1 min read

୨ ଦିନ ପାଇଁ ଚାରିଧାମ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ : ଖରାପ ପାଣିପାଗ ଯୋଗୁଁ ଚାରିଧାମ ଯାତ୍ରାକୁ ଦୁଇ ଦିନ ପାଇଁ ସ୍ଥଗିତ ରଖା ଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇ ଥିବା ବର୍ଷାର ‘ରେଡ୍’ ଏବଂ ‘ଅରେଞ୍ଜ’ ଆଲର୍ଟକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର-ଏହି ଦୁଇ ଦିନ ପାଇଁ ଯାତ୍ରା ବନ୍ଦ ରହିବ । ପାଣିପାଗ ବିଭାଗ ଉତ୍ତରାଖଣ୍ଡର ଅଧିକାଂଶ ଜିଲ୍ଲା ପାଇଁ ଏହି ଆଲର୍ଟ ଜାରି କରିଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି । ଗଡ଼ୱାଲ କମିଶନର ଆନନ୍ଦ ସ୍ୱରୂପ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏହି ସମ୍ପର୍କରେ ଏକ ଚିଠି ଜାରି କରିଛନ୍ତି । ଚିଠିରେ କୁହାଯାଇଛି ଯେ, ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଦେଶ-ବିଦେଶରୁ ଆସିଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ‘ରେଡ୍ ଆଲର୍ଟ’ କାରଣରୁ ଚାରିଧାମ ଯାତ୍ରାକୁ ଶନିବାର ଅପରାହ୍ନରୁ ରବିବାର ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଉଛି । କମିଶନର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିଜ ନିଜ ଜିଲ୍ଲାରେ ଏହି ସମ୍ପର୍କରେ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ପରିସ୍ଥିତି ଅନୁକୂଳ ହେବା ପରେ ଗସ୍ତ ପୁଣି ଆରମ୍ଭ ହେବ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *