
କଟକ ୧୭-୧୧-୨୦୨୪(ପିପିଏସ ) : ଚଳିତ ବର୍ଷ ବାଲିଯାତ୍ରା କଟକ ଉତ୍ସବରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ,ଶ୍ରୀ ଭାଉସାହେବ ଶିନ୍ଦେ ଜନସାଧାରଣଙ୍କ ସୁବିଧାରେ ନିଶୁଳ୍କ ଯାତାୟତ ଓ ଗମନାଗମନ ନିମନ୍ତେ ବାଲିଯାତ୍ରା ପଡିଆକୁ ସଂଯୋଗ କରୁଥିବା ରିଂବନ୍ଧ ରାସ୍ତାର ଉଭୟ ପଟୁ ବସ ଚଳାଚଳ ବ୍ୟବସ୍ଥା କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ବିଡାନାସୀ ଚହଟା ନିକଟସ୍ଥ ଭୁଆସୁଣୀ ଗଡାଠାରୁ ୧୮ଟି ବସ ଏବଂ ବୋଷ ଇଞ୍ଜିିୟରିଙ୍ଗ୍ କଲେଜ୍ ଠାରୁ ୮ଟି ବସ ସାଧାରଣ ଯାତ୍ରୀଙ୍କ ନିମନ୍ତେ ଚାଲୁ କରାଯାଇଅଛି।













Leave a Reply