୬୦ମେଟ୍ରିକ ଟନ ଲୁହାପଥରରୁ ସବୁ ନେଇଗଲେ ମଫିଆ ବଳକା ୧୨ ଟନ ହେଲା ଜବତ |

ଯାଜପୁର (ପିପିଏସ ) କଳିଙ୍ଗନଗର ଶିଳ୍ପାଞ୍ଚଳ ର କଳିଙ୍ଗନଗର ଥାନା ଶଗଡଗୁଳା ଅଞ୍ଚଳରେ ବେଫିକର ଖଣିଜ ମାଫିଆଙ୍କ ଦବଦବା ଦେଖିବାକୁ ମିଳିଛି l ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶରେ ଖଣି ବିଭାଗର ଏକ ସ୍ଵତନ୍ତ୍ର ଦଳ ଗୁରୁବାର ପୂର୍ବାହ୍ନରେ ସେଠାରେ ଚଢ଼ାଉ କରି ୧୨ ମେଟ୍ରିକ ଟନ ଲୁହାପଥର ଜବତ କରିଥିଲା l ସୂଚନା ମିଳିଥିବା ସ୍ଥାନରେ ବିଭାଗୀୟ ଅଧିକାରୀ ମାନେ ଚଢାଉ କରି ମାତ୍ର ୧୨ ଟନ୍ ଜବତ କରିଥିବା ବେଳେ ସେଠାରୁ ଅଳ୍ପ ଦୂରରେ ଲୁଚାଇ ରଖାଯାଇଥିବା ୬୦ ମେଟ୍ରିକଟନ ଲୁହାପଥର କୁ ଖୋଜିବାକୁ ଚେଷ୍ଠା କରିନଥିଲେ l ତେବେ ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ଲୁହାପଥର କୁ ମାଫିଆ ଗୋଷ୍ଠୀ ମେସିନ ଲଗାଇ ୨ଟି ହାଇଭା ରେ ବୋଝେଇ କରି ନେଇଯାଇଥିବା ଜଣାପଡିଛି l ଲୁହାପଥର ସବୁ ପୋଛି ନେଇଥିବା ବେଳେ ପ୍ରମାଣ ଚିହ୍ନଟ ପାଇଁ କେବଳ ବଳକା ଲୁହାପଥର କିଛି ଛାଡ଼ି ଯାଇଛନ୍ତି l ମାଫିଆଙ୍କ ଗଡ଼ ଏବେ ପୁଲିସ ଓ ଖଣି ବିଭାଗ ର ସ୍କାନର କୁ ଆସିଥିବା ସତ୍ତ୍ୱେ ମାଫିଆ ମାନେ କାହା ସାହସ ରେ ବେଫିକର ଭାବେ ରାତିଅଧିଆ ମେସିନ ଓ ଗାଡି ଲଗାଇ ଲୁହାପଥର ଉଠାଇ ନେଇ ପାରିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l 

ଅନ୍ୟପକ୍ଷରେ ଲୁହାପଥର ଚୋରି ପଛରେ ମୁଖ୍ୟ ସହଯୋଗୀ ରହିଥିବା ଟ୍ରାନ୍ସପୋର୍ଟ କମ୍ପାନୀ କୁ ଅଦ୍ୟାବଧି ତଦନ୍ତ ପରିସରଭୁକ୍ତ କରାଯାଇନାହିଁ l ଲୁହାପଥର ଜବତ ହେବା ଓ ଜବତ ସ୍ଥାନର ପାରିପାର୍ଶ୍ୱିକ ପରିବେଶ ବ୍ୟାପକ ଚୋରା କାରବାର କୁ ଇଙ୍ଗିତ କରୁଥିଲେ ମଧ୍ୟ ଏ ପର୍ଯ୍ଯନ୍ତ ଏହି ପ୍ରସଙ୍ଗରେ ପୁଲିସ ରେ ଅଭିଯୋଗ ହୋଇନଥିବା ଜଣାପଡିଛି l ତେବେ ଦୈତାରୀ ଖଣିରୁ ଯେତେଥର ମାନପୁର ରେଳ ସାଇଡିଂ କୁ ଲୁହାପଥର ପରିବହନ ହୋଇ ଆସିଛି ସବୁ ଗାଡି ଗୁଡିକର ନମ୍ବର ଓ ଭିଡିଓ ଫୁଟେଜ ଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଗଲେ ମାଫିଆ ଙ୍କ ଦ୍ଵାରା ଏପର୍ଯ୍ଯନ୍ତ କେତେ ପରିମାଣର ଲୁହାପଥର ଲୁଟ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ନ୍ତା l ମାତ୍ର ଏହି ପ୍ରସଙ୍ଗରେ ପୁଲିସ ଓ ଖଣି ବିଭାଗର କାର୍ଯ୍ୟଧାରା ଅତ୍ୟନ୍ତ ବେପରୁଆ ରହିଛି l ଖଣିଜ ଚୋରି କୁ ଅଙ୍କୁଶ ଲଗାଇବା କିମ୍ବା ମାଫିଆ ଙ୍କୁ ସାବାଡ କରିବାକୁ ଯେମିତି କାହାର ଇଚ୍ଛା କିମ୍ବା ଆନ୍ତରିକତା ନଥିବା ପରି ମନେ ହେଉଛି l ଏ ସମ୍ପର୍କରେ ଖଣି ଉପ ନିର୍ଦ୍ଦେଶକ ବିଭୂତି ଭୂଷଣ ବେହେରା ଙ୍କ ଠାରୁ ମତାମତ ସଂଗ୍ରହ ପାଇଁ ଫୋନ କରାଯାଇଥିବା ବେଳେ ସେ ଫୋନ୍ ଉଠାଇ ନଥିଲେ l ଜିଲା ଆରକ୍ଷୀ ଅଧୀକ୍ଷକ ଲୁହାପଥର ଲୁଟ ଓ ଚୋରା ଚାଲାଣ ଉପରେ ଅଙ୍କୁଶ ଲଗାଇବା ସହିତ ମାଫିଆଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ହୋଇପଡିଛି l

Leave A Reply

Your email address will not be published.