କୋଣାର୍କ ଉତ୍ସବର ୪ର୍ଥ ସନ୍ଧ୍ୟା……
1 min read

କୋଣାର୍କ ଉତ୍ସବର ୪ର୍ଥ ସନ୍ଧ୍ୟା……

କୋଣାର୍କ ଉତ୍ସବର ୪ର୍ଥ ସନ୍ଧ୍ୟା……

କୋଣାର୍କ୦୪-୧୨-୨୦୨୪(ପିପିଏସ ) : ୩୫ତମ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା। ଏହି ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଆସିଥିବା ଦୀପିକା ରେଡ୍ଡୀ ଓ ସାଥୀ ଶିଳ୍ପୀମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା “କୁଚିପୁଡ଼ି”ନୃତ୍ୟ ।  ଶ୍ରୀମତୀ ଦୀପିକା ରେଡ୍ଡୀ ଦୀପାଞ୍ଜଳି ଅନୁଷ୍ଠାନ ମାଧ୍ୟମରେ କୁଚିପୁଡ଼ି ନୃତ୍ୟ ଶୈଳୀକୁ ଶିଖରରେ ପହଁଞ୍ଚେଇବା ସହ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ନୃତ୍ୟର କଳା ଓ ଚାତୁରୀରେ ରସତୀର୍ଣ୍ଣ କରାଇବାରେ ସେ ସଫଳ ହୋଇଛନ୍ତି। ଦୀପିକାଙ୍କ ପାଇଁ କେବଳ ଏକ ରୁଚି ନୁହେଁ ବରଂ ଈଶ୍ଵର-ନୀରାଜନାର ମାଧ୍ୟମ।  “କୁଚିପୁଡ଼ି ବନ୍ଦନା”ମାଧ୍ୟମରେ ଅଗ୍ରପୂଜ୍ୟ ଗଣେଶଙ୍କର ବନ୍ଦନା ସହିତ “ଥାକୁଭେମିମନାକୁ”ଓ “ମଧୁରମ ମଧୁରମ”ରେ କୃଷ୍ଣଙ୍କର ଲୀଳା ଓ ରାସର ପ୍ରଦର୍ଶନ କରାଇଥିଲେ। ନିତ୍ୟ “ନିରଞ୍ଜନମ”ରେ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ବିଭିନ୍ନ ତାଳ ଓ ନୃତ୍ୟାଙ୍ଗନାମାନଙ୍କର ଅଙ୍ଗରାଗ କୁଚିପୁଡ଼ି ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ  ଦୀପିକା ରେଡ୍ଡୀ ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତର ରୂପ ଦେଇଥିଲେ ଡି ଏସ୍ ଭି ଶାସ୍ତ୍ରୀ ।

ବାଲୁକାକଳରେ ସଚେତନତା….

ଦିତୀୟ ପର୍ଯ୍ୟାୟରେ ଭୁବନେଶ୍ଵରର “ରୁଦ୍ରାକ୍ଷ  ଫାଉଣ୍ଡେସନ”ର ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁ ଓ ସାଥୀଶିଳ୍ପୀମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା ଓଡିଶୀ ନୃତ୍ୟ। ଓଡ଼ିଶୀ ନୃତ୍ୟର ରୂପ, ରସ, ରାଗ,ଛନ୍ଦ ଓ ଭଙ୍ଗୀମାର ଅପୂର୍ବ ପରିପ୍ରକାଶ ଘଟିଥିଲା, ଶିଳ୍ପୀମାନଙ୍କ “ହଂସ କଲ୍ୟାଣୀ ପଲ୍ଲବୀ”ଓ “, ଶାକ୍ୟ ମୁନି ବୁଦ୍ଧ” ଦୁଇ ନୃତ୍ୟ ସଂରଚନା  ଓଡ଼ିଶୀ ନୃତ୍ୟର ସମସ୍ତ ବ୍ୟାକରଣକୁ ଆଧାର କରି ରୁଦ୍ରାକ୍ଷ ଫାଉଣ୍ଡେସନର ଶିଳ୍ପୀଗଣ ଦର୍ଶକଙ୍କୁ ସେମାନଙ୍କ ନୃତ୍ୟ ଶୈଳୀରେ ବିମୋହିତ କରି ରଖିଥିଲେ। ନିର୍ଦ୍ଦେଶନାରେ ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁ ଏବଂ ସଙ୍ଗୀତରେ ଗୁରୁ ରାମହରି ଦାସ,ଗୁରୁ ଶ୍ରୀଜନ ଚାଟାର୍ଜି ଓ ଗୁରୁ ଧନେଶ୍ଵର ସ୍ଵାଇଁଙ୍କ ଅପୂର୍ବ କିଶୋର ବୀର କଳା ଚାତୁରୀ ପ୍ରଦର୍ଶିତ ହୋଇଥିଲା। ଚତୁର୍ଥ ସନ୍ଧ୍ୟାର  ଅତିଥି ଭାବରେ  ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ଦୀନବନ୍ଧୁ ସାହୁ  ପୁରୀ ସର୍କଲର ଏଏସ୍ଆଇ ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ ଦେବୀସୀତା ବ୍ରଜ ସୁନ୍ଦର ଗଡନାୟକ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଧେଶକ  ବିଶ୍ଵଜିତ ରାଉତରାୟ ପ୍ରମୁଖ ଯୋଗ ଦେଇ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରିବା ସହିତ  ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସେହିପରି ଆନ୍ତର୍ଜାତୀୟ ବାଲୁକା ଉତ୍ସବର ଚତୁର୍ଥ ଦିନରେ  ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ଥିଲା ସେବାରେ ସ୍ବଚ୍ଛତା,ମହିଳା ମାନଙ୍କ ପାଇଁ ଥିଲା ସାମୁଦ୍ରିକ ଜୀବନ ସୌନ୍ଦର୍ଯ୍ୟ ବୋଧ।ରାଜ୍ୟ ବାହାରୁ ଆସିଥିବା ବାଲୁକା ଶିଳ୍ପୀ ମାନଙ୍କ ପାଇଁ ବିଷୟ ବସ୍ତୁ ଥିଲା ବନ୍ୟାପ୍ରାଣୀ ଓ ପରିବେଶ । କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାର ଉତ୍ସବକୁ  କରିବାରେ ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ ଙ୍କ ସମେତ ପର୍ଯ୍ୟଟନ ବିଭାଗର ପଦାଧିକାରୀ ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *