ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ
1 min read

ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ

ସମ୍ବଲପୁର/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଆଜି ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ କରାଯାଉଛି। ଭୋର ପ୍ରାୟ ୪ଟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଛି। ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ସଦର ଏସଡିପିଓଙ୍କ ନେତୃତ୍ବରେ ଏହି ଚଢ଼ାଉ ହେଉଛି। ସମ୍ବଲପୁର ମଣ୍ଡଳ କାରାଗାର ଭିତରୁ ବିପୁଳ ପରିମାଣର ଗୁଟ୍‌ଖା, ଖଇନି ସହ ଲାଇଟର ଜବତ ହୋଇଥିବାର ସୂଚନା ରହିଛି। ଏଣେ ବରଗଡ଼ରେ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତରେ ପୁଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। କାରାଗାର ଅଧୀକ୍ଷକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

Leave a Reply

Your email address will not be published. Required fields are marked *