ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ଧାନ ମଣ୍ଡି ।

ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି/ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ମାଲକାନଗିରି ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି ଉପ ମୁଖ୍ଯମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରୁ 9 ଲକ୍ଷ 24 ହଜାର କୁଇଣ୍ଟାଲ ଧାନ କିଣିବା ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି । ହେଲେ ପୂର୍ବପରି ଚାଷୀଙ୍କୁ ଆଉ ଓଦା ଧାନ କହି କଟନି ଛଟନି କରି ପାରିବେ ନାହିଁ ମିଲର । ସମସ୍ତ ଧାନ ମଣ୍ଡିରେ ସିସି ଟିଭି କେମେରା ଲାଗିବ । ମଣ୍ଡିରେ ଚାଷୀଙ୍କ ସାମନାରେ ମେସିନ ଭିତରେ ଧାନ ଟେଷ୍ଟ କରାଯିବ ଓ ଏହାର ରିପୋର୍ଟ ଉଭୟ ଚାଷୀ ଓ ମିଲ ମାଲିକଙ୍କୁ ଦିଆଯିବା । କୌଣସି ଚାଷୀ ଦଲାଲଙ୍କ ପାଖରେ ଧାନ ବିକ୍ରି ନକରି ମଣ୍ଡିରେ ଧାନ ବିକ୍ରି କରିବା ଲାଗି ଯୋଗାଣ ବିଭାଗର ଅଧିକାରୀଙ୍କୁ ତାଗିତ କରାଯାଇଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏହା ସହ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଚାଷୀ ମାନେ ଧାନର ସହାୟକ ମୂଲ୍ୟ 2300 ଟଙ୍କା ସହ 800 ଟଙ୍କା ଇନପୁଟ ମିଶାଇ କୁଇଣ୍ଟାଲ ପିଚ୍ଛା ମୋଟ 3100 ଟଙ୍କା ପାଇବେ ।

Leave A Reply

Your email address will not be published.