ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ
1 min read

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର ୨୨-୦୧-୨୦୨୫ (ପିପିଏସ) : ଅଯୋଗ୍ୟ ରାସନ କାର୍ଡଧାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ଓଡିଶା ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚେତାବନୀ ଦେଇଛନ୍ତି। ସଂଶୋଧିତ ତଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସ୍ବେଚ୍ଛାକୃତ ଭାବେ ସେମାନେ କାର୍ଡ ସମର୍ପଣ କରିବାକୁ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। କାର୍ଡ ସମର୍ପଣର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।ଇ-କେୱାଇସି ପ୍ରକ୍ରିୟା ଶେଷ ହେବା ପୂର୍ବରୁ ଯେଉଁମାନେ ଏହାକୁ ପାଳନ କରି ସ୍ବେଚ୍ଛାକୃତ ଭାବେ ସେମାନଙ୍କର କାର୍ଡ ସମର୍ପଣ କରିବେ ସେମାନଙ୍କ ଉପରେ କୌଣସି ଦଣ୍ଡବିଧାନ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।କିନ୍ତୁ ସ୍ବେଚ୍ଛାକୃତ ଭାବେ କାର୍ଡ ସମର୍ପଣ କରି ନଥିବା ଅଯୋଗ୍ୟ କାର୍ଡଧାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ବହୁ ସଂଖ୍ୟକ ଅଯୋଗ୍ୟ ହିତାଧିକାରୀ ରାଜ୍ୟରେ ରାସନ କାର୍ଡ ପାଇଛନ୍ତି। ସେମାନଙ୍କ ମଧ୍ୟରେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ, ଡାକ୍ତର, ଶିକ୍ଷକ ଏବଂ ଓଏଏସ୍ ଅଧିକାରୀମାନେ ରହିଛନ୍ତି। ଇ-କେୱାଇସି ଯାଞ୍ଚ୍ ସମୟରେ ଏହା ସାମ୍ନାକୁ ଆସିଥିବା ମନ୍ତ୍ରୀ କହିଛନ୍ତି।ଇ-କେଇସି ଯାଞ୍ଚ୍ ପରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ରାସନ କାର୍ଡ ଗରିବଙ୍କ ପାଇଁ ହୋଇଥିବାବେଳେ ସରକାରୀ କର୍ମଚାରୀ ଏସବୁ ପାଇବା ଦୁର୍ଭାଗ୍ୟଜନକ। ତେଣୁ ସେମାନେ ତୁରନ୍ତ ଏହାକୁ ସମର୍ପଣ କରିବା ଉଚିତ୍ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *