କମାଲ କଲା ‘ସ୍ତ୍ରୀ-୨’

କମାଲ କଲା ‘ସ୍ତ୍ରୀ-୨’ ୨ଦିନ‌ରେ ୧୦୦କୋଟିରୁ ଅଧିକ ଟଙ୍କା ଆୟ କଲା ଫିଲ୍ମ

ମୁମ୍ବାଇ /ଭୁବନେଶ୍ୱର ୧୭-୦୮-୨୪ (ପିପିଏସ ):  ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼ ବଡ଼ କଳାକାର କାମ କରିଥିବା ବେଳେ ଏବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଜନ୍ ଆବ୍ରାହିମଙ୍କୁ ଟକ୍କର ଦେଇ ଆଗେଇ ଚାଲିଛନ୍ତି ରାଜକୁମାର ରାଓ। ଅର୍ଥାତ୍ ତାଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ-୨’ ଏବେ ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିଛି। କମ ବଜେଟରେ ନିର୍ମିତ ଫିଲ୍ମ ‘ସ୍ତ୍ରୀ-୨’ ରିଲିଜର ପ୍ରଥମ ଦିନରେ ୭୬.୫କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୩୦କୋଟିରୁ ଅଧିକ ଆୟ କରିଥିଲା। ଏବେ ୨ ଦିନର ଆୟକୁ ମିଶାଇ ୧୦୦କୋଟି ଟଙ୍କାର ମାର୍କ ଅତିକ୍ରମ କରିଛି ଫିଲ୍ମ।‘ସ୍ତ୍ରୀ-୨’ ହେଉଛି ୨୦୧୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ସ୍ତ୍ରୀ’ର ସିକ୍ୱେଲ୍। ପ୍ରଥମ ଭାଗ ମଧ୍ୟ ବକ୍ସ ଅଫିସରେ ବହୁତ ଲାଭ କରିଥିଲା ​। କିନ୍ତୁ ୨୦୨୪ରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ-୨’ ପ୍ରଥମ ଭାଗଠାରୁ ଅଧିକ ଆୟ କରିବ ବୋଲି ଜଣାପଡ଼ିଛି। ‘ସ୍ତ୍ରୀ-୨’ ବକ୍ସ ଅଫିସରେ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ଓପନିଂ ରେକର୍ଡକୁ ଭାଙ୍ଗିଛି। ଆଗକୁ ଏହା ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି।

ଫିଲ୍ମକୁ ମିଳୁଥିବା ସଫଳତା ସହ ଏବେ ଫିଲ୍ମରେ କାମ କରିଥିବା କଳାକାରଙ୍କୁ କେତେ ପାରିଶ୍ରମିକ ମିଳିଛି, ତାହା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ଏହି ଫିଲ୍ମ ପାଇଁ ରାଜକୁମାର ରାଓ ୬କୋଟି ଟଙ୍କା ନେଇଥିବା ବେଳେ ଶ୍ରଦ୍ଧା କପୁର ୫କୋଟି ଟଙ୍କା ନେଇଛନ୍ତି। ଏହା ସହିତ ପଙ୍କଜ ତ୍ରୀପାଠୀ ୩କୋଟି, ଅପାରଶକ୍ତି ଖୁରାନା ୭୦ଲକ୍ଷ ଓ ଅଭିଷେକ ବାନାର୍ଜୀ ଫିଲ୍ମ ପାଇଁ ୫୫ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଲା ଅଭିନେତା ବରୁଣ ଧୱନ ଫିଲ୍ମରେ ୫ମିନିଟ ପାଇଁ ୨କୋଟି ଟଙ୍କା ପାରିଶ୍ରମିକ ନେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.