ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଚେନ୍ନାଇରେ ଓଡ଼ିଆଙ୍କ ‘ଆମ ଚାଟଶାଳୀ’ ଉତ୍ସବ

ଚେନ୍ନାଇ/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ସ୍ଥାନୀୟ ‘ପ୍ରବାସୀ ଓଡ଼ିଆ କଲଚରାଲ ସୋସାଇଟି’ ଦ୍ୱାରା ପରିଚାଳିତ ‘ଆମ ଚାଟଶାଳୀ’ର ବାର୍ଷିକ ଉତ୍ସବ ଏବଂ କାର୍ତ୍ତିକ ପୂର୍ଣିମା ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ପ୍ରାଶାସନିକ ଅଧିକାରୀ ତଥା ଓଡ଼ିଶା ସରକାରଙ୍କର ପ୍ରାଣୀସମ୍ପଦ ଓ ମତ୍ସ୍ୟପାଳନ ସଚିବ ସତ୍ୟବ୍ରତ ସାହୁ, ସମ୍ମାନିତ ଅତିଥି ଭାବେ ପ୍ରସିଦ୍ଧ ସିନେ ତାରକା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇଥିଲେ। ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଓଡ଼ିଶା ଓ ଓଡ଼ିଆଙ୍କ ପ୍ରାଚୀନ ଓ ସମୃଦ୍ଧ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ। ସେଥିରେ ନୌବାଣିଜ୍ୟ ଥିଲା ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି, ନୌବାଣିଜ୍ୟ ଏବଂ ପ୍ରବାସୀ ଓଡ଼ିଆ ସୋସାଇଟିର ଏହି କାଯ୍ୟକ୍ରମକୁ ଭୁରି ପ୍ରଶଂସା କରିବା ସହ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି, ନୌବାଣିଜ୍ୟ ଏବଂ ଅନୁଷ୍ଠାନର ସମ୍ପାଦକ ପାର୍ଥ ସାରଥୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସହସମ୍ପାଦକ ଯଯାତି କିଶୋର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୧୫୦୦ ନାଗରିକ ଯୋଗ ଦେଇଥିବା ବେଳେ ପାରଳା ମହାରାଜ ଏସ୍‌ଜେଏନ୍‌ ଦେବଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିଥିବା ଓଡ଼ିଆ ଅଧିକାରୀ, ବ୍ୟବସାୟୀ ଓ ଶିକ୍ଷାବିତ୍‌ମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କୋଷାଧ୍ୟକ୍ଷ ସମୀର ଜେନା ଓ ସହସମ୍ପାଦକ ପ୍ରଫୁଲ୍ଲ ପୃଷ୍ଟି ମଞ୍ଚାସୀନ ହୋଇଥିବା ବେଳେ ସିଦ୍ଧାର୍ଥ ଶଙ୍କର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଡିସେମ୍ବର ୨୦ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ପରବ’ ଚଳଚ୍ଚିତ୍ରର ଟିଜର ପ୍ରଦର୍ଶିତ ହହୋଇଥିଲା। ‘ଆମ ଚାଟଶାଳୀ’ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ନୃତ୍ୟସଂଗୀତ ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *