ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

କୁଲଡିହାମୁହାଁ ‘ଯମୁନା’: ସୋନ ନଦୀପଠାରେ ବାଘ ପାଦଚିହ୍ନ

ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ଜୀନତ୍‌’ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡର ରାଜାବସା ଅଞ୍ଚଳରେ ବୁଲୁଥିବା ବେଳେ ଅନ୍ୟଏକ ବାଘୁଣୀ ‘ଯମୁନା’ ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ର କୁଲଡିହା ଅଭୟାରଣ୍ୟ ଆଡ଼କୁ ମୁହାଁଇଛି।

ବାରିପଦା/ଭୁବନେଶ୍ୱର ୧୭-୧୨-୨୦୨୪ (ପିପିଏସ ) : ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ଜୀନତ୍‌’ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡର ରାଜାବସା ଅଞ୍ଚଳରେ ବୁଲୁଥିବା ବେଳେ ଅନ୍ୟ ଏକ ବାଘୁଣୀ ‘ଯମୁନା’ ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ର କୁଲଡିହା ଅଭୟାରଣ୍ୟ ଆଡ଼କୁ ମୁହାଁଇଛି। ତେବେ ଯମୁନା ରାଜ୍ୟ ଭିତରେ ଥିବାରୁ ବନ ବିଭାଗକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ସୂଚନା ଅନୁସାରେ, ଆଜି ସକାଳେ ମୟୁରଭଞ୍ଜ  ଜିଲ୍ଲା କପ୍ତିପଦା ବ୍ଲକ୍‌ ଶିମିଳିପାଳ ଉପକଣ୍ଠରେ ବାଘ ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ଏହାକୁ ନେଇ ନିକଟସ୍ଥ ମହିଷାସୁରୀ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୋନ ନଦୀପଠାରେ ବାଘ ପାଦଚିହ୍ନ ଶିମିଳିପାଳରୁ ୨୦ କିମି ଦୂରରେ ଅଛି ‘ଜୀନତ୍‌’ ଏବେ ବି ଝାଡ଼ଖଣ୍ଡରେ

ଶିମିଳିପାଳରୁ ୨୦କିମି ଦୂରରେ ବାଘୁଣୀ ‘ଯମୁନା’ ରହିଛି। ତେଣୁ ଭୟଭୀତ ନ ହେବାକୁ ବନ ବିଭାଗ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଗ୍ରାମବାସୀଙ୍କୁ କୁହାଯାଇଛି। ଅନ୍ୟପଟେ ମହିଷାସୁରୀ ଗ୍ରାମବାସୀ ନିକଟସ୍ଥ ସୋନ ନଦୀକୁ ଯାଇଥିବା ବେଳେ ନଦୀପଠାରେ ବାଘ ପାଦଚିହ୍ନ ଦେଖିବାକୁ ପାଇଥିଲେ। ଏଥିସହିତ ଗତକାଲି ରାତିରେ ଲୋକେ ବାଘ ହେଣ୍ଟାଳ ଶୁଣିଥିବା କହିଛନ୍ତି। ଏନେଇ ଆର୍‌ସିସିଏଫ ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି ଯେ ବାଘୁଣୀ ‘ଯମୁନା’ ଏବେ ଯେଉଁ ଜଙ୍ଗଲରେ ରହିବା କଥା, ସେହି ଜଙ୍ଗଲରେ ରହିଛି। ତା’ ଗତିବିଧି ସଂପର୍କରେ ସର୍ବସାଧାରଣଙ୍କୁ ଅବଗତ କରାଯିବାକୁ ବାରଣ କରାଯାଇଛି।  ‘ଯମୁନା’ ଏବେ ସୁରକ୍ଷିତ ଅଛି। ୨୪ ଘଣ୍ଟା ତାକୁ ବନ ବିଭାଗ ଜଗି ରହିଥିବା ଶ୍ରୀ ଗୋଗିନେନୀ ପ୍ରକାଶ କରିଛନ୍ତି। 

Leave a Reply

Your email address will not be published. Required fields are marked *