ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ମଞ୍ଚରୁ ଅସୀମାଙ୍କୁ ଓହ୍ଲାଇଦେଲା ପୁଲିସ

ନିୟମ ମାନିଲେନି, ଆଉ ନିର୍ଦ୍ଧାରିତ ସମୟଠାରୁ ବି ଅଧିକ ସମୟ କାର୍ଯ୍ୟକ୍ରମ କରିବାରୁ ହଟହଟା ହୋଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା

କଟକ,୧୭-୧୧-୨୦୨୪(ପିପିଏସ ) : ନିୟମ ମାନିଲେନି, ଆଉ ନିର୍ଦ୍ଧାରିତ ସମୟଠାରୁ ବି ଅଧିକ ସମୟ କାର୍ଯ୍ୟକ୍ରମ କରିବାରୁ ହଟହଟା ହୋଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା | ଗତକାଲି କଟକ ବାଲିଯାତ୍ରାର ବୈଷ୍ଣବ ପାଣି ମଞ୍ଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | ଅସୀମାଙ୍କ କାର୍ଯ୍ୟକ୍ରମ ବନ୍ଦ ହୋଇଯିବାରୁ ଦର୍ଶକ ନିରାଶ ହୋଇଥିବାବେଳେ ପୁଲିସ କହିଛି ଯେ ହାଇକୋର୍ଟଙ୍କ ଗାଇଡଲାଇନ୍ ଅନୁଯାୟୀ କାର୍ଯ୍ୟକ୍ରମ ବନ୍ଦ୍ କରାଯାଇଛି | ମିଳିଥିବା ସୂଚନା ମୁତାବକ ଗତକାଲି ବାଲିଯାତ୍ରା ବୈଷ୍ଣବ ପାଣି ମଞ୍ଚରେ ଅସୀମା ପଣ୍ଡାଙ୍କର କାର୍ଯ୍ୟକ୍ରମ ଥିଲା | ଅସୀମା ପଣ୍ଡାଙ୍କର ଏକ ଘଣ୍ଟାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଡେରିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ରାତି ୧୦ଟା ସୁଦ୍ଧା କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିର୍ଦ୍ଦେଶ ଥିଲେ ବି ଆୟୋଜକ ଏଥିପ୍ରତି ଦୃଷ୍ଟି ଦେଇନଥିଲେ | ଆଉ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ହୋଇଯାଇଥିବାରୁ କମିଶନରେଟ୍ ପୁଲିସ ପହଂଚି ସାଉଣ୍ଡ ବକ୍ସ ବନ୍ଦ୍ କରିବା ସହ ଅସୀମାଙ୍କୁ ମଞ୍ଚରୁ ଓହ୍ଲାଇଦେଇଥିଲା | ଏହି ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ଉପରେ ବିରକ୍ତି ପ୍ରକାଶ କଲା ପୁଲିସ ପ୍ରଶାସନ। 

Leave a Reply

Your email address will not be published. Required fields are marked *