1 min read

୧୨ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ବାନକ୍ରମେ ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ସକାଳୁ ସକାଳୁ ପରିଲକ୍ଷିତ ହେଉଛି। କୋରାପୁଟରେ ଦୋକାନବଜାର ଯାନବାହାନ ଚଳାଚଳ ବନ୍ଦ ରହିଛି। ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ଜିଲ୍ଲାଭିତ୍ତିକ କରାଯାଉ। ଅନ୍ତତଃ ଏହି ଡି ଗ୍ରେଡ ପଦବୀକୁ ଜିଲ୍ଲାଭିତ୍ତିକ କରାଯାଉ ବୋଲି […]

1 min read

ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ

ସମ୍ବଲପୁର/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଆଜି ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ କରାଯାଉଛି। ଭୋର ପ୍ରାୟ ୪ଟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଛି। ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ସଦର ଏସଡିପିଓଙ୍କ ନେତୃତ୍ବରେ ଏହି ଚଢ଼ାଉ ହେଉଛି। ସମ୍ବଲପୁର ମଣ୍ଡଳ କାରାଗାର ଭିତରୁ ବିପୁଳ ପରିମାଣର ଗୁଟ୍‌ଖା, ଖଇନି ସହ ଲାଇଟର ଜବତ ହୋଇଥିବାର ସୂଚନା ରହିଛି। ଏଣେ ବରଗଡ଼ରେ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତରେ […]

1 min read

ଦୁର୍ଗାପୂଜାରେ ଡିଜେର ଶଦ୍ଦ ୬୫ ଡିସେବଲ୍‌ ମଧ୍ୟରେ ସୀମିତ ରହିବ: ହାଇକୋର୍ଟ

ଭୁବନେଶ୍ବର/କଟକ,୦୩-୧୦-୨୦୨୪ (ପିପିଏସ) : ଶାରଦୀୟ ନବରାତ୍ରୀ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଦେବୀ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ମା’ଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ ପ୍ରସ୍ତୁତ ହୋଇଛି। ମଣ୍ଡପରେ ଦୁର୍ଗାପୂଜାର ଆୟୋଜନ ପାଇଁ ବିଭିନ୍ନ ଅନୁଷ୍ଠାନ ଯୁଦ୍ଧକାଳୀନ ଭିତ୍ତିରେ ସାଜସଜ୍ଜା କରୁଛନ୍ତି। ସପ୍ତମୀ ଠାରୁ ମଣ୍ଡପରେ ମା’ଙ୍କ ପୂଜା ଆରମ୍ଭ ହୋଇଯିବ। ଦଶହରା ପରଦିନ ମା’ଙ୍କ ଭସାଣି ଅନୁଷ୍ଠିତ। ତେବେ ଡିଜେ ନେଇ ଆଜି ହୋଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, […]

1 min read

ମହାଷ୍ଟମୀରେ ମାଛ ଓ ଉଷୁନା ଚାଉଳ ଖେଚୁଡ଼ି

ପାର୍ବଣରେ ମହାମାୟୀ ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ପମ୍ପାଲୋ ପଞ୍ଚାୟତ କୁଳନ୍ତିରାଶାସନସ୍ଥିତ ମା’ସଂକଟ ତାରିଣୀ ପୀଠରେ ବିଧିବିଧାନ ଅନୁସାରେ ଷୋଳ ପୂଜା ଚାଲିଛି। ସକାଳୁ ରାତି ପର୍ଯ୍ୟନ୍ତ ମା’ଙ୍କ ପୀଠରେ ଲାଗିରହିଛି ଆଧ୍ୟାତ୍ମିକ ପରିବେଶ। ସକାଳେ ବାଳ ଭୋଗ, ମଧ୍ୟାହ୍ନ ଓ ରାତିରେ ଅନ୍ନପ୍ରସାଦ ସାଙ୍ଗକୁ ଅପରାହ୍ଣରେ ଅଥରା ପିଠା ଲାଗି କରାଯାଉଛି। ଏଠାରେ ଚଳିଆସୁଥିବା ପ୍ରଥା ଓ ପରମ୍ପରା ଅନୁସାରେ ମହାଷ୍ଟମୀ ତିଥିରେ ହେବାକୁ ଥିବା ସାମୂହିକ ଖେଚୁଡ଼ି ଭୋଗ ଓ ଜନ୍ତାଳ ପାଇଁ ଶ୍ରଦ୍ଧାଳୁମାନେ […]

1 min read

ପାର୍ବଣରେ ମହାମାୟୀ

ନବରଙ୍ଗପୁରବାସୀଙ୍କ ସୁରକ୍ଷାକବଚ ମା’ଭଣ୍ଡାରଘରଣୀ ନବରଙ୍ଗପୁର/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ନବରଙ୍ଗପୁରବାସୀଙ୍କ ଇଷ୍ଟଦେବୀ ମା’ ଭଣ୍ଡାରଘରଣୀ। ଏ ମାଟିର ସନ୍ତାନଙ୍କୁ ଯୁଗ ଯୁଗ ଧରି ନିଜ ଅଭୟ ପଣତ ତଳେ ସୁରକ୍ଷିତ ରଖି ଆସିଛନ୍ତି। କେବଳ ନବରଙ୍ଗପୁର ସହର ନୁହେଁ, ସାରା ଜିଲ୍ଲାବାସୀଙ୍କ ପାଇଁ ସୁରକ୍ଷାକବଚ ପାଲଟିଛନ୍ତି ମା’। ଅନେକ କିମ୍ବଦନ୍ତି ଓ ଲୋକକଥା ମା’ଙ୍କ ମନ୍ଦିର ସହ ଜଡ଼ିତ ହୋଇ ରହିଛି। ନବରଙ୍ଗପୁର ସଦର ମହକୁମାରୁ ୩୦ କିମି ଦୂର ଜଗନ୍ନାଥପୁରରେ ୧୮୨୦ରେ ପ୍ରତିଷ୍ଠା ହୋଇଥିଲା ନବରଙ୍ଗପୁର […]

1 min read

୪ରେ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନିକଟରେ ଆସନ୍ତା ୪ ତାରିଖରେ ଲଘୁଚାପର ରୂପ ନେବ। ତେବେ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା କମ୍‌ ରହିଛି। ଲଘୁଚାପ ରୂପରେ ଏହା ଉପକୂଳ ଅତିକ୍ରମ କରିବ। ତେଣୁ ଓଡ଼ିଶା ଉପରେ କୌଣସି […]

1 min read

ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) :  କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଗୁରୁବାର ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ମରାଠୀ, ବଙ୍ଗାଳୀ, ପାଲି, ପ୍ରାକୃତ ଏବଂ ଆସାମୀ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିବାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଏହି କ୍ୟାବିନେଟ୍ ନିଷ୍ପତ୍ତି ଦ୍ବାରା ଏବେ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷାଗୁଡ଼ିକର ସଂଖ୍ୟା ଛଅରୁ ୧୧କୁ ବୃଦ୍ଧି ପାଇବ। ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ଓଡିଆ ଭାଷାକୁ ଶାସ୍ତ୍ରୀୟ […]

1 min read

ଜୀବନ ସୃଜନଶୀଳତାର ପ୍ରଥମ ପାହାଚ “ଗପ”

ଆରମ୍ଭ ହୋଇଛି “ଆସ ପଢ଼ିବା ଗପ ବହି” ନାମରେ ଏକ ଅଭିଯାନ କଟକ,୦୩-୧୦-୨୦୨୪ (ପିପିଏସ) : ବୁଢ଼ୀ ଅସୁରୁଣୀ ଗପ କିଏ କହି ପାରିବ? ଅଧିକାଂଶ ପିଲା କହିବେ ଆମେ ଜାଣିନୁ।ଆପଣ ଏହା ପରୀକ୍ଷା କରି ଦେଖି ପାରନ୍ତି । ଅଧିକାଂଶ ଘରେ ଆଉ ବୟସ୍କ ସଦସ୍ୟଙ୍କ ପାଖରେ ନାତି ନାତୁଣୀ ନାହାନ୍ତି। ଘରେ ଖୋଜିଲେ ଭଲ ଗପ ବହିଟିଏ ମିଳିବା କଷ୍ଟ ହୋଇଯାଇଛି। ଏଭଳି ପରିସ୍ଥିତିରେ ଗପ କହିବ କିଏ ଆଉ ଶୁଣିବ କିଏ। ଲାଗୁଛି […]

1 min read

ଆନ୍ଦୋଳନକାରୀଙ୍କୁ ଗିରଫ ପାଇଁ ଚଢ଼ଉ ଜାରି

ଶାନ୍ତ ପଡ଼ୁଛି ଅଶାନ୍ତ ଭଦ୍ରକ ଭଦ୍ରକ/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ଅଶାନ୍ତ ଭଦ୍ରକ ଓ ଧାମନଗର ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି। ଇଣ୍ଟରନେଟ୍‌ ସେବା ସ୍ବାଭାବିକ ହୋଇଛି। ଶାନ୍ତିରକ୍ଷା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ବିଭିନ୍ନ ସଂଗଠନ ସହ ଆଲୋଚନା ଜାରି ରଖିଛନ୍ତି। ତେବେ, ଦୁଇଟି ଥାନା ଅଞ୍ଚଳରେ ୧୬୩ ଧାରା ଜାରି ରହିଛି। ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଗତକାଲି ଭଦ୍ରକ ଆସି ସ୍ଥିତି ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ […]

1 min read

ଷ୍ଟାର୍ଟଅପ୍‌ ଓଡ଼ିଶା କେଳେଙ୍କାରୀ: ଏପଟେ ତଦନ୍ତ, ସେପଟେ ଇସ୍ତଫା

ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ରାଜ୍ୟ ବାହାରର ଅଣଓଡ଼ିଆ ସଂସ୍ଥାକୁ ଆର୍ଥିକ ସହଯୋଗ ଦେଇ ବିବାଦକୁ ଆସିଥିବା ଷ୍ଟାର୍ଟ ଅପ୍‌ ଓଡ଼ିଶା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗୋଟିଏ ପଟେ ଏଥିରେ ଥିବା କେଳେଙ୍କାରୀର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। ପୂର୍ବରୁ ଜଣେ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଥିବା ବେଳେ ଏବେ ସିନିୟର ମିସନ ଆସୋସିଏଟ୍‌ ରଶ୍ମୀରଞ୍ଜନ ସାହୁ ଓ ମହିଳା କନ୍‌ସଲ୍‌ଟାଣ୍ଟ ଇସ୍ତଫା ଦେଇଛନ୍ତି। ଏମାନଙ୍କର ଇସ୍ତଫା ପତ୍ର ଗୃହୀତ […]