ରହନ୍ତି। ସ୍ତ୍ରୀ ମଝିରେ ମଝିରେ ନିଜ ଝିଅ, ପୁଅ ପାଖକୁ ଯାଇ ଦେଖା ଦେଖି କରନ୍ତି।ବୁଧବାର ରାତିରେ ବାପ ନିଜ ଝିଅକୁ ଦୁଷ୍କର୍ମ କରିଥିଲେ। ଗୁରୁବାର ସକାଳେ ଝିଅ ନିଜ ମା’କୁ ଫୋନରେ ସବୁ କଥା କହିବା ପରେ ସ୍ତ୍ରୀ ଗାଁକୁ ଆସି ପରେ ଥାନାରେ ଅଭିଯୋଗ କରିଥିଲେ। ଅତାବିରା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡ଼ାକ୍ତରିମାଇନା କରାଇଛି।

Leave a Reply

Your email address will not be published. Required fields are marked *