ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ମହାକୁମ୍ଭ ମେଳା ପାଇଁ ବଢ଼ିଲା ହୋଟେଲ ଦର

ସରକାରଙ୍କ ଆଦେଶକୁ ଅଣଦେଖା

ପ୍ରୟାଗରାଜ/ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆସନ୍ତା ଜାନୁଆରି ମାସରେ ମହାକୁମ୍ଭ ମେଳା ଆରମ୍ଭ ହେବ। କିନ୍ତୁ ଏହି ପବିତ୍ର ମେଳାରେ ଯୋଗଦେବା ପାଇଁ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁମାନେ ଏବେଠାରୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ପ୍ରୟାଗରାଜରେ ରାତ୍ରିଯାପନ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରୁଛନ୍ତି। ହୋଟେଲଗୁଡ଼ିକରେ ଅନ୍ଲାଇନ୍ ବୁକିଂ ବିଗତ କିଛି ମାସ ହେଲା ଆରମ୍ଭ ହୋଇଯାଇଛି।ପ୍ରୟାଗରାଜ କୁମ୍ଭ ମେଳାରେ ଲକ୍ଷଲକ୍ଷ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି। ହୋଟେଲଗୁଡ଼ିକରେ ରାତ୍ରିଯାପନ କରିବା ମହଙ୍ଗା ହେବ। କାରଣ ହୋଟେଲମାଲିକମାନେ ଏହାର ଦର ବୃଦ୍ଧି କରିଛନ୍ତି। ଜାନୁଆରି ଠାରୁ ମାର୍ଚ୍ଚ ୧୫ ଯାଏଁ ହୋଟେଲ ରୁମଗୁଡ଼ିକର ଦର ଯଥେଷ୍ଟ ପରିମାଣରେ ବଢ଼ିଯାଇଛି। ଯେଉଁ କୋଠରି ୨୪ ଘଣ୍ଟା ପାଇଁ ୭ରୁ ୮ ହଜାର ଟଙ୍କାରେ ମିଳୁଥିଲା, ତାହା ଏବେ ୪୫ ହଜାର ଟଙ୍କାରେ ବୁକିଂ ହେଉଛି। କିନ୍ତୁ ଏହି ଦର ସ୍ବତନ୍ତ୍ର ସ୍ନାନ ପର୍ବ ମୌନୀ ମକର ସଂକ୍ରାନ୍ତି, ଅମାବାସ୍ୟା, ବସନ୍ତ ପଞ୍ଚମୀ ପାଇଁ ଉଦ୍ଦିଷ୍ଟ। ହୋଟେଲ, ଧର୍ମଶାଳା ଓ ଅତିଥି ଭବନର ସର୍ବାଧିକ ଦର ଜାନୁଆରି ୨୯ ତାରିଖରେ ସବୁଠୁ ବଡ଼ ସ୍ନାନ ପର୍ବ ମୌନୀ ଅମାବାସ୍ୟାରେ ରହୁଛି। ଅନ୍ୟଦିନଗୁଡ଼ିକରେ ଦର କମ୍ ରହିଛି।

ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ହେଟେଲଗୁଡ଼ିକର ଦର ଅଧିକ ନରଖିବାକୁ ପୂର୍ବରୁ ପରାମର୍ଶ ଜାରି କରିଛି। ପ୍ରୟାଗରାଜରେ ମୋଟ୍ ୨୧୮ଟି ହୋଟେଲ ଅଛି। ଏଥିରେ ୧୩୩ଟି ପଂଜୀକୃତ ସାମିଲ ଅଛି। ଏହିସବୁ ହୋଟେଲଗୁଡ଼ିକରେ ପ୍ରାୟ ୪୦୦୦ କୋଠରୀ ରହିଛି। ସେହିପରି ୨୦୪ଟି ଅତିଥି ଭବନ ଓ ଧର୍ମଶାଳା ରହିଛି, ଯେଉଁଥିରେ ୧୧୪ଟି ପଂଜୀକୃତ ଥିବା ଜଣାଯାଇଛି। ହୋଟେଲଗୁଡ଼ିକର କଥା ଯଦି କହିବା, ୪୨ଟି ହେଉଛି ବିଳାସପୂର୍ଣ୍ଣ। ମହାକୁମ୍ଭ ମେଳାରେ ବିଦେଶୀ ପର୍ଯ୍ୟଟକଙ୍କର ମଧ୍ୟ ସମାଗମ ହେବ। ଏମାନେ ରହିବା ପାଇଁ ଅସୁବିଧାର ସାମ୍ନା କରିପାରନ୍ତି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଅନେକ ଲୋକ କିଛି ମାସ ପୂର୍ବରୁ ହୋଟେଲ ରୁମ୍ ପୂର୍ବରୁ ଅନ୍ଲାଇନ୍ ମାଧ୍ୟମରେ ବୁକିଂ କରିସାରିଛନ୍ତି। ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଅନ୍ଲାଇନ୍ରେ ହୋଟେଲ ରୁମ୍ ବୁକିଂ କରୁଛନ୍ତି। 

ମହାକୁମ୍ଭ ମେଳାରେ ସୁବିଧାଯୁକ୍ତ ତିନିଟି ଟେଣ୍ଟ କଲୋନି ନିର୍ମାଣ କରାଯିବ। ଏଥିରେ ୩୦୦୦ ଶିବିରର ବ୍ୟବସ୍ଥା କରାଯିବ। ଏହି ଟେଣ୍ଟ କଲୋନିରେ ବେଡରୁମ, ପ୍ରତିକ୍ଷାଗାର, ଅତ୍ୟାଧୁନିକ ଶୌଚାଳୟ, ଫର୍ଣ୍ଣିଚର ଡ୍ରଇଂ ରୁମ୍ ମଧ୍ୟ ରହିବ। 

Leave a Reply

Your email address will not be published. Required fields are marked *