1 min read

ଭୟାଭୟ ଅଗ୍ନିକାଣ୍ଡରେ ୫ବଖରା ଘର ପୋଡି ପାଉଁଶ।

ରଘୁନାଥପୁର:- ୪/୪(ପିପିଏସ)ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅଧିନସ୍ଥ ତରିକୁନ୍ଦ ପଂଚାୟତ ନୂଆଦା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସଟସର୍କିଟରୁ ନିଆଁ ଲାଗି ସେକ ନିଜାମ ଉଦ୍ଦିନ ଓ ସେକ ଇସରାଫଙ୍କ ୫ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ନିଜାମ ଉଦ୍ଦିନ ଓ ଇସରାଫଙ୍କ ପରିବାର ଶୋଇଥିବା ସମୟରେ ହଠାତ ଘର ହୁହୁହୋଇ ଜଳୁଥିବାର ଦେଖି ବାହାରକୁ ଆସି ପାଟି କରିଥିଲେ।ପଡୋଶୀ ଲୋକେ ନିଆଁ ଲାଗିଥିବା ଦେଖି ତୁରନ୍ତ ରଘୁନାଥପୁର ଦମକଳ କେନ୍ଦ୍ରକୁ […]

1 min read

ମା ମଙ୍ଗଳା ଙ୍କ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ।

ଚାରିଛକ,(ପି ପି ଏସ) ଆଜି ଚୈତ୍ରମାସ ର ଅଷ୍ଟମୀ ତଥା ପୀଠେ ନବମୀ ପୂଜା। ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ପାରମ୍ପରିକ ପ୍ରଥାନୁସାରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତ୍ରୀଦିବସୀୟ ବାସନ୍ତିକ ଦୂର୍ଗା ପୂଜା ଆଜି ଶେଷ ହୋଇଛି। ଶୁକ୍ରବାର ରାତି ପ୍ରାୟ ୪.୩୦ ରେ ମନ୍ଦିର ଖୋଲାଯାଇ ମଙ୍ଗଳ ଆରତୀ ପରେ ଦିନ ପ୍ରାୟ ୧୦.୩୦ ରେ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥିଲା। ଦିନ ୨ଟା […]

1 min read

ଚୈତ୍ର ନବରାତ୍ରୀ ସୁଦ୍ଧା ଲାଲ ଆତଙ୍କରୁ ମୁକ୍ତ ହେବ ବସ୍ତର: ଶାହା

ରାୟପୁର: ନକ୍ସଲବାଦ ବିରୋଧରେ କେନ୍ଦ୍ର ସରକାର ଜୋରଦାର ଅଭିଯାନ ଚଳାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲାଗାତାର ଦେଶରୁ ନକ୍ସଲବାଦ ସମାପ୍ତ କରିବା ଉପରେ ଜୋର ଦେଇଆସିଛନ୍ତି । ଏବେ ଅମିତ ଶାହ ଛତିଶଗଡ଼ ଗସ୍ତରେ ଥିବା ବେଳେ ନକ୍ସଲମୁକ୍ତ ଭାରତ ଲାଗି ମୋଦୀ ସରକାରଙ୍କ ସଂକଳ୍ପ ଦୋହରାଇଛନ୍ତି । ଛତିଶଗଡ଼ ଦାନ୍ତେଓ୍ବାଡାର ବସ୍ତରରେ ଆୟୋଜିତ ପଣ୍ଡୁମ ମହୋତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଏହି ସମୟରେ ଶାହ କହିଛନ୍ତି, ‘ଆଜ ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥି । ମୁଁ ଏବେ ମାତା ଦନ୍ତେଶ୍ବରୀଙ୍କ ଆଶୀର୍ବାଦ ନେଇକି ଆସିଛି । ପ୍ରାର୍ଥନା କରୁଛି ଆସନ୍ତା ବର୍ଷ ଚୈତ୍ର ନବରାତ୍ରି ବେଳକୁ ଏଠାରୁ ଲାଲ ଆତଙ୍କ ମୂଳପୋଛ ହୋଇଯାଇଥିବ ଏବଂ ଆମ ବସ୍ତର ସମୃଦ୍ଧ ହୋଇଥିବ।’ ସେ କହିଛନ୍ତି, ଗୁଳିମାଡ଼ ଏବଂ ବୋମା ମାଡ଼ର ସମୟ ଚାଲିଯାଇଛି । ସବୁ ନକ୍ସଲଙ୍କୁ ଯୁଦ୍ଧସ୍ତ୍ର ଛାଡ଼ିବାକୁ ଅପିଲ କରୁଛି । ଯେବେ କେହି ନକ୍ସଲ ପ୍ରାଣ ହରାଉଛି ଏଥିରେ କେହି ଖୁସି ହେଉ ନାହାନ୍ତି । କିନ୍ତୁ ଏହି ଅଞ୍ଚଳ ପାଇଁ ବିକାଶର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଘୋଷଣା କରିଛନ୍ତି ଯେ, ଯେଉଁ ଗାଁ ନକ୍ସଲଙ୍କୁ ଆତ୍ମସମର୍ପଣ କରିବାକୁ ସାହାଯ୍ୟ କରିବେ ସେହି ସବୁ ଗାଁକୁ ନକ୍ସଲମୁକ୍ତ ଘୋଷଣା କରାଯିବ । ଏହା ସହ ଗାଁର ବିକାଶ ଲାଗି ଏକ କୋଟି ଲେଖାଏଁ ଦିଆଯିବ । ତେଣୁ ଆପଣମାନେ (ନକ୍ସଲ) ନକ୍ସଲବାଦ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ଶାହ । ଏଥିପାଇଁ ଭାରତ ଏବଂ ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବେ ବୋଲି ମଧ୍ୟ ଶାହ ପ୍ରତିଶ୍ରୁତି ଦେଇଛନ୍ତି ।  ଅମିତ ଶାହ କହିଛନ୍ତି, ‘କଂଗ୍ରେସ ଗରିବୀ ହଟାଅ ନାରା ଦେଲା କିନ୍ତୁ ଗରିବୀ ହଟାଇ ପାରିଲା ନାହିଁ । ମୋଦୀ ଜୀ ଗରିବଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ଗରିବଙ୍କୁ ରାସନ ଦିଆଯାଉଛି । ସମଗ୍ର ଅଞ୍ଚଳରୁ ଲାଲ ଆତଙ୍କ ଆମେ ହଟାଇବୁ । ଆସନ୍ତ ବର୍ଷ ନକ୍ସଲବାଦ ମୂଳପୋଛ ହେଇଯିବ । ପ୍ରତି ଗାଁ ନକ୍ସଲମୁକ୍ତ ହେବ, ଏଥିପାଇଁ କାର୍ଯ୍ୟ ଜାରି ରହିଛି ।’ଶାହ ଆହୁରି କହିଛନ୍ତି ଯେ, ଅସ୍ତ୍ର ଦ୍ବାରା ବିକାଶ ହୋଇପାରିବ ନାହିଁ । ନରେନ୍ଦ୍ର ମୋଦୀ ବସ୍ତରକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ବିଷ୍ଣୁଦେବ ସାଏ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କେନ୍ଦୁ ପତ୍ର ଟଙ୍କା ଏବେ ଦଲାଲଙ୍କ ପାଖକୁ ଯାଉ ନାହିଁ । ବସ୍ତରର ପ୍ରତି ଅଞ୍ଚଳ‌ରେ ବିକାଶ ହେଉଛି । ବସ୍ତରର ବିକାଶ ଲାଗି ବିଜେପି ସରକାର କାମ କରୁଛନ୍ତି । ଆମେ ଚାହୁଁଛୁ ବସ୍ତରର ଯୁବକ ଆଗକୁ ଆସନ୍ତୁ । ନିଜ ଭାଷା ଓ ପରମ୍ପରାକୁ ଆଗକୁ ଆଣନ୍ତୁ । ସମଗ୍ର ବସ୍ତର ଲାଲ ଆତଙ୍କ ମୁକ୍ତ ହେବାକୁ ଯାଉଛି । ବସ୍ତର ବିକାଶର ରାସ୍ତାରେ ଗତି କରୁଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । 

1 min read

ବାରିପଦରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ୱାକାଥନ ଅନୁଷ୍ଠିତ|

ବାରିପଦା (ପିପିଏସ୍): ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ମୟୂରଭଞ୍ଜ ଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନର ପଞ୍ଚମ ଦିବସରେ ଏକ ଐତିହ୍ୟ ୱାକାଥନ  ଅନୁଷ୍ଠିତ ହୋଇଯାଇଛି I ୱାକାଥନକୁ  ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ବାରିପଦା ଷ୍ଟାଡିଅମ ପଡିଆ ଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଅଂଶ ଗ୍ରହଣକାରିଙ୍କୁ ଉତ୍ସାହିତ କରିଥିଲେ।  ଏଥିରେ ପ୍ରାୟ ୨୦୦ ରୁ […]

1 min read

ଷଣ୍ଡକୁଦ ଜଗନ୍ନାଥ ମନ୍ଦିର ରେ ‘ଆନନ୍ଦ ବଜାର’ ଗୃହ ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ |

ପାରାଦୀପ – ପାରାଦୀପ ପୌରାଞ୍ଚଳର ଷଣ୍ଡକୁଦ ବସ୍ତି ରେ ଥିବା ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏକ ଆନନ୍ଦ ମଣ୍ଡପ ଗୃହ ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଯଥା ରୀତିନୀତି ଅନୁଯାୟୀ ଆୟୋଜିତ ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଯୋଗ ଦେଇ ଏହି ଗୃହର ଶିଳାନ୍ୟାସ କରି ପୂଜା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ୧୮ […]

1 min read

ଖଣି ରୁ ଲୁହାପଥର ଆସୁଛି ଜଙ୍ଗଲ ରେ ଖାଲି ହେଉଛି |

ଯାଜପୁର (ପିପିଏସ ) ଦୈତାରୀ ଖଣିରୁ ପରିବହନ ହେଉଥିବା ଲୁହାପଥର ଚୋରୀ କରି ମାଫିଆ ମାଲେମାଲ ହେଉଛନ୍ତି l କଳିଙ୍ଗନଗର ଥାନା ଅଧିନ ଶଗଡଗୁଳା ଅଞ୍ଚଳ ଲୌହ ଖଣିଜ ମାଫିଆଙ୍କ ଅଭାୟରଣ୍ୟ ପାଲଟିଥିବା ବେଳେ ଗୁରୁବାର ଜିଲା ଆରକ୍ଷୀ ଅଧିକ୍ଷକ ଙ୍କ ହସ୍ତକ୍ଷେପ ପରେ ଖଣି ବିଭାଗ ପକ୍ଷରୁ ୧୨ ଟନ ଲୁହାପଥର ଜବତ କରାଯାଇଛି l ଜବତ ସ୍ଥାନରୁ ଅଳ୍ପ କିଛି ଦୂରରେ ଲୁଚାଇ ରଖାଯାଇଥିବା ଅନ୍ୟ ୫ ଟିପର ଲୁହାପଥର ସମ୍ପର୍କରେ ଚଢାଉ ଦଳ […]

1 min read

କୋଣାର୍କ ସୂର୍ଯ୍ୟ ମନ୍ଦିର ଟିକେଟରେ କଳାବଜାରୀ .

ମାତିଛନ୍ତି ଟିକେଟ ଦଲାଲ୍ , ଜେରକ୍ସ କରି କରୁଛନ୍ତି ଟିକେଟ ବିକ୍ରି । ତଳରୁ ଉପର ମିଶି କରୁଛନ୍ତି ରାଜସ୍ଵ ଲୁଟ। କୋଣାର୍କ(ପି ପିଏସ)- ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଟିକେଟରେ ହେଉଛି କଳାବଜାରୀ। କିଛି ଯୁବକ ଏହାକୁ ବ୍ୟବସାୟ ରୂପେ ନେଇ ମନ୍ଦିର ସାମ୍ନାରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ମନ୍ଦିର କର୍ତ୍ତୃପକ୍ଷ ଏବଂ ସୁରକ୍ଷା ଦାୟିତ୍ଵରେ ଥିବା ସୁରକ୍ଷା କର୍ମୀ ନିଜ ନିଜର ଭାଗ ପାଇ ସବୁ ଜାଣି […]

1 min read

ଅଗ୍ନିକାଣ୍ଡ ରେ ଜଳିଗଲା ପାଞ୍ଚ ବଖରା ଘର|

ରଘୁନାଥପୁର:- ୪/୪(ପିପିଏସ)ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅଧିନସ୍ଥ ତରିକୁନ୍ଦ ପଂଚାୟତ ନୂଆଦା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସଟସର୍କିଟରୁ ନିଆଁ ଲାଗି ସେକ ନିଜାମ ଉଦ୍ଦିନ ଓ ସେକ ଇସରାଫଙ୍କ ୫ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ନିଜାମ ଉଦ୍ଦିନ ଓ ଇସରାଫଙ୍କ ପରିବାର ଶୋଇଥିବା ସମୟରେ ହଠାତ ଘର ହୁହୁହୋଇ ଜଳୁଥିବାର ଦେଖି ବାହାରକୁ ଆସି ପାଟି କରିଥିଲେ।ପଡୋଶୀ ଲୋକେ ନିଆଁ ଲାଗିଥିବା ଦେଖି ତୁରନ୍ତ ରଘୁନାଥପୁର ଦମକଳ କେନ୍ଦ୍ରକୁ […]

1 min read

ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ, ମହିଳା ଗୁରୁତର

ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ, ମହିଲା ଗୁରୁତର ଟିଟିଲାଗଡ଼, 4/4  ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଆଜି ସକାଳୁ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ନେଇ ଜଣେ ମହିଲା ଦୂତିଆ ଭୋଇ ପୋଡି ହୋଇ ଗୁରୁତର ହୋଇଛନ୍ତି l ବିସ୍ପୋରଣ ନେଇ ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକଙ୍କ ହାତ ଜଳିଛି l ସୂଚନା ଯେ ମୁରିବାହାଲ ଥାନା ଅନ୍ତର୍ଗତ ଚିକନିବାହାଲି ଗ୍ରାମର ଋଷଭ ଜାନିଙ୍କ ପତ୍ନୀ ପ୍ରସୂତି ନେଇ ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ […]

1 min read

ଗ୍ରୀଷ୍ମପ୍ରବାହ ବଢିବା ସାଙ୍ଗକୁ ବଢୁଛି ଜଳକଷ୍ଟ ,

ଅଭିଯୋଗ ପରେବି ଶୁଣୁନି ପ୍ରଶାସନ ଫିରିଙ୍ଗିଆ,୪l୪:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ଶାଶିପଦର ରାଜେନିପ୍ଡିଆ ଗ୍ରାମରେ ଦେଖିବାକୁ ମିଳିଛି ,ପାଣି ର ସମସ୍ୟା ଲୋକେ ଯେପରି ପିଇବା ପାଣି ପାଇପାରିବେ ସେଥିପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଥିବାବେଳେ ଫିରିଙ୍ଗିଆ ବ୍ଲକ୍ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ଶାଶିପଦର ରାଜେନିପ୍ଡିଆ ଗ୍ରାମର ଲୋକମାନେ ପ୍ରତିଦିନ ଏହି ଗାଁ ର ଲୋକେ ପାଣି ପାଇଁ ଅନେକ ଦୂରକୁ ୧ କିଲୋମିଟର୍ […]