April 2025
କଳିଙ୍ଗ ନଗରରେ ଶ୍ରୀରାମନବମୀ ଓ ଶୋଭାଯାତ୍ରା ଅନୁଷ୍ଠିତ |
ଯାଜପୁର /କଳିଙ୍ଗନଗର(ପିପିଏସ ) ରବିବାର ଦିନ ପବିତ୍ର ଶ୍ରୀରାମ ନବମୀ ଅବସରରେ କଳିଙ୍ଗ ନଗର ଅଞ୍ଚଳରେ ବଜରଙ୍ଗଦଳ ଓ ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ଶୋଭାଯାତ୍ରା ସହ ଶ୍ରୀରାମନବମୀ ପାଳିତ ହୋଇଯାଇଛି। ଦାନଗଦି ବ୍ଲକର ମାନଗୋବିନ୍ଦପୁର ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବଜରଙ୍ଗୀ ଭାଇ ମାନେ ବେଙ୍ଗପାଟିଆ, ଓଲ୍ଲଳ, କଣ୍ଟିପୁର, ଧୂଳିଗଡ଼, ତ୍ରିଜଙ୍ଗା, ଦାନଗଦି, ସିଙ୍ଗାଗଡିଆ, ସୁଆଁଲ ଅତିକ୍ରମ କରି ହନୁମାନ ମନ୍ଦିର ପ୍ରାଙ୍ଗଣରେ ସମାପନ କରିଥିଲେ।ଏହି ଶୋଭାଯାତ୍ରାରେ ଵଜରଙ୍ଗଦଳ ପ୍ରଖଣ୍ଡ ସଂଯୋଜକ […]
୬୦ମେଟ୍ରିକ ଟନ ଲୁହାପଥରରୁ ସବୁ ନେଇଗଲେ ମଫିଆ ବଳକା ୧୨ ଟନ ହେଲା ଜବତ |
ଯାଜପୁର (ପିପିଏସ ) କଳିଙ୍ଗନଗର ଶିଳ୍ପାଞ୍ଚଳ ର କଳିଙ୍ଗନଗର ଥାନା ଶଗଡଗୁଳା ଅଞ୍ଚଳରେ ବେଫିକର ଖଣିଜ ମାଫିଆଙ୍କ ଦବଦବା ଦେଖିବାକୁ ମିଳିଛି l ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶରେ ଖଣି ବିଭାଗର ଏକ ସ୍ଵତନ୍ତ୍ର ଦଳ ଗୁରୁବାର ପୂର୍ବାହ୍ନରେ ସେଠାରେ ଚଢ଼ାଉ କରି ୧୨ ମେଟ୍ରିକ ଟନ ଲୁହାପଥର ଜବତ କରିଥିଲା l ସୂଚନା ମିଳିଥିବା ସ୍ଥାନରେ ବିଭାଗୀୟ ଅଧିକାରୀ ମାନେ ଚଢାଉ କରି ମାତ୍ର ୧୨ ଟନ୍ ଜବତ କରିଥିବା ବେଳେ ସେଠାରୁ ଅଳ୍ପ ଦୂରରେ […]
ଗାଁ ଗାଁ ଵୁଲିଲା ଶିକ୍ଷା ସଚେତନତା ରଥ|
କୋଣାର୍କ(ପି ପି ଏସ):-ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ୨୦ଟି କ୍ଲଷ୍ଟରର ସମସ୍ତ ପ୍ରାଥମିକ ବିଦ୍ୟାଳୟ ସମେତ ପ୍ରତ୍ୟେକ ଗ୍ରାମରେ ଶିକ୍ଷା ସଚେତନତା ରଥ ପରିଭ୍ରମଣ କରିଛି। ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ସରକାରୀ ବିଦ୍ୟାଳୟରେ ଶିଶୁ ଵାଟିକା ଓ ପ୍ରଥମ ଶ୍ରେଣୀରେ ଶିଶୁମାନଙ୍କ ନାମ ଲେଖାଇ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରିତ ନିପୁଣ ଭାରତ ତଥା ଓଡ଼ିଶା ମିଶନକୁ ସାକାର କରିଵା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଵା ଗୋପ ମଣ୍ଡଳ ଶିକ୍ଷାଧିକାରୀ ସୁଶୀଳ କୁମାର ବ୍ରହ୍ମା […]
ଧାମନଗର ନଗର ମଣ୍ଡଳ ପକ୍ଷରୁ ବିଜେପିର ପ୍ରତିଷ୍ଠା ଦିବସ ପାଳନ|
ଧାମନଗର (ପି ପି ଏସ) ୬ ଏପ୍ରିଲ ୧୯୮୦ ରେ ମୁମ୍ବାଇ ସ୍ଥିତ ଆରବ ସାଗର ଉପକୂଳରେ ଜନ୍ମ ନେଇଥିବା ବିଜେପି ଶୁନ୍ୟରୁ ଆଜି ଶିଖରରେ ପହଞ୍ଚିଛି। ସଂଘର୍ଷ, ସଂଗ୍ରାମ ଚିନ୍ତାଧାରା, ମାନବତା, ରାଷ୍ଟ୍ରବାଦ, ସୁଶାସନ ଓ ହିନ୍ଦୁତ୍ବ ବିଚାରଧାରାକୁ ନେଇ ଦଳ ଗୋଟିଏ ପରେ ଗୋଟିଏ ଗୌରବ ଗାଥା ଲେଖୁଛି। ବାଜପେୟୀଙ୍କ ଦ୍ବାରା ବିଜେପିର ସ୍ଥାପନ ହୋଇଥିବା ବେଳେ ଆଜି ଶୀର୍ଷ ସ୍ଥାନରେ ପହଞ୍ଚିବା ମୂଳରେ ଦଳ ନିର୍ମାଣରେ ଅନେକ ରାଜନେତାଙ୍କ ତ୍ୟାଗ ଓ ବଳିଦାନ […]
କୁନି ସେଠୀ କୁ ଭଗବାନ ସାହା
ନା ଅଛି ଭତ୍ତା ନା ଅଛି ଆବାସ | ଭଦ୍ରକ ତା ୧/୪ (ପିପିଏସ )ରିପୋର୍ଟ :ରତିକାନ୍ତ ନାୟକ // ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ହସନାବାଦ ଗ୍ରାମପଞ୍ଚାୟତ ଅଧୀନ ପଙ୍ଗଟା ଗ୍ରାମ ସେଠୀ ସାହିର କୁନି ସେଠୀ, ବୟସ (୬୦) ନିଜେ ଭିନ୍ନକ୍ଷମ, କାନକୁ କିଛି ଶୁଭୁନାହିଁ କି ସେ କିଛି କଥା ବୁଝି ପାରୁନାହାନ୍ତି।ସ୍ୱାମୀ – ଫୁସନ ସେଠୀ ପାଞ୍ଚ ବର୍ଷ ହେଲା (ମୃତ)।ପୁତ୍ର କାର୍ତ୍ତିକ ସେଠୀ ସେ ବି ଭିନ୍ନକ୍ଷମ। ସ୍ୱାମୀ ମରିବାକୁ […]
ଐତିହ ଗଣଦୌଡ ଅନୁଷ୍ଠିତ|
କଟକ ତା ୦୫.୦୪.୦୨୫ ରିଖ : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି କଟକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ପତାକା ଦେଖାଇଏହି ଗଣଦୌଡର ଶୁଭାରମ୍ଭ କରିଥିଲେ l ଓଡିଶାର ସଂସ୍କୃତି, ପରମ୍ପରା, ଓଡ଼ିଆ ଅସ୍ମିତା ତଥା ବିକଶିତ ଓଡିଶାର ସ୍ଵପ୍ନକୁପୂରଣ କରିବା ନିମନ୍ତେ ସଚେତନତା ସୃଷ୍ଟି କରିବା ଏହି ଗଣଦୌଡର ମୁଖ୍ୟ ଉଦ୍ଦେଶ୍ୟ। ଜିଲ୍ଲା କ୍ରୀଡା […]
ଭାରତୀୟ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ପମ୍ବନ : ପ୍ରଧାନମନ୍ତ୍ରୀ|
ଚେନ୍ନାଇ : ଭାରତୀୟ ରେଳ ଇତିହାସରେ ଯୋଡ଼ି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ତାଲିଲନାଡୁର ବହୁପ୍ରତୀକ୍ଷିତ ନୂତନ ପମ୍ବନ ବ୍ରିଜ ଉଦଘାଟିତ ହୋଇଛି । ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସି ବ୍ରିଜ୍ ପ୍ରାୟ ୫୩୫ କୋଟି ଟଙ୍କାରେ ନିର୍ମିତ ହୋଇଛି । ପବିତ୍ର ରାମନବମୀରେ ଦେଶବାସୀଙ୍କୁ ସାମୁଦ୍ରିକ ସେତୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମେଶ୍ବରମରୁ ଭାରତର ମୁଖ୍ୟ ଭୂଖଣ୍ଡକୁ ଯୋଡୁଥିବା ଏହି ବ୍ରିଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୯ରେ ଏହାର ଶିଳାନ୍ୟାସ ହୋଇଥିଲା । ଏହା କେବଳ ଏକ ବ୍ରିଜ ନୁହେଁ ଭାରତୀୟ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ । ୧୯୧୪ରେ ତିଆରି ହୋଇଥିବା ବ୍ରିଜର ଜାଗା ନେଇଛି ନୂଆ ପମ୍ବନ ବ୍ରିଜ । ପୁରୁଣା ତୁଳନାରେ ଏହା ୩ ମିଟର ଅଧିକ ଲମ୍ବା । ୨.୦୮ କିମି ଦୀର୍ଘ ବ୍ରିଜ ଦ୍ୱାରା ରାମନାଥସ୍ବାମୀ ମନ୍ଦିରକୁ ବର୍ଷକୁ ଆସୁଥିବା ୨୫ ଲକ୍ଷ ତୀର୍ଥଯାତ୍ରୀ ଉପକୃତ ହେବେ । ୭୨.୫ ମିଟର ଲିପ୍ଟ ସ୍ପାନ୍ ଯାହାକି ୧୭ ମିଟର ଉଚ୍ଚ କ୍ଲିୟରାନ୍ସ ପ୍ରଦାନ କରିବ ଯାହା ଦ୍ବାରା ବଡ଼ ବୋଟ୍ ଚଳାଚଳ କରିବା ସହିତ ସାମୁଦ୍ରିକ ସଂଯୋଗୀକରଣରେ ଉନ୍ନତି ହେବ । ପୋଲ ଉପରେ ଟ୍ରେନ୍ ଗଡ଼ିବ ତଳେ ଜାହଜ ଚାଲିବ । ୨୨ ମିଟର ଉପରକୁ ଉଠି ପାରିବ ବ୍ରିଜ୍ । ୫ ମିନିଟରେ ଖୋଲିବ ୩ ମିନିଟରେ ବନ୍ଦ ହୋଇଯିବ ବ୍ରିଜ୍ । ସମୁଦ୍ରରେ ୬, ୭୯୦ ଫୁଟ୍ ଲମ୍ବା ବ୍ରିଜ ତଳେ ବଡ଼ ବଡ଼ ଜାହଜ ଯାଇପାରିବ । ପମ୍ବନ ପୋଲ୍ ସହିତ ୮୩୦୦ କୋଟିର ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ । ସେତୁର ଉଦଘାଟନ କରିବା ସହିତ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ” ଆଜି ରାମନବମୀ । ଭଗବାନ ରାମଙ୍କ ପ୍ରେରଣା ରାଷ୍ଟ୍ର ନିର୍ମାଣର ଆଧାର । ଆଜି ଅଯୋଧ୍ୟାରେ ସୂର୍ଯ୍ୟକିରଣ ରାମଲାଲାଙ୍କ ଭବ୍ୟ ତିଲକ କରିଛି । ତାମିଲନୁଡୁ ସାହିତ୍ୟରେ ଭଗବାନ ରାମଙ୍କ ବିଷୟରେ କୁହାଯାଇଛି । ରାମେଶ୍ବରମର ଏହି ପବିତ୍ର ମାଟିରୁ ସମସ୍ତ ଦେଶବାସୀଙ୍କୁ ରାମନବମୀର ଶୁଭାକାମନା ଦେଉଛି । ଏହା ଭାରତରତ୍ନ ଅବଦୁଲ କଲାମଙ୍କ ମାଟି । ଏହି ପମ୍ବନ ବ୍ରିଜ୍ ଏକ ବଡ଼ ଉଦାହରଣ । ୨୧ ଦଶନ୍ଧୀର ଇଞ୍ଜିନିୟରିଂର ଏହା ଏକ ବଡ଼ ଉଦାହାରଣ । ଏହି ବ୍ରିଜ ଯାତ୍ରାକୁ ସୁଗମ କରିବ । ଏହା ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ”
ୱାକଫ୍ ସଂଶୋଧନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ବିଲ୍|
ନୂଆଦିଲ୍ଲୀ : ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧନ ବିଲ୍ । ସଂସଦରେ ପାରିତ ହେବା ପରେ ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ସାରା ଦେଶରେ ଲାଗୁ ହେବ ନୂଆ ଆଇନ୍ । ଗତ ଶୁକ୍ରବାର ସଂସଦର ଉଭୟ ଗୃହରେ ବିଲ୍ ପାରିତ ହୋଇଥିଲା । ବିରୋଧୀଙ୍କ ହଙ୍ଗାମା ଓ ଜୋରଦାର ବିରୋଧ ଭିତରେ ୱାକଫ୍ ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଶନିବାର ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ଫଳରେ ଏହା ଏବେ ଆଇନରେ ପରିଣତ ହୋଇଛି । କେନ୍ଦ୍ର ସରକାର ଏହାକୁ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଆଇନ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ ।
ଡ଼ିଏଲଆର ସଙ୍ଘ ରନିର୍ବାଚନ ପରେ ପୋଲିସ ର ତଦନ୍ତ ପ୍ରକ୍ରିୟା ଜୋରଦାର |
ପାରାଦୀପ = ପାରାଦୀପ ପୋର୍ଟ ଡ଼ିଏଲଆର ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ ର ଗତ ୪/୯/୨୪ ତାରିଖରେ ପାରାଦୀପ ବନ୍ଦର ନୂତନ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସାଧାରଣ ସଭା ବୈଠକ ରେ ୭oo ରୁ ଉର୍ଦ୍ଧ ଡିଏଲଆର ସଦସ୍ୟ ମାନେ ସର୍ବସମ୍ମତି କ୍ରମେ ପ୍ରକାଶ ତ୍ରିପାଠୀ ଙ୍କୁ ସଭାପତି ଓ ଅଭିମନ୍ୟୁ ବେହରା ଙ୍କୁ ସାଧାରଣ ସମ୍ପାଦକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କୁ ନିର୍ବାଚିତ କରି ସମସ୍ତ ସରକାରୀ ଅଧିକାରୀ ଙ୍କୁ ଅବଗତ କରାଇଥିଲେ l […]
ଜଙ୍ଗଲ ଜମି ରେ ଠିକାଦାର ଯବର ଦଖଲ କରି ଅଟ୍ଟାଳିକା ନିର୍ମାଣ|
ଯାଜପୁର (ପିପିଏସ ) ସରକାର ଆସିବା ପରେ ସରକାରୀ ଜମି ଜବରଦଖଲ ମୁକ୍ତ କରିବା ପାଇଁ ନିର୍ଦ୍ଧେଶ ଦେଉଥିବା ବେଳେ ଦାନଗଦି ତହସିଲ ଅଧୀନରେ ଜବର ଦଖଲ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି,ବ୍ଲକ ଓ ତହସିଲ ଅଫିସ ଚାରିପାଖରେ ଥିବା ଗାଁ ଗୁଡିକରେ ଜବର ଦଖଲ ଦିନକୁଦିନ ବଢିବାରେ ଲାଗିଛି l ତ୍ରିଜଙ୍ଗାପଞ୍ଚାୟତ ର ଦାନଗଦୀ ଗାଁ ଭିତରେ ଦୁଇଜଣ ଠିକାଦାର ଲକ୍ଷାଧିକ ଟଙ୍କାରେ ରକ୍ଷିତ ଜାଗା (ଜଙ୍ଗଲ ଜମି ) ଯାହାର ଖାତା ନମ୍ବର […]